Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଗଦ ନେଣଦେଣ କରୁଥିଲେ ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ ଅସୁବିଧା କ’ଣ

28/04/2019 at 4:36 PM

ନୂଆଦିଲ୍ଲୀ ୨୮।୪ :  ଭାରତର ମୋଟ ଜନସଂଖ୍ୟାର ମାତ୍ର ସ୍ବଳ୍ପ କିଛି ଲୋକ ଏବେବି ବ୍ୟାଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି । ବାକି ଲୋକେ ଆକାଉଣ୍ଟ ଥାଇ ମଧ୍ୟ ନଗଦ କାରବାର କରୁଛନ୍ତି । ତେବେ ସରକାର ନଗଦ କାରବାର ପାଇଁ ସୀମା ନିର୍ଦ୍ଧାରଣ କରିଛନ୍ତି। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସୀମାରୁ ଅଧିକ ଟଙ୍କାର ନଗଦ କାରବାରକୁ ଅବୈଧ ଘୋଷଣା କରାଯାଇଛି। ତେବେ କ’ଣ ପାଇଁ କେତେଟଙ୍କା ନଗଦ କାରବାର କରାଯାଇପାରିବ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

ନଗଦ ନେଇ ହେବନି ୨ଲକ୍ଷରୁ ଅଧିକ ଟଙ୍କା
ଟ୍ୟାକ୍ସ ଏକ୍ସପର୍ଟ ଓ ଇନଭେଷ୍ଟମେଣ୍ଟ ଆଡଭାଇଜର୍ସଙ୍କ ଅନୁସାରେ ଆୟକର ଅଧିନିୟମ ଧାରା ୨୬୯ଏସଟି ଅନୁସାରେ କୌଣସି ବ୍ୟକ୍ତି କାହାଠାରୁ ବା କୌଣସି ସଂସ୍ଥାରୁ ଏକକାଳୀନ ୨ଲକ୍ଷ ଟଙ୍କା ନଗଦ ନେଇ ପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ଏଭଳି ନଗଦ ଏତେପରିମାଣର ଟଙ୍କା ନେଉଥାନ୍ତି ତାଙ୍କୁ ଏଥିପାଇଁ ଶତପ୍ରତିଶତ ଜରିମାନା ହୋଇପାରେ। ତେବେ ବ୍ୟାଙ୍କ ଅଥବା ଅନୁଷ୍ଠାନଙ୍କ ପ୍ରତି ଏଭଳି ଆଇନ ଲାଗୁ ନୁହେଁ।

ଜମା ଅଥବା ଋଣ ଆକାରରେ ନଗଦ ନେଇ ହେବନି ୨୦ ହଜାରରୁ ଅଧିକ ଟଙ୍କା
କୌଣସି ବ୍ୟକ୍ତି ଋଣ ଅଥବା ଡିପୋଜିଟ ଆକାରରେ କାହାଠାରୁ ନଗଦ ୨୦ ହଜାରରୁ ଅଧିକ ଟଙ୍କା ନେଇ ପାରିବେ ନାହିଁ। ଆୟକର ଅଧିନିୟମ ଧାରା ୨୬୯ଏସଏସ୍ ରେ ଏହା ନିଶ୍ଚିତ କରାଯାଇଛି। ଯଦି କାହାଠାରୁ ଆପଣ ଡିପୋଜିଟ୍ ଅଥବା ଋଣ ନେଉଛନ୍ତି ତାହା ଯେପରି ୨୦ ହଜାର ଟଙ୍କାରୁ ଅଧିକ ନ ହୁଏ।

ନଗଦ ଖର୍ଚ୍ଚ କରିପାରିବେନି ୧୦ ହଜାର ଟଙ୍କା
ସେହିପରି ନଗଦ ଟଙ୍କା ଖର୍ଚ୍ଚ ଉପରେ ମଧ୍ୟ ପ୍ରତିବନ୍ଧକ ରହିଛି । ଆୟକର ଅଧିନିୟମ ଧାରା  ୪୦-ଏ(୩) ଅନୁସାରେ କୌଣସି କରଦାତା (କମ୍ପାନୀ ଅଥବା ଫାର୍ମ) ଗୋଟିଏ ଦିନରେ ନଗଦ ୧୦ ହଜାରରୁ ଅଧିକଟଙ୍କା ପୈଠ କରିପାରିବେ ନାହିଁ। ଏହି ପୈଠକୁ କୌଣସି ବ୍ୟବସାୟ ବା ଅନ୍ୟ ଆୟରୁ ଡିଡକ୍ଟ କରାଯାଇପାରିବ ନାହିଁ। ଏଣୁ ୧୦ ହଜାର ଟଙ୍କା ମଧ୍ୟରେ ଖର୍ଚ୍ଚ କରିପାରିବେ।

ଜମି କିଣାବିକା କରୁଥିଲେ
ଜମିଜମା କ୍ରୟବିକ୍ରୟରେ ମଧ୍ୟ ନଗଦ ନେଣଦେଣ ଉପରେ କଟକଣା ରହିଛି । ଜମି ଜମି କ୍ରୟ ପାଇଁ ନଗଦ ୨୦ ହଜାରରୁ ଅଧିକ ଟଙ୍କା ଅଗ୍ରୀମ ଦିଆ ଅଥବା ନିଆ ଯାଇପାରିବ ନାହିଁ । ତେବେ ଅଧିକ ଟଙ୍କା ନେଣଦେଣ ହେଉଥିଲେ। ଆୟକର ଅଧିନିୟମ ଧାରା ୨୬୯ଏସଏସ୍ ଅନୁସାରେ ଇଲେକ୍ଟ୍ରୋନିକ ଆକାରରେ ଅଥବା ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ଅଧିକ ଟଙ୍କା ଦିଆ ବା ନିଆଯାଇପାରେ। ତେବେ କୃଷିରୁ ଆୟ କରୁଥିବା ଲୋକଙ୍କ ନିମନ୍ତେ ଏଭଳି କୌଣସି କଟକଣା ନାହିଁ। ତେବେ ସରକାର ଅଥବା ବ୍ୟାଙ୍କରୁ ଟଙ୍କା ନେଇ କିଣାବିକା ହେଉଥିଲେ କଟକଣା ଲାଗୁ ହେବ।

   Related Posts