'ଆପଣ ଯେତେ ଶତକ ଓ ରନ କରନ୍ତୁ ନା କାହିଁକି, ଦଳ ଟ୍ରଫି ନଜିତିଲେ ତାର ମୂଲ୍ୟ କିଛି ନାହିଁ'

Published By : Prameya-News7 Bureau | November 05, 2021 IST

ଦୁବାଇ ୦୫।୧୧: ଭାରତୀୟ କ୍ରିକେଟ୍ ଦଳର ସେମି ଫାଇନାଲ୍ ରାସ୍ତା ବହୁତ ମୁସ୍କିଲରେ ଭରି ରହିଛି। ଆଜି ଭାରତର ମୁକାବିଲା ସ୍କଟଲାଣ୍ଡ ସହିତ ରହିଛି। ଟିମ୍ ଇଣ୍ଡିଆକୁ ଦରକାର ଆଉ ଏକ ବଡ ବିଜୟ। ମ୍ୟାଚ୍ ପୂର୍ବରୁ ଟି-୨୦ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ଆଇସିସି ନିଜର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛି। ଏହି ଭିଡିଓର ରୋହିତ ଶର୍ମା ଅନେକ ଦିଗକୁ ନେଇ ଖୋଲାଖୋଲି ନିଜର ମତ ରଖିଛନ୍ତି। ହିଟମ୍ୟାନ୍‌ ନାମରେ ପ୍ରସିଦ୍ଧ ରୋହିତ କହିଛନ୍ତି, ଯେ ପର୍ଯ୍ୟନ୍ତ ଆପଣ ଟ୍ରଫି ଜିତି ନାହାନ୍ତି, ଆପଣ ଯେତେ ଶତକ ଏବଂ ରନ କରନ୍ତୁ ନା କାହିଁକି ତାର କିଛି ମାନେ ନାହିଁ।

ସ୍କଟଲାଣ୍ଡ ବିପକ୍ଷ ବହୁତ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା କହିଛନ୍ତି, କ୍ରିକେଟ୍‌ରେ ବ୍ୟକ୍ତିଗତ ପ୍ରତିଭାର ତୂଳନାରେ ଦଳର କାମ ବହୁତ ଗୁରୁତ୍ଵପୂର୍ଣ୍ଣ। ଦଳ ଯଦି ଟ୍ରଫି ଜିତିବ ନାହିଁ ତେବେ ଆପଣ ଯେତେ ରନ ଏବଂ ଶତକ ଅର୍ଜନ କରନ୍ତୁ ନା କାହିଁକି ତାର ମୂଲ୍ୟ କିଛି ନାହିଁ। ଦଳକୁ ଆଗରେ ରଖିବା କାରଣରୁ ତାଙ୍କ କ୍ରିକେଟ୍ କ୍ୟାରିୟରର କାମ ସର୍ବଦା ସମାନ ରହିଛି ବୋଲି ରୋହିତ ଶର୍ମା କହିଛନ୍ତି।

ରୋହିତ  ଶର୍ମା ଏହି ସମୟରେ ଅନେକ ମହତ୍ଵପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ୨୦୧୬ରୁ ଏ ପର୍ଯ୍ୟନ୍ତ କହିବାକୁ ଗଲେ ମୁଁ ବହୁତ ଅନୁଭବ ହାସଲ କରି ନେଇଛି। ମୁଁ ଜଣେ ବ୍ୟାଟସମ୍ୟାନ ଭାବେ ୨୦୧୬ ତୂଳନାରେ ବହୁତ ଅଧିକ ପରିପକ୍ଵ ହୋଇ ଯାଇଛି। ଖେଳକୁ ବୁଝିବା ଏବଂ ଦଳକୁ କଣ ଦରକାର। ଦଳକୁ ନିଜଠୁ ଉପରେ ରଖି ଦେଖିବାକୁ ପଡେ ଯେ, ସେହି ସମୟରେ ଦଳକୁ କଣ ଦରକାର।

ଓପନିଂ ବ୍ୟାଟିଂ କରିବା ଉପରେ ରୋହିତ କହିଛନ୍ତି, ଯେବେ ଆପଣ ଦଳ ପାଇଁ ଇନିଂସ ଓପନ କରୁଛନ୍ତି, ତେବେ ଆପଣଙ୍କ ପାଖରେ ସର୍ବାଧିକ ବଲ ସମ୍ମୁଖୀନ ହେବାର ଭଲ ସୁଯୋଗ ମିଳିଥାଏ। ଆପଣଙ୍କୁ ଅଧିକ ରନ କରିବାର ସୁଯୋଗ ମଧ୍ୟ ମିଳିଥାଏ। ଏହି କାରଣରୁ ଆପଣ ଦେଖିଥିବେ ଯେ, ଟି-୨୦ରେ ସମଗ୍ର ଦୁନିଆରେ ଯେତେ ଶତକ ହୋଇଛି ସେ ସବୁ ଟପ୍ ଅର୍ଡରର ତିନି ବ୍ୟାଟସମ୍ୟାନ କରିଛନ୍ତି। ମୋ କାମ ମଧ୍ୟ ତାହା ରହିଥାଏ ବୋଲି ରୋହିତ ଶର୍ମା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.