ପାର୍ବଣ ଋତୁରେ ଟ୍ରେନରେ ଯାତ୍ରା କରୁଥିଲେ ହୋଇଯାଆନ୍ତୁ ସାବଧାନ : ଏସବୁ ନିୟମ ନମାନିଲେ ଯିବାକୁ ପଡ଼ିବ ଜେଲ୍

Published By : Prameya-News7 Bureau | October 15, 2020 IST

ନୂଆଦିଲ୍ଲୀ ୧୫/୧୦: ଭାରତୀୟ ରେଲଓ୍ବେ ଅକ୍ଟୋବର ମାସରେ ଆଗାମୀ ପର୍ବପର୍ବାଣି ଋତୁକୁ ଆଖି ଆଗରେ ରଖି ୧୯୬ଯୋଡ଼ି ଅର୍ଥାତ୍ ୩୯୨ ସ୍ପେଶାଲ୍ ଟ୍ରେନ୍ ଚଲାଇବାର ଘୋଷଣା କରିଛନ୍ତି। ଏଗୁଡ଼ିକ ଫେଷ୍ଟିଭାଲ୍ ସ୍ପେଶାଲ୍ ଟ୍ରେନ୍ ନାଁରେ ଚଲାଯିବ। ଏହି ସମୟରେ କରୋନା ସଂକ୍ରମଣର ସଙ୍କଟକୁ ଦେଖି ମାସ୍କ ଲଗାଇବା,ସୋସିଆଲ ଡିସଟାନସିଂ ଆଦିକୁ ନେଇ ନିୟମ ମଧ୍ୟ କଡ଼ା କରି ଦିଆଯାଇଛି। ରେଳ ସୁରକ୍ଷା ବଳ(ଆରପିଏଫ) ମୁତାବକ ଯଦି କୌଣସି ଯାତ୍ରୀ ନିୟମର ଉଲ୍ଲଙ୍ଘନ କରୁଛି ତେବେ ତାଙ୍କୁ ଭାରି ଜୋରିମାନା କିମ୍ବା ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ।

ଆରପିଏଫ ବୁଧବାର ଏ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ମାସ୍କ ନ ପିନ୍ଧିଲେ,କୋଭିଡ-୧୯ ସହ ଜଡ଼ିତ ପ୍ରୋଟୋକଲ୍ ପାଳନ ନକଲେ ଏବଂ ଯାଞ୍ଚରେ ସଂକ୍ରମିତ ଜଣା ପଡ଼ିବା ପରେ ବି ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ଉପରେ ରେଳ ଅଧିନିୟମର ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରାଯିବ। ତାଙ୍କୁ ଜୋରିମାନା ଦେବା ସହ ଜେଲଦଣ୍ଡ ମଧ୍ୟ ହୋଇପାରେ।

ଆରପିଏଫ ବିଶେଷ ଭାବେ ଆଗାମୀ ପର୍ବପର୍ବାଣି ଋତୁ ପାଇଁ ବିସ୍ତୃତ ଗାଇଡଲାଇନ୍ ଜାରି କରିଛନ୍ତି। ପର୍ବପର୍ବାଣି ସମୟରେ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିବାକୁ ଦୃଷ୍ଟିରେ ରଖି ରେଲଓ୍ବେ ସମସ୍ତ ଜୋନରେ ଫେଷ୍ଟିଭାଲ୍ ସ୍ପେଶାଲ୍ ଟ୍ରେନ୍ ଚଲାଇବାକୁ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ବାରା ରେଳ ଯାତ୍ରୀଙ୍କ ଯାତ୍ରାର ଅତିରିକ୍ତ ସୁବିଧା ଏବଂ ଭିଡ଼ରୁ ଆଶ୍ବସ୍ତି ମିଳିବ। କିନ୍ତୁ ଏପରି କ୍ଷେତ୍ରରେ ରେଳ ପ୍ରଶାସନ ସାମନାରେ କରୋନା ସଂକ୍ରମଣକୁ ଦେଖି ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବା ଏବଂ କଡ଼ାକଡ଼ିଭାବେ ନିୟମର ପାଳନ କରିବା କୌଣସି ଚ୍ୟାଲେଞ୍ଜରୁ କମ୍ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.