Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ସ୍ୱପ୍ନରେ କଳା ସାପ ଦେଖୁଛନ୍ତି କି ? ଜାଣନ୍ତୁ କ’ଣ ଦେଇଥାଏ ସଂକେତ

2/07/2019 at 5:21 PM

ଭୁବନେଶ୍ୱର ୨/୭ : ପ୍ରତ୍ୟେକ ମଣିଷ ସୋଇଥିବା ଅବସ୍ଥାରେ ସ୍ୱପ୍ନ ଦେଖିଥାନ୍ତି । ପ୍ରତ୍ୟେକ ମଣିଷ ସ୍ବପ୍ନରେ ଅଲଗା ଅଲଗା ଜିନିଷ ଦେଖିଥାନ୍ତି । ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ସ୍ବପ୍ନର କିଛି ନା କିଛି ମହତ୍ୱ ରହିଛି । ପ୍ରତ୍ୟେକ ସ୍ବପ୍ନ କିଛି ଦର୍ଶାଇଥାଏ । ବେବେଳେ ଆମେ ସ୍ବପ୍ନରେ ବିଭିନ୍ନ ପଶୁପକ୍ଷୀ ଦେଖିଥାଉ ତ ପୁଣି କେତେବେଳେ ଭଗବାନଙ୍କୁ ଦେଖିଥାଉ । କେତେବେଳେ କାହାର ମୃତ୍ୟୁ ଦେଖିଥାଉ ତ କେତେବେଳେ ଭ୍ରମଣ କରୁଥିବା ଦେଖିଥାଉ । ମଣିଷ ନିଜ ଜୀବନକାଳ ମଧ୍ୟରେ ଏମିତି ଅନେକ ସ୍ବପ୍ନ ଦେଖିଥାଏ । କିଛି ସ୍ବପ୍ନ ନିଦରୁ ଉଠିଲା ପରେ ଭୁଲି ହୋଇଯାଏ । କିନ୍ତୁ କିଛି ସ୍ବପ୍ନ ମନେରହେ । କିଛି ସ୍ବପ୍ନ ଦେଖି ଆମେ ଭୟଭୀତ ହୋଇଯାଇଥାଉ । ସେମାନଙ୍କ ମଧ୍ୟରୁ ଗୋଟିଏ ହେଲା ସାପ ସ୍ବପ୍ନ । ଆସନ୍ତୁ ଜାଣିବା ସ୍ବପ୍ନରେ ସାପ ଦେଖିଲେ କଣ ହୁଏ :

ଶାସ୍ତ୍ର ଅନୁଯାୟୀ, ଯଦି ପୂର୍ଣମୀ ରାତିରେ ସ୍ବପ୍ନରେ କଳା ସାପ ଦେଖନ୍ତି ତାହେଲେ ତାହା ଏହା ଅତ୍ୟନ୍ତ ଶୁଭ । ପୂର୍ଣମୀ ରାତିରେ ସ୍ବପ୍ନରେ କଳା ସାପ ଦେଖିଲେ ଜୀବନ ଆନନ୍ଦମୟ ହୋଇଥାଏ । ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ । ସେଥିପାଇଁ ଅନେକ ଲୋକ ସ୍ବପ୍ନରେ କଳା ସାପ ଦେଖିବାକୁ ଇଛା କରନ୍ତି ।

ଯଦି ସ୍ବପ୍ନରେ ଜଣେ ସାପ ଦେଖନ୍ତି ତାହେଲେ ବ୍ୟବସାୟରେ ବୃଦ୍ଧି ହୁଏ । ଏମାନଙ୍କୁ ପରିବାରର ପୁର୍ଣ ସହଯୋଗ ମିଳିଥାଏ । ଏମାନଙ୍କ ମଧ୍ୟରେ ପରିଶ୍ରମ କରିବା ପାଇଁ ଜୋସ ମଧ୍ୟ ବଢିଥାଏ ।

ଶାସ୍ତ୍ର ଅନୁଯାୟୀ, ସ୍ବପ୍ନରେ କଳା ସାପ ଦେଖିବା ପରେ ଭ୍ରମଣ ଯୋଗ ହୋଇଥାଏ । ସାପ ଦେଖିବା ପରେ ଏମାନଙ୍କ ଜୀବନରେ ଏକ ନୂଆ ମୋଡ ଆସିଥାଏ । ଏମାନେ ନିଜ ଜୀବନକୁ ପୁରା ଉପଭୋଗ କରିଥାନ୍ତି ।

ଯଦି ଆପଣ ସ୍ବପ୍ନରେ କଳା ଏବଂ ଲମ୍ବା ସାପ ଦେଖନ୍ତି ତାହେଲେ, ତାହେଲେ ଜାଣିବେ ଆପଣଙ୍କ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏଭଳି ସ୍ଥିତିରେ ତେବେ ପାଠ ପଢିବା ପାଇଁ ଭଲ ଉପାୟ ସୁଯୋଗ ମିଳିଥାଏ । ସହଯୋଗୀଙ୍କ ତରଫରୁ ପୁରା ସାହାଯ୍ୟ ମିଳଥାଏ ।

ଶାସ୍ତ୍ର ଅନୁଯାୟୀ, ଯଦି ସ୍ବପ୍ନରେ କଳା ସାପ ଦେଖନ୍ତି ତାହେଲେ ଦାରିଦ୍ର୍ୟ ଦୂର ହୋଇଥାଏ । ଏହାପରେ ଆପଣ ଧନୀ ହୋଇଥାନ୍ତି । ଧୀରେ ଧୀରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ । ତେବେ କେତେକେ ରାଶି ପାଇଁ ସ୍ବପ୍ନରେ ସାପ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ସେହି ରାଶୀଗୁଡିକ ହେଲା, ତୁଳା, ମିଥୁନ, ସିଂହ, କନ୍ୟା, କୁମ୍ଭ ଓ ମେଷ ।

   Related Posts