Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବାଇକ୍‌ ଓ ସ୍କୁଟରରେ ବସି ପେଟ୍ରୋଲ୍‌ ଭରୁଛନ୍ତି କି ? ଖରାପ ହୋଇପା​‌ରେ ଫୁସ୍‌ଫୁସ୍‌, ଜାଣନ୍ତୁ କାରଣ

28/10/2020 at 9:30 PM

ନୂଆଦିଲ୍ଲୀ ୨୮/୧୦: ବାଇକ୍‌ରେ ବସି ପେଟ୍ରୋଲ ପକାଉଛନ୍ତି କି ? ଏବେ ସାବଧାନ ହେବାର ବେଳ ଆସିଛି। ଗାଡ଼ିରେ ବସି ତେଲ ପକାଇଲେ ଫୁସ୍‌ଫୁସ୍‌ ଖରାପ ହେବା ସହ କ୍ୟାନ୍‌ସର ହେବାର ସମ୍ଭାବନା ରହିଛି। ଅନେକ ସମୟରେ ପମ୍ପରେ ପେଟ୍ରୋଲ ଭରିବା ବେଳେ ଆମକୁ ବହୁ ସମୟ ଅପେକ୍ଷା କରିବାକୁ ପଡ଼େ। ତେବେ ପେଟ୍ରୋଲରୁ ବାହାରୁଥିବା ବେଞ୍ଜିନ୍‌ ନାମକ ଏକ ଗ୍ୟାସ୍‌ ଶ୍ବାସକ୍ରିୟା ଯୋଗୁ ଶରୀରକୁ ପ୍ରବେଶ କରେ। ଯାହାର ଅଧିକ ମାତ୍ରା ଫୁସ୍‌ଫୁସ୍‌କୁ ଖରାପ କରିବାର ସମ୍ଭବନା ରହିଛି। ତେବେ ଏହାର ପରିମାଣ ଶରୀର​‌ରେ ବଢ଼ିଗଲେ କର୍କଟ ରୋଗ ହେବାର ସମ୍ଭବନା ବଢ଼ିଯାଇଥାଏ।

ବେଞ୍ଜିନ୍‌ ଏକ ଜ୍ବଳନଶୀଳ ହାଇଡ୍ରୋକାର୍ବନ ଭାବେ ଜଣାଯାଏ। ଅନ୍ତର୍ଜାତୀୟ ସ୍ତରରେ ପେଟ୍ରୋଲ୍‌ରେ ଏକ ପିପିଏମ(ପାର୍ଟ ପର ମିଲିୟନ୍‌) ବେଞ୍ଜିନ୍‌ ମିଶ୍ରଣ କରିବାର ଅନୁମତି ଅଛି। ବହୁ କମ୍ପାନୀ ଏହାକୁ ଦଶ ଗୁଣ ଅଧିକ ମିଶ୍ରଣ କରୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ବହୁ ବାର ଏନଜିଟି ଓ ସିପିସିବି ତାଗିଦ ମଧ୍ୟ କରିଛି। କିନ୍ତୁ କମ୍ପାନୀ ଏହି ନିୟମ ଉଲ୍ଳଂଘନ କରୁଥିବାରୁ ଏହା ଲୋକଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବାରେ ଲାଗିଛି।

ପେଟ୍ରୋଲ୍‌ ଭରିବା ସମୟରେ ବେଞ୍ଜିନ୍‌ ଗ୍ୟାସ୍‌ ବାୟୁମଣ୍ଡଳରେ ମିଶିଥାଏ। ପରେ ଲୋକଙ୍କ ଶ୍ବାସକ୍ରିୟା ମାଧ୍ୟମରେ ଶରୀରକୁ ପ୍ରବେଶ କରେ ପରେ ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଏ ବେଞ୍ଜିନ୍। ଗାଡ଼ିରେ ବସି ପେଟ୍ରୋଲ ପକାଇବା ପାଇଁ ଅପେକ୍ଷା କରୁଥିବା ବ୍ୟକ୍ତିଙ୍କ ପାଇ ବେଞ୍ଜିନ୍‌ ଅଧିକ କ୍ଷତି ପହଞ୍ଚାଇଥାଏ। ତେବେ ପେଟ୍ରୋଲ୍‌ ପମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ବେଞ୍ଜିନ୍‌ ଗ୍ୟାସ୍‌ ମରଣାନ୍ତକ ସାବ୍ୟସ୍ତ ହୁଏ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ୍‌ଲାଇନ୍ସ ଅନୁସାରେ ପେଟ୍ରୋଲ ଫିଲିଂ ନୋଜାଲ୍‌ରେ ଭେପର ରିକୋଭରି ସିଷ୍ଟମ ଲଗାଇବା ଦରକାର। ଏହାଦ୍ବାରା ବେଞ୍ଜିନ୍‌ ବାୟୁମଣ୍ଡଳକୁ ଯିବା ପରିବର୍ତେ ପୁଣିଥରେ ପେଟ୍ରୋଲ୍‌ ସହ ମିଶି ଟାଙ୍କିକୁ ପ୍ରବେଶ କରିଥାଏ। କିନ୍ତୁ ଏହି ଗାଇଡ୍‌ଲାଇନ୍ସ ଉଲ୍ଲଂଘନ ହେଉଥିବାରୁ ଲୋକେ ରୋଗରେ ପଡ଼ିବା ସ୍ବଭାବିକ। ତେଣୁ ପେଟ୍ରୋଲ ପମ୍ପରେ ତେଲ ଭରିବା ବେଳେ ଲୋକେ ନିଜ ସୁରକ୍ଷାକୁ ଧ୍ୟାନ ଦେବା ଜରୁରୀ। ବହୁ କମ୍‌ ସମୟ ମଧ୍ୟରେ ତେଲ ଭରି ଫେରିବାକୁ ଚେଷ୍ଟା କରିବା ନିହାତି ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।  

   Related Posts