ଯଦି Yes Bank ରେ ଅଛି ଆକାଉଣ୍ଟ ତେବେ ତୁରନ୍ତ କରନ୍ତୁ ଏହି କାମ

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୬।୩:  ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ମାର୍ଚ୍ଚ ୫ ତାରିଖ ଦିନ  ଇୟେସ୍ ବ୍ୟାଙ୍କ ଉପରେ ମୋରୋଟରିୟମ ଜାରି କରିଛନ୍ତି। ଫଳରେ ବ୍ୟାଙ୍କର ଗ୍ରାହକ ସେମାନଙ୍କ ଆକାଉଣ୍ଟରୁ ମାସକରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଣ କରିପାରିବେ ନାହିଁ। ଏହି ମୋରୋଟରିୟମ ମାସକ ଲାଗି ଜାରି ହୋଇଛି। ତେବେ ଯଦି ଇୟେସ୍ ବ୍ୟାଙ୍କରେ କାହାର ଏକାଧିକ ଆକାଉଣ୍ଟ ଥାଏ ତେବେ ସବୁ ଆକାଉଣ୍ଟକୁ ଗୋଟିଏ ଆକାଉଣ୍ଟ ଧରାଯିବ ଓ ଆରବିଆଇଙ୍କ ମୋରୋଟରିୟମ ଲାଗୁ ହେବ।

{"id":233994,"width":578,"height":324,"sizeSlug":"large"}

ମୋରୋଟରିୟମ କ’ଣ?
ଗ୍ରାହକଙ୍କ ଲାଗି ମୋରୋଟରିୟମର ଅର୍ଥ ହେଉଛି ବ୍ୟାଙ୍କରେ ଯଦି ତାଙ୍କର ସଞ୍ଚୟ, ଚାଲୁ ଅଥବା ମିଆଦି ଜମା ଥାଏ ତେବେ ଏହି ସମୟରେ ସେ ମାସିକ କେବଳ ୫୦ ହଜାର ଟଙ୍କା ଉଠାଣ କରିପାରିବ। ଯଦି ବ୍ୟାଙ୍କରେ ଆପଣଙ୍କର ଖାତା ଅଛି ତେବେ ଏହା ଆପଣଙ୍କ ପାଇଁ ମଧ୍ୟ  ଲାଗୁ। ତେବେ ମେଡିକାଲ, ବିବାହ ଅଥବା ଉଚ୍ଚ ଶିକ୍ଷା ଲାଗି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣରେ କୌଣସି କଟକଣା ନାହିଁ ବୋଲି ଆରବିଆଇ ପ୍ରଥମରୁ ଘୋଷଣା କରିଛନ୍ତି।

{"id":233995,"width":583,"height":388,"sizeSlug":"large"}

ଇୟେସ୍ ବ୍ୟାଙ୍କରେ ଖାତା ଥିଲେ ତୁରନ୍ତ କରନ୍ତୁ ଏହି କାମ
ଯଦି ଇୟେସ୍ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଅଛି ଓ ଏଥିରୁ ଆପଣଙ୍କର ବିଭିନ୍ନ କିସ୍ତି କଟୁଛି ତେବେ ଏ ନେଇ ସର୍ବପ୍ରଥମେ ସେହି ସବୁ ସଂସ୍ଥାମାନଙ୍କୁ ଆକାଉଣ୍ଟ ସମ୍ପର୍କରେ ସୂଚନା ଦିଅନ୍ତୁ। ଫଳରେ ଆପଣଙ୍କ ଇଏମଆଇ କଟିବାରେ କୌଣସି ଅସୁବିଧା ହେବ ନାହିଁ। ହୋଇପାରେ ଏଭଳି ମାମଲାରେ ଆପଣଙ୍କୁ ଇଏମଆଇରୁ କିଛିମାସ ରିହାତି ବି ମିଳିଯାଇପାରେ। ଯଦି ଆପଣଙ୍କ ଆକାଉଣ୍ଟ ଇୟେସ୍ ବ୍ୟାଙ୍କରେ ଓ ଆପଣ ସେହି ବ୍ୟାଙ୍କରୁ ଋଣ ନେଇଛନ୍ତି ତେବେ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଇୟେସ୍ ବ୍ୟାଙ୍କ ଆପଣଙ୍କ ଜମାରୁ ପ୍ରଥମେ ଋଣ ବାବଦ ଇଏମଆଇ କାଟିବେ।

{"id":233996,"sizeSlug":"large"}

ସେହିପରି ଯଦି ଆପଣ ଏସଆଇପି କରିଛନ୍ତି ଓ ଆପଣଙ୍କ ଇୟେସ୍ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟୁଛି ତେବେ ଏକ୍ଷେତ୍ରରେ ସହାୟତା ଲାଗି ମ୍ୟୁଚୁଆଲଫଣ୍ଡମାନେ ଆଗକୁ ଆସିଛନ୍ତି। ସେମାନଙ୍କ ସହଯୋଗରେ ଆପଣ ଚାହିଁଲେ ଆପଣଙ୍କ ବ୍ୟାଙ୍କ ବଦଳାଇପାରିବେ। ଦେଶର ସର୍ବ ବୃହତ୍ତ ବ୍ରୋକରେଜ କମ୍ପାନୀ ଜିରୋଧା ମଧ୍ୟ ତାଙ୍କ ଗ୍ରାହକଙ୍କ ଲାଗି ସବୁ ପ୍ରକାର ସହଯୋଗ ଲାଗି ପ୍ରତିଶ୍ରୁତି ଦେଉଛନ୍ତି। ଗ୍ରାହକ ତାଙ୍କ ସେୟାର ବିକ୍ରି ପରେ ପାଉଥିବା ଟଙ୍କା ସେ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଚାହିଁବେ ନେଇ ପାରିବେ ବୋଲି ଜିରୋଧା ଘୋଷଣା କରିଛନ୍ତି। ସେହିପରି ଯଦି ଇୟେସ୍ ବ୍ୟାଙ୍କରେ ଆପଣଙ୍କ ସାଲାରୀ ଆକାଉଣ୍ଟ ଅଛି ତେବେ ଏ ନେଇ ପ୍ରଥମେ ଏଚଆର ମ୍ୟାନେଜରଙ୍କୁ ସୂଚିତ କରନ୍ତୁ। ଆଗାମୀ ବେତନ ଇୟେସ୍ ବ୍ୟାଙ୍କ ଆକାଉଣ୍ଟରେ ନ ଦେବା ଲାଗି ତାଙ୍କୁ କୁହନ୍ତୁ। ଏଚଆର ମ୍ୟାନେଜରଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ସାଲାରୀ ଲାଗି ବିକଳ୍ପ ଆକାଉଣ୍ଟ ନମ୍ବର ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.