Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||

କରୋନା ବିରୋଧରେ ଆପଣଙ୍କ ପାଇଁ ରକ୍ଷାକବଚ ହେବ ଏହି ୮ଟି ଫଳ : ଜାଣନ୍ତୁ ଏସବୁ ଫଳ ବିଷୟରେ

28/03/2020 at 1:01 PM

ସାରା ବିଶ୍ବକୁ ଦୋହଲାଇ ରଖିଛି କରୋନା ଭାଇରସ୍। କରୋନା ସଂକ୍ରମଣରେ ଏବେ ସୁଦ୍ଧା ବିଶ୍ବରେ ମୃତ୍ୟୁ ସଂଖ୍ୟା ୭୦୦୦ଟପି ସାରିଲାଣି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୮୦୦ ଟପି ଥିବାବେଳେ ୨୦ଜଣ ମୃତ୍ୟୁବରଣ କରିଛନ୍ତି। ଏହାର କିଛି ଚିକିତ୍ସା ନଥିବାବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ କେତୋଟି ଫଳ ସେବନ କରିବାକୁ ପରାମର୍ଶ ଦେଇଛନ୍ତି। ଡାକ୍ତରମାନେ ଆଲକାଲିନ୍ ଯୁକ୍ତ ଖାଦ୍ୟ ଯାହାର pH ସ୍ତର ଅଧିକ ସେହିପରି ଫଳ ଖାଇବାକୁ କହିଛନ୍ତି।

ସେହି ଫଳଗୁଡ଼ିକ ହେଲା :

୧.ଲେମ୍ବୁ : ଆମ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ଲେମ୍ବୁ ଗୋଟିଏ। ଏହାକୁ ଆମେ ସର୍ବତଠୁ ଆରମ୍ଭ କରି ରୋଷେଇ ପାଇଁ ମଧ୍ୟ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଏଥିରେ କରୋନା ପାଇଁ ଲଢ଼ିବାକୁ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଏଥିରେ pH ସ୍ତର ରହିଛି ୯.୯ ପ୍ରତିଶତ।

୨. କମଳା: ଡାକ୍ତରଙ୍କ ମତରେ କମଳାରେ ରହିଛି କରୋନା ବିରୋଧରେ ଲଢ଼ିବାର ତତ୍ତ୍ବ। ପ୍ରତିଦିନ କମଳା ଖାଇଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏଥିରେ pH ସ୍ତର ୯.୨ପ୍ରତିଶତ ରହିଛି।

୩. ରସୁଣ : ରସୁଣରେ ପ୍ରଚୁର ପରିମାଣରେ ଆଣ୍ଟି ଭାଇରାଲ୍ ତତ୍ତ୍ବ ରହିଥାଏ। ଏହାକୁ ଆପଣ ସୁପ୍ କିମ୍ବା ସାଲାଡ ବ୍ୟତୀତ କଞ୍ଚା ମଧ୍ୟ ଖାଇ ପାରିବେ। ପ୍ରତିଦିନ ଏକ ଚାମଚ ମହୁ ସହ ରସୁଣ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହାର pH ସ୍ତର ୧୩.୨ପ୍ରତିଶତ।

୪.ଆମ୍ବ :ଖରା ଦିନେ ବଜାରରେ ପ୍ରଚୁର ପରିମାଣରେ ଆମ୍ବ ଉପଲବଧ ହୋଇଥାଏ। ଏଥିରେ କରୋନା ବିରୋଧରେ ଲଢ଼ିବା ପାଇଁ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଏହାର pH ସ୍ତର ୮.୭ପ୍ରତିଶତ। ଯଦି ଆପଣ ନିୟମିତ ଆମ୍ବ ଖାଉଛନ୍ତି ତେବେ ଆପଣଙ୍କଠାରେ କରୋନା ଭାଇରସ୍ ସଂକ୍ରମଣ ହେବାର ଆଶଙ୍କା କମ୍ ରହିଛି।

୫.ତାଞ୍ଜାରିନ୍ : ଏହି ଫଳଟି ପୂରା ଦେଖିବାକୁ କମଳା ଭଳି। ଏହା ପ୍ରତିଦିନ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏଥିରେ pH ସ୍ତର ୮.୫ପ୍ରତିଶତ।

୬. ସପୁରୀ : ସପୁରି ବର୍ଷକୁ ବାରମାସ ଫଳୁଥିବା ଫଳ ଅଟେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସପୁରୀରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ ଯାହା କରୋନାକୁ ହରାଇ ପାରିବ। ଏଥିରେ pH ସ୍ତର ୧୨.୭।

୭.ଡାଣ୍ଡେଲିଅନ୍ : ଡାଣ୍ଡେଲିଅନରେ ସର୍ବାଧିକ pH ସ୍ତର ୨୨.୭ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଏକ ଫଳ ନୁହେଁ ବରଂ ଏକ ଫୁଲ।

୮. ଆଭୋକାଡୋ : ଆଭୋକାଡୋରେ ମଧ୍ୟ ରହିଛି ୧୫.୬ ପ୍ରତିଶତ pH ସ୍ତର। ଯାହାକି କରୋନା ବିରୋଧରେ ଲଢ଼ିବା ପାଇଁ ସହାୟକ ହୋଇଥାଏ। ଏହି ଫଳ ମେକ୍ସିକୋରେ ଉତ୍ପାଦନ ହୋଇଥାଏ।

   Related Posts