ନଗଦ ଟଙ୍କା ଦେଇ କାର୍ ଏବଂ ଜମି କିଣିଛନ୍ତି କି ? ହୋଇଯାଆନ୍ତୁ ସାବଧାନ : ହେବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | April 23, 2019 IST

ଯଦି ଆପଣ କିଛି ଦିନ ପୂର୍ବରୁ ନଗଦ ଟଙ୍କା ନେଣଦେଣ ଜରିଆରେ କାର୍,ଗହଣା କିମ୍ବା ଜମି କିଣିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ଆୟକର ବିଭାଗ ଆପଣଙ୍କୁ ନଗଦ ଟଙ୍କା ବିଷୟରେ ପଚରାଉଚୁରା କରିପାରେ। ପ୍ରକୃତରେ ୧୨ଲକ୍ଷ କୋଟି ଟଙ୍କାର ଆୟକର ସଂଗ୍ରହ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଇନକମ୍ ଟ୍ୟାକ୍ସ ବିଭାଗ ଲକ୍ଷ୍ୟ ହାସଲରେ ବିଫଳ ହୋଇଛି । ତେଣୁ ଲକ୍ଷ୍ୟ ହାସଲ ପାଇଁ ନଗଦ କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାର ଯୋଜନା କରିଛି।

ଆୟକର ବିଭାଗର ବରିଷ୍ଠ ଅଧିକାରୀଙ୍କ ଅନୁସାରେ,ଆୟକର ବିଭାଗ ଆର୍ଥିକ ବର୍ଷ ୨୦୧୮-୧୮ରେ ୧୨ଲକ୍ଷ ଟଙ୍କାର କର ଆଦାୟ କରିବାର ଧାର୍ଯ୍ୟଲକ୍ଷ୍ୟ ହସଲ କରିପାରିନାହିଁ। ଏଥିପାଇଁ ଆୟକର ବିଭାଗ ସମସ୍ତ କର ଆକଳନ ଅଧିକାରୀଙ୍କୁ ଏହା ନିର୍ଦେଶ ଦେଇଛି ଯେ ଯେଉଁ କରଦାତାମାନେ ନଗଦ କାରବାର ଜରିଆରେ ଜମି,ଗହଣା ଏବଂ କାର ଭଳି ବିଳାସପୂର୍ଣ୍ଣ ଜିନିଷ କିଣିଥାଆନ୍ତି କିମ୍ବା ହସ୍ପିଟାଲର ବିଲ୍ ପଇଠ କରିଥାଆନ୍ତି ତାଙ୍କ ଉପରେ ଜୋରିମାନା ଲଗାଯାଉ।

ଅଧିକାରୀଙ୍କ ଅନୁସାରେ ଏବେ ଯାଏଁ ଜମି କିଣା ବିକାବେଳେ ନଗଦ କାରବାର ସମ୍ପର୍କିତ ୨୭ ହଜାର ମାମଲା ସାମନାକୁ ଆସିଛି । ଅଧିକାରୀମାନେ କହିଛନ୍ତି ଯେ ଲକ୍ଷ୍ୟ ହାସଲ ପାଇଁ ଶୀଘ୍ର ୫,୫୦୦କୋଟି ଆଦାୟ କରିବାର ଆବଶ୍ୟକତା ରହିଛି।

କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ଼ ତରଫରୁ ୨୦୧୫ମସିହା ଜୁନ୍ ୧ତାରିଖରେ ନୂଆ ନିୟମ ଜାରି କରାଯାଇଥିଲା ।  ଯାହା ଅନୁସାରେ କୃଷି ଭୂମି ସହ ଯେକୈାଣସି ଜମି କିଣିବା ପାଇଁ ୨୦ହଜାର ଟଙ୍କାରୁ ଅଧିକ ପଇଠ କରିବା ନିମନ୍ତେ ଚେକ୍, ଆରଟିଜିଏସ୍ କିମ୍ବା ଇଲେକ୍ଟୋନିକ୍ ଫଣ୍ଡ ଟ୍ରାନସଫରର ଉପଯୋଗ କରାଯିବ, ନଗଦ କାରବାର କରାଯିବ ନାହିଁ।

ଏହି ନିୟମ ଅନୁସାରେ,ଏପରି ପରିସ୍ଥିତିରେ ଯଦି ନଗଦ କାରବାରର କୈାଣସି ମାମଲା ସାମନାକୁ ଆସୁଛି ତେବେ ଆୟକର ଆକ୍ଟର ସେକ୍ସନ୍ ୨୭୧ଡି ଜରିଆରେ ବିକୁଥିବା ବ୍ୟକ୍ତ ଉପରେ ଜୋରିମାନା ଲାଗୁ କରାଯିବ।

ଏହିସବୁ ବ୍ୟତୀତ ଆୟକର ଆକ୍ଟର ସେକ୍ସନ୍ ୨୬୯ଏସଟି ଅନୁସାରେ,ଯେକୈାଣସି ବ୍ୟକ୍ତି ଆଉ ଜଣେ ବ୍ୟକ୍ତିଙ୍କଠାରୁ ଦିନକରେ ୨ଲକ୍ଷରୁ ଅଧିକ ଧନରାଶି ନଗଦ ଆକାରରେ ନେଣଦେଣ କରିପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.