କଳା ଲୁଣ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଏହା ଅଧିକ ସେବନ କରିବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ। ଅନେକ ରୋଗରୁ ସୁରକ୍ଷିତ ରହିବା ପାଇଁ କଳା ଲୁଣ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ କିନ୍ତୁ ଏହାର ସେବନ ସୀମିତ ମାତ୍ରାରେ କରିବା ଉଚିତ୍।
{"id":329367,"sizeSlug":"large"}କଳା ଲୁଣ ଅଧିକ ସେବନ କରିବା ଦ୍ବାରା ଉଚ୍ଚ ରକ୍ତଚାପ ସମସ୍ୟା ହୋଇପାରେ। ଉଚ୍ଚ ରକ୍ତଚାପ ରୋଗୀଙ୍କୁ ସୀମିତ ମାତ୍ରାରେ କଳା ଲୁଣ ସେବନ କରିବା ଉଚିତ୍।
{"id":329368,"width":581,"height":248,"sizeSlug":"large"}କଳା ଲୁଣ ଅଧିକ ସେବନ କରିବା ଦ୍ବାରା ହୃଦ ରୋଗ ସମ୍ବନ୍ଧିତ ସମସ୍ୟା ହୋଇପାରେ। ହୃଦରୋଗୀଙ୍କୁ ସୀମିତ ମାତ୍ରାରେ କଳା ଲୁଣ ସେବନ କରିବା ଉଚିତ୍।
{"id":329373,"width":578,"height":434,"sizeSlug":"large"}କଳା ଲୁଣ ଅଧିକ ସେବନ କରିବା ଦ୍ବାରା ଷ୍ଟୋନ୍ ସମସ୍ୟା ହୋଇପାରେ। କଳା ଲୁଣରେ ସୋଡିୟମ ଅଧିକ ମାତ୍ରାରେ ଥାଏ ଯାହା ଫଳରେ ଶରୀରରେ କ୍ରିଷ୍ଟାଲ୍ ଅଧିକ ସୃଷ୍ଟି ହେବାକୁ ଲାଗିଥାଏ। ଶରୀରରେ କ୍ରିଷ୍ଟାଲ୍ ଅଧିକ ହେବା କାରଣରୁ ଷ୍ଟୋନ୍ ସମସ୍ୟା ହୋଇପାରେ।
{"id":329374,"sizeSlug":"large"}କଳା ଲୁଣ ଅଧିକ ସେବନ କରିବା ଦ୍ବାରା ପେଟରେ କ୍ୟାନସର ହେବାର ଆଶଙ୍କା ରହିଥାଏ। ସୁସ୍ଥ ଏବଂ ଫିଟ୍ ରହିବା ପାଇଁ କଳା ଲୁଣ ସୀମିତ ମାତ୍ରାରେ ସେବନ କରନ୍ତୁ। ଅଧିକ ମାତ୍ରାରେ କଳା ଲୁଣ ସେବନ କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡ଼ିପାରେ।
{"id":329376,"sizeSlug":"large"}କଳା ଲୁଣରେ ଆୟୋଡିନ୍ ଅନେକ କମ୍ ମାତ୍ରାରେ ଥାଏ। କଳା ଲୁଣ ଅଧିକ ସେବନ କରିବା ଦ୍ବାରା ଶରୀରରେ ଆୟୋଡିନର ଅଭାବ ହୋଇପାରେ। କଳା ଲୁଣ ସାଧାରଣ ଲୁଣ ସହ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ।
{"id":329375,"sizeSlug":"large"}