Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଗୁପ୍ଚୁପ୍ ଖାଉଛନ୍ତି କି, ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ….ନହେଲେ ଆପଣ ଭୋଗିପାରନ୍ତି ?

6/01/2019 at 4:28 PM

ଗୁପଚୁପ ଖାଉଛନ୍ତି କି ?

ଖାଆନ୍ତୁ ମନାନାହିଁ, ହେଲେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ଆପଣ ଭୋଗିପାରନ୍ତି… ଏହିସବୁ ଅସୁବିଧା ।

ଅନେକ ଗୁପଚୁପ୍ ଖାଇବାକୁ ଭଲପାଇଥାନ୍ତି କିମ୍ବା ଗାର୍ଲଫ୍ରେଣ୍ଡ ପାଖରେ ଅଛିମାନେ ଖାଇବାକୁ ବାଧ୍ୟହୋଇଥାନ୍ତି । ନଚେତ ଆପଣ ମାର୍କେଟ ବୁଲିବାକୁ ସ୍ତ୍ରୀ ସହିତ ଯାଇଛନ୍ତି ମାନେ ନିଶ୍ଚୟ ଆପଣଙ୍କ ଗାଡ଼ି ଗୁପଚୁପବାଲା ପାଖରେ ରହିବ ହିଁ ରହିବ । ଖାଇବାକୁ ମନାନାହିଁ କିଛି ଦିଗପ୍ରତି ଧ୍ୟାନ ଦିଅନ୍ତୁ.. ତା ହେଲେ କିଛି ଅସୁବିଧା ନାହିଁ ।

ଗୁପଚୁପ ଖାଇଲାବେଳେ ଦେଖନ୍ତୁ ତାହା ଅଧିକ ତେଲଯୁକ୍ତ ଅଛିକି, ଯଦି ଅଛୁ ଏହା ଶରୀରପ୍ରତି ଖୁବ କ୍ଷତିକାରକ । କାରଣ ବାରମ୍ବାର ପୋଡ଼ାତେଲରେ ଛଣା ହେଉଥିବା କାରଣରୁ ଏଥିରେ ଥିବା ଫ୍ୟାଟସ୍ ହାର୍ଟ ପାଇଁ ବହୁତ ଖରାପ ହୋଇଥାଏ । ଯାହା ହାର୍ଟ ସଂବନ୍ଧୀୟ ରୋଗ ତିଆରି କରେ ।

ରାସ୍ତାପାଖରେ ଗୁପଚୁପ ଖାଇଲାପରେ ଗୁପଚୁପ ପାଣି ପିଅନ୍ତୁ ନାହିଁ, କାରଣ ରାସ୍ତାପାଖରେ ବିକୁଥିବା ଲୋକ  ବିଶୁଦ୍ଧପାଣି ବ୍ୟବହାର କରି ନଥାନ୍ତି । ଯାହାଦ୍ଵାରା ଅନେକ ରୋଗ ହେବାର ସମ୍ଭାବନା ଥାଏ । ତାପରେ ଏହି ପାଣିରେ ମିଶୁଥିବା ତେନ୍ତୁଳି ବି ଜୀବାଣୁ ମୁକ୍ତନୁହେଁ । ଅନେକ ଝିଅ ଗୁପଚୁପ ଖାଇଲା ପରେ ସେହି ଖଟାପାଣିକୁ ବେଶୀ ପିଇଥାନ୍ତି । କିନ୍ତୁ ଏହା ଦ୍ଵାରା ପେଟରୋଗ ମଧ୍ୟ ଦେଖାଯାଇଥାଏ ।

ଅନେକ ଗୁପଚୁପବାଲା ରାସ୍ତାକଡ଼ରେ କିମ୍ବା ଅନ୍ଧାରୁଆ ସ୍ଥାନରେ ଗୁପଚୁପ ବିକୁଥାନ୍ତି କିନ୍ତୁ ଏହି ସବୁ ସ୍ଥାନରେ ଗୁପଚୁପ ଖାଇବାମାନେ ରୋଗକୁ ଡ଼ାକିଆଣିବା । ସେଥିପାଇଁ ଏହିସବୁ ଖାଦ୍ୟଖାଇଲା ବେଳେ ବିକ୍ରିକରୁଥିବା ସ୍ଥାନ ବି ଦେଖନ୍ତୁ ।

ଗୁପଚୁପ ବିକ୍ରିକରୁଥିବା ଲୋକ ଖୋଲାଜାଗାରେ ବିକ୍ରି କରୁଥିବା କାରଣରୁ ବାୟୁମଣ୍ଡଳରେ ଉଡ଼ିବୁଲୁଥିବା ଜୀବାଣୁ ବି ସେହି ଖାଦ୍ୟ ସହ ମିଶି ଦେହ ଖରାପ କରିଥାନ୍ତି । ତେଣୁ ଗୁପଚୁପ ଖାଉଛନ୍ତି ମାନେ ଧ୍ୟାନ ଦିଅନ୍ତି ଆପଣଙ୍କୁ ଗୁପଚୁପ ଖାଇବାକୁ ଦେଉଥିବା ଲୋକ ସ୍ଵାସ୍ଥ୍ୟ ଓ ପରିମଳ ପ୍ରତି କେତେ ଗୁରୁତ୍ଵ ଦେଉଛି ।

ରାସ୍ତାକଡ଼ରେ ଗୁପଚୁପ ବିକ୍ରିକରୁଥିବା ଲୋକ ଅନେକ ସମୟରେ ନିଜର ଲାଭ ପାଇଁ ଶସ୍ତା ମସଲା, ତେଲ ବ୍ୟବହାର କରିଥାଏ, ଯାହା ଅନେକ ରୋଗର ସମାସ୍ୟା ଦେଖାଯାଇଥାଏ ।

ତେଣୁ ଗୁପଚୁପ ଖାଇଲାବେଳେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ, ନ ହେଲେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି ।

   Related Posts