ଗାଡ଼ିରେ ଇଞ୍ଜିନ୍ ଅୟେଲ୍ ଠିକ୍ ସମୟରେ ପକାଉନାହାନ୍ତି କି ? ତେବେ ଭୋଗିବେ ଏହି ଅସୁବିଧା
21/09/2019 at 10:07 AM

କାର ହେଉ କିମ୍ବା ବାଇକ୍,ଏଗୁଡ଼ିକରେ ଇଞ୍ଜିନ୍ ଅୟେଲ୍ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଅଧିକାଂଶ ଲୋକ ଗାଡ଼ିରେ ଇଞ୍ଜିନ୍ ଅୟେଲ୍ ସମୟ ସମୟରେ ଚେଞ୍ଜ କରନ୍ତି ନାହିଁ ଏବଂ ଟପ୍ଅପ୍ ମଧ୍ୟ କାଟନ୍ତି ଯାହାର ପରିଣାମ ଇଞ୍ଜିନକୁ ଭୋଗିବାକୁ ପଡ଼ିଥାଏ। ଇଞ୍ଜିନ୍ ଅୟେଲକୁ ଲଗାତାର ବ୍ୟବହାର କରିବା ଦ୍ବାରା ଏହାର ଲ୍ୟୁବ୍ରିକେଟ୍ ଏବଂ ସଫା କରିବାର କ୍ଷମତା ଖୁବ୍ ଶୀଘ୍ର କମିଯାଇଥାଏ। ଫଳରେ ଇଞ୍ଜିନ୍ ଅକାମୀ ହୋଇଯାଇଥାଏ। କିନ୍ତୁ ଯଦି ଇଞ୍ଜିନ୍ ଅୟେଲକୁ ଠିକ୍ ସମୟରେ ନ ବଦଳାଯାଏ ତେବେ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଯାଇଥାଏ।
ସାଧାରଣତଃ ଇଞ୍ଜିନ୍ ଅୟେଲକୁ ପ୍ରତି ୬,୦୦୦କିମି ପରେ ଥରେ ବଦଳିବା ଉଚିତ୍। ଏହା ବ୍ୟତୀତ ପ୍ରତି ୩,୦୦୦କିମିରେ ଏହାର ଟପ୍ଅପ୍ ମଧ୍ୟ କରାଯିବା ଉଚିତ୍। ଏପରି କରିବା ଦ୍ବାରା କେବଳ ଯେ ଇଞ୍ଜିନର ଲାଇଫ ବଢ଼ିଥାଏ ବରଂ ପରଫରମନ୍ସ ମଧ୍ୟ ଭଲ ହେବ।
ଯଦି ଆପଣ ଠିକ୍ ସମୟରେ ଇଞ୍ଜିନ୍ ଅୟେଲ୍ ଚେଞ୍ଜ ନ କରିବେ ତେବେ ଇଞ୍ଜିନର ପ୍ରଦର୍ଶନ ଖରାପ ହୋଇଯିବ। ଫୁଏଲର ବ୍ୟବହାର ମଧ୍ୟ ବଢ଼ିଯିବ। ଓଭରହିଟ୍ ସମସ୍ୟା, ଅଧିକ ଶବ୍ଦ ବାହାରିଥାଏ ଏବଂ କେତେକାଂଶରେ ଇଞ୍ଜିନ୍ ପୂରାପୂରି ଫେଲ୍ ହୋଇଯାଇଥାଏ। ଯାହା ଫଳରେ ସର୍ଭିସିଙ୍ଗରେ ଆପଣଙ୍କର ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ।