Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଲୁଣ ଲଗାଇ କାକୁଡ଼ି ଖାଉଛନ୍ତି କି : ତେବେ ଜାଣିରଖନ୍ତୁ ଏହି ସବୁ କଥା

28/05/2019 at 5:51 PM

ଗରମ ଦିନରେ ଯଦି ଖାଇବା ସହ ସାଲାଡ ନ ଖିଆଯାଏ ତେବେ ଖାଇବା ରୁଚି ନଥାଏ। ଗରମ ଦିନରେ ଯଦି ସାଲାଡ କଥା କହିଲେ କାକୁଡ଼ି ଆଗେ ଆସିଥାଏ। କାକୁଡ଼ିକୁ ଲାଭଦାୟକ ପୋଷକ ତତ୍ତ୍ବ ଭାବେ ଜଣାଯାଇଥାଏ। ଏଥିରେ ପାଣି ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ ଯାହା ଫଳରେ ହାଇଡ୍ରେସନ୍ ବୃଦ୍ଧି ଏବଂ ଓଜନ କମିଥାଏ। କାକୁଡ଼ି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ,ଖାସକରି  ଏଥିରେ ପାଣି ରହିଥିବାରୁ ଖରା ଦିନରେ ଏହା ମନୁଷ୍ୟ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ବ ଯୋଗାଇଥାଏ। କାକୁଡ଼ିରେ ଭିଟାମିନ୍ ଏ,ଭିଟାମିନ୍ ସି ଏବଂ ଫୋଲିକ୍ ଏସିଡ ପ୍ରଚୁର ପରିମାଣରେ ରହିଥାଏ।

ଏହା ସହିତ ଏଥିରେ ଫାଇବର,ମ୍ୟାଗ୍ନେସିୟମ୍,ମୋଲିବ୍ଲେଡନମ୍ ଏବଂ ପୋଟାସିୟମ୍ ସହ ଅନ୍ୟାନ୍ୟ ଖଣିଜ ପଦାର୍ଥ ରହିଛି। ଏହା ବିଭିନ୍ନ ପ୍ରକାର ତ୍ବଚା ସମସ୍ୟାକୁ ଠିକ୍ କରିବା ସହିତ ସନବର୍ଣ୍ଣରୁ ମଧ୍ୟ ରକ୍ଷା କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କାକୁଡ଼ି ଆମ ଶରୀର ପାଇଁ ହାନିକାରକ ମଧ୍ୟ ହୋଇଥାଏ।

ଯଦି ଆପଣଙ୍କୁ ସାଇନୋସିସିସ୍ ସମସ୍ୟା ରହିଛି,ତେବେ କାକୁଡ଼ି ଖାଆନ୍ତୁ ନାହିଁ। ଆୟୁର୍ବେଦିକ ଚିକିତ୍ସକଙ୍କ ମତରେ ଥଣ୍ଡା ପ୍ରଭାବକୁ ବଢ଼ାଇଥାଏ।

କାକୁଡ଼ି ମଞ୍ଜି କୁକ୍ରିବିଟିନର ସ୍ରୋତ ହୋଇଥାଏ,ଏହା ଅତ୍ୟଧିକ ସେବନ କରିବା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ। ଅତ୍ୟଧିକ ମାତ୍ରାରେ କାକୁଡ଼ି ଖାଇଲେ ଏହା ଇଲେକ୍ଟ୍ରୋଲାଇଟିକ୍ ସନ୍ତୁଳନକୁ ବାଧା ଦେଇଥାଏ।

ସମସ୍ତେ ଜାଣିଛନ୍ତି ଯେ ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ବ୍ୟତୀତ ଭିଟାମିନ୍ ସି ଫ୍ଲୁ ସହ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାକୁ ରୋକିଥାଏ ଏହାକୁ ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ କିନ୍ତୁ ଏହା ବେଶୀ ମାତ୍ରାରେ ଖାଇଲେ ଏହା ପ୍ରୋଆକ୍ସିଡେଣ୍ଟ ଭାବେ କାମ କରିଥାଏ। ଯାହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ।

ହାଇପରକ୍ଲେମିଆ ଏକ ମେଡିକାଲ ସ୍ଥିତି ଯାହା ଶରୀରରେ ଉଚ୍ଚ ପୋଟାସିୟମର ଉପସ୍ଥିତି କାରଣରୁ ଉତ୍ପନ୍ନ ହୋଇଥାଏ। ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଏହା କିଡନିକୁ ମଧ୍ୟ ଖରାପ କରିଥାଏ।

ଯଦି ଆପଣ ଉଚ୍ଚ ରକ୍ତଚାପ ରୋଗୀ ତେବେ କାକୁଡ଼ିରେ ଲୁଣ ଲଗାଇ ଖାଆନ୍ତୁ ନାହିଁ ନଚେତ୍ ରକ୍ତଚାପ ଆହୁରି ବଢ଼ିଥାଏ।  

   Related Posts