ହାଇକୋର୍ଟଙ୍କ ବଡ଼ ରାୟ, ମାସ୍କ ନପିନ୍ଧିଲେ କୋଭିଡ ସେଣ୍ଟରରେ ୧୫ ଦିନ ସେବା ଯୋଗାଇବେ ଅମାନିଆ

Published By : Prameya-News7 Bureau | November 28, 2020 IST

ଅହମଦାବାଦ ୨୮/୧୧: କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବାର ମୁଖ୍ୟ ଅସ୍ତ୍ର ଗାଇଡ୍‌ଳାଇନ୍‌ର ପାଳାନ କରିବା। ସାମାଜିକ ଦୂରତା ସାଙ୍ଗକୁ ମାସ୍କ କରୋନା ବିରୋଧୀ ଲଢ଼େଇର ମୁଖ୍ୟ ଅସ୍ତ୍ର। ଏପରିକି ମାସ୍କ ପିନ୍ଧିଲେ ଭ୍ୟାକ୍‌ସିନର ଆବଶ୍ୟକତା ପଡ଼ିବନି ବୋଲି ଆଇସିଏମଆରର ପୂର୍ବତନ ମୁଖ୍ୟ କହିଥିଲେ। କିନ୍ତୁ କିଛି ଅମାନିଆ ନିୟମ ମାନିବାକୁ ନାରାଜ। ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବା କେତେକଙ୍କ ପାଇଁ ବୋଝ ଭଳି ଲାଗୁଛି। ତେଣୁ ମାସ୍କ ପିନ୍ଧିବାକୁ ସବୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରୁଛନ୍ତି।

ଏଣିକି ଫାଇନ୍‌ ବି ଦେବେ ଚାକିରୀ ବି କରିବେ ଅମାନିଆ। ମାସ୍କ ନପିନ୍ଧିଲେ ଫାଇନ୍ ଆଦାୟ ହେବ । ତାପରେ ଯଦି ଅମାନିଆ ମାସ୍କ ନପିନ୍ଧନ୍ତି ତେବେ ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଡ୍ୟୁଟି କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ତେବେ ଏଭଳି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଗୁଗୁରାଟ ହାଇକୋର୍ଟ। ରାଜ୍ୟ ସରକାର ଲୋକଙ୍କୁ ବାରମ୍ବାର ଅପିଲ୍‌ କରୁଛନ୍ତି ଯେ ଭ୍ୟାକ୍‌ସିନ୍‌ ନଆସିବା ଯାଏ ମାସ୍କ ଏକ ମାତ୍ର ଅସ୍ତ୍ର ତେଣୁ ପିନ୍ଧନ୍ତୁ। କିନ୍ତୁ କିଛି ଅମାନିଆଙ୍କ ଉପରେ ଏହାର ପ୍ରଭାବ ଜମା ପଡ଼ୁନାହିଁ।

ତେବେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ହାଇକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଯିଏ ବିନା ମାସ୍କରେ ବୁଲିବ ସେମାନଙ୍କୁ କୋଭିଡ୍‌ କମ୍ୟୁନିଟି ସେଣ୍ଟରରେ ନନ୍‌ ମେଡିକାଲ୍‌ ବିଭାଗକୁ ୧୦-୧୫ ଦିନ କାର୍ଯ୍ୟ କରିବାକୁ ପଠାଅ ବୋଲି ରାଜ୍ୟ ସରକାରଙ୍କୁ କହିଛନ୍ତି ହାଇକୋର୍ଟ। ଏଥିରେ ଭୟଭୀତ ହୋଇ ଲୋକେ ଦିନ ସାରା ମାସ୍କ ପିନ୍ଧିବେ। ଏହା ସହ ରାଜ୍ୟରେ କରୋନା ସ୍ଥିତିକୁ ନେଇ ଜବାବ ଦେବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ, ମାସ୍କକୁ ନେଇ ଗୁଜୁରାଟ ହଇକୋର୍ଟରେ ଆବେଦନ ହୋଇଥିଲା। ଆବେଦନକାରୀ ଦର୍ଶାଇଥିଲେ ଯେ, ଲୋକ ମାସ୍କ ପିନ୍ଧୁନାହାନ୍ତି। ତେଣୁ ଅହମଦାବାଦ, ସୁରଟ, ଭଦୋଦରାରେ ଜରିମାନା ୨୦୦୦ ଆଦାୟ କରାଯାଉ ଏବଂ ରାଜ୍ୟରେ ଅନ୍ୟ ସହରରେ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯାଉ। ଏହା ସହ ଯିଏ ଫାଇନ୍‌ ପରେ ବି ନିୟମ ମାନୁ ନାହାନ୍ତି ତାଙ୍କୁ କୋଭିଡ୍‌ ସେଣ୍ଟରରେ ଡ୍ୟୁଟି କରିବାକୁ ପଠାଯାଉ ବୋଲି ଦର୍ଶାଇଥିଲେ ଆବେଦନକାରୀ। ଆବେଦନ ଉପରେ ଶୁଣାଣି କରି କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.