ସ୍ବପ୍ନରେ ଏହି ସବୁ ଜିନିଷ ଦେଖାଗଲେ ହୋଇଯିବେ କୋଟିପତି: ଜାଣନ୍ତୁ କ’ଣ?

Published By : Prameya-News7 Bureau | June 30, 2019 IST

ଆମେ ସମସ୍ତେ ଏହା ବହୁତ ଭଲ ଭାବେ ଜାଣୁ ଯେ ଦିନସାରା କାମ କରିବା ପରେ ପ୍ରତ୍ୟେକ ବ୍ୟକ୍ତି ରାତିରେ ଶୋଇବା ଜରୁରୀ ହୋଇଥାଏ,ଏବଂ ରାତିରେ ଶୋଇବାବେଳେ ସମସ୍ତେ ସ୍ବପ୍ନ ଦେଖିଥାଆନ୍ତି। ଆସନ୍ତୁ ଜାଣିବା ସ୍ବପ୍ନର ଅର୍ଥ

୧. କୁହାଯାଏ ଯଦି ସ୍ବପ୍ନରେ କୈାଣସି ଶିଶୁକୁ ଚାଲୁଥିବା ଦେଖାଯାଏ କିମ୍ବା ଫଳ ଗଣ୍ଠିଲି ଦେଖାଯାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ। ଏହାର ଅର୍ଥ ହେଉଛି ଆପଣଙ୍କୁ ଖୁବ୍ ଶୀଘ୍ର ଧନ ଲାଭ ହେବ। ଯଦି ସ୍ବପ୍ନରେ କୈାଣସି ସ୍ତ୍ରୀ କୈାଣସି ପୁରୁଷ ସହ କିମ୍ବା କୈାଣସି ପୁରୁଷ କୈାଣସି ସ୍ତ୍ରୀ ସହ ସମ୍ଭୋଗ କରୁଥିବା ଦେଖିବେ ତେବେ ଏହାର ଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ଧନ ଲାଭ ହେବ।

୨.ଜ୍ୟୋତିଷଙ୍କ ଅନୁସାରେ ସ୍ବପ୍ନରେ ଆକାଶରେ ବିଦ୍ୟୁତ୍ ଚମକୁଥିବାର ଦେଖିବା ଅର୍ଥ ବ୍ୟବସାୟରେ ବଡ଼ ସଫଳତାର ସଙ୍କେତ ଭାବେ ଜଣାଯାଇଥାଏ। ଯଦି କୈାଣସି କନ୍ୟାଙ୍କ ବିଦାୟ ସମାରୋହ ସ୍ବପ୍ନରେ ଦେଖିବେ କିମ୍ବା ନିଜକୁ ଫୁଲ ମାଳା ପିନ୍ଧୁଥିବା ଦେଖିବେ ତେବେ କୋଟିପତି ହେବାର ଯୋଗ ରହିଛି।

୩. ଏହା ସହିତ ସ୍ବପ୍ନରେ କ୍ଷେତରେ ଗହମ ଫସଲ ହେଉଥିବାର ଦେଖିବେ ତେବେ ଏହାର ଅର୍ଥ ସୈାଭାଗ୍ୟ ବୃଦ୍ଧି। ସ୍ବପ୍ନରେ କାହାକୁ ଟଙ୍କା ଉଧାର ଦେବା କିମ୍ବା ସଳିତା ଜଳାଉଥିବା ଦେଖିବା କିମ୍ବା ଗାଈକୁ ଗୋବର କରିବା ଦେଖିବା ଅର୍ଥ ବହୁତ ଶୀଘ୍ର ଧନଲାଭ। ଏହା ସହିତ ସବୁଜ ସୁନ୍ଦର ଜଙ୍ଗଲ ଦେଖିବା କିମ୍ବା ଫୁଲ ବଗିଚା ମଧ୍ୟ ବ୍ୟକ୍ତିଙ୍କ ଜୀବନରେ ଶୁଭ ସଙ୍କେତର ଈଶାରା କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.