Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ସବୁ ବ୍ୟାଙ୍କ ମଧ୍ୟରୁ କେଉଁଥିରେ ଅଛିକି ଆପଣଙ୍କ ଜମାଖାତା, ତେବେ ତୁରନ୍ତ ସାରନ୍ତୁ ୬ଟି କାମ

6/09/2019 at 4:11 PM

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳି ବୈଠକରେ ଓରିଏଣ୍ଟଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ବିଲୟକୁ ମଞ୍ଜୁରି ମିଳିଛି। ସେୟାର ବଜାରକୁ ମିଳିଥିବା ସୂଚନାରୁ ଏହା ଜଣାପଡିଛି। ତେବେ ଏହି ସବୁ ବ୍ୟାଙ୍କର ମର୍ଜର ହେଲେ ଗ୍ରାହକ ପ୍ରଭାବିତ ହେବେ କି ? ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ବଦଳି ଯିବକି ଏପରି ଅନେକ ପ୍ରଶ୍ନ ସ୍ୱତଃ ଉଠୁଛି। ତେବେ ଆସନ୍ତୁ ଜାଣିବା ବ୍ୟାଙ୍କ ମର୍ଜରରେ ଗ୍ରାହକଙ୍କୁ କ’ଣ କରିବାକୁ ପଡିବ।

ବ୍ୟାଙ୍କ ବିଲୟକରଣ ପରେ ଗ୍ରାହକଙ୍କୁ ନୂଆ କଷ୍ଟମର ଆଇଡି ଦିଆଯାଇପାରେ। ଏଣୁ ଗ୍ରାହକ ସେମାନଙ୍କର ମୋବାଇଲ ନମ୍ବର ଓ ଇ-ମେଲ ଆଇଡି ବ୍ୟାଙ୍କକୁ ଯାଇ ଅପଡେଟ କରି ରଖିବା ଦରକାର। ଯଦି କଷ୍ଟମର ଆଇଡି ଅଥବା ଆକାଉଣ୍ଟ ନମ୍ବରରେ କୌଣସି ପରିବର୍ତ୍ତନ ହେବ ତେବେ ବ୍ୟାଙ୍କ ଆପଣଙ୍କୁ ତୁରନ୍ତ ଜଣାଇଦେବେ। ତେବେ ଏଠାରେ ଆଉ ଗୋଟିଏ ପ୍ରଶ୍ନ ଉଠୁଛି ପୁରୁଣା ଚେକ୍ ବୁକ୍ ର କଣ ହେବ? ବ୍ୟାଙ୍କ ବିଲୟ ଯୋଗୁ ନାମ ବଦଳି ଯିବ। ଏଣୁ ପୁରୁଣା ବ୍ୟାଙ୍କର ଚେକ୍ ବୁକ୍ ମଧ୍ୟ ବଦଳିଯିବ। ଗ୍ରାହକଙ୍କୁ ନୂଆ ଚେକ୍ ବୁକ୍ ପ୍ରଦାନ କରାଯିବ। ତେବେ ଏଭଳି ପରିବର୍ତ୍ତନ ଲାଗି ବ୍ୟାଙ୍କ ଗ୍ରାହକଙ୍କୁ କିଛି ସମୟ ନିଶ୍ଟିତ ମିଳିବ।

ତେବେ ବିଲୟ ହେଉଥିବା ବ୍ୟାଙ୍କର ଗ୍ରାହକମାନଙ୍କୁ ସେମାନଙ୍କର ନୂଆ ଆକାଉଣ୍ଟ ନମ୍ବର ଓ ଆଇଏଫଏସସି କୋଡ ଡିଟେଲସ୍  ସମ୍ପର୍କରେ ଇନକମ ଟ୍ୟାକ୍ସ, ଇନସ୍ୟୋରେନ୍ସ କମ୍ପାନୀ ଓ ମ୍ୟୁଚୁଆଲ ଫଣ୍ଡ ସମେତ ସମସ୍ତ ସ୍ଥାନରେ ଅପଡେଟ କରିବାକୁ ହେବ। ବ୍ୟାଙ୍କ ମର୍ଜର ସହ ଗ୍ରାହକଙ୍କ ଶାଖା ବି ବଦଳିଯିବାର ଅନେକ ସମ୍ଭାବନା ରହିଛି। ଏଣୁ ଏସଆଇପି ଓ ଇଏମଆଇରେ ମଧ୍ୟ ଗ୍ରାହକ ତାଙ୍କ ରେକର୍ଡ ଅପଡେଟ କରିବେ। ବ୍ୟାଙ୍କ ବିଲୟ ପ୍ରକ୍ରିୟା ଶେଷ ହେବା ପରେ ଏଥିରେ ସାମିଲ ବ୍ୟାଙ୍କମାନଙ୍କ ମଧ୍ୟରୁ କାହାର କେଉଁଠି ଅଧିକ ଶାଖା ରହିଯାଏ ତ କାହାର ବ୍ରାଞ୍ଚ ହିଁ ଉଠିଯାଏ। ବ୍ୟାଙ୍କର ଗୋଟିଏ  ସହରରେ ପାଖାପାଖି ବ୍ରାଞ୍ଚ ଥିଲେ ସେସବୁର ମର୍ଜର ହୋଇଯାଏ।

ବ୍ୟାଙ୍କ ଏକତ୍ରୀକରଣ ପ୍ରଭାବ ସେମାନଙ୍କ ଦ୍ୱାରା ଚଳାଯାଉଥିବା ବିଭିନ୍ନ ଜମା ଯୋଜନା ଓ ସେସବୁର ସୁଧହାର ଉପରେ ପଡିଥାଏ। ମର୍ଜର ପୂର୍ବରୁ ତ ସୁଧହାରରେ କୌଣସି ପରିବର୍ତ୍ତନ ହୋଇନଥାଏ ତେବେ ପରେ ଏକିକୃତ ହୋଇଥିବା ସବୁ ବ୍ୟାଙ୍କର ଫିକ୍ସ ଓ ରିକରିଙ୍ଗ ଡିପୋଜିଟର ସୁଧହାର ଏକପ୍ରକାର ହୋଇଯାଇଥାଏ। ସେହିପରି ବ୍ୟାଙ୍କ ମର୍ଜରର ଯୋଗୁ ଗୃହ, ବାହନ ଓ ଅନ୍ୟ ଋଣ ସୁଧହାରରେ ସେପରି ଫରକ ପଡିବାର ଯଦିଓ ଆଶଙ୍କା ନଥାଏ। ତେବେ ପ୍ରାୟତଃ ଏକା ରହିଥାଏ।

   Related Posts