Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରେ ଲଗାଯାଇଥିବା ମନି ପ୍ଲାଣ୍ଟ୍ ରେ ଶୁକ୍ରବାର ନିଶ୍ଚୟ ବାନ୍ଧନ୍ତୁ ଏହି ଜିନିଷ : ଏହାପରେ ଦେଖନ୍ତୁ କମାଲ୍

23/04/2019 at 2:26 PM

ସାଧାରଣତଃ ଘରେ ଏବଂ ଘର ବାହାରେ ସମସ୍ତେ ମନି ପ୍ଲାଣ୍ଟ୍ ଗଛ ଲଗାଇ ଥାଆନ୍ତି। ମନି ପ୍ଲାଣ୍ଟ୍ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ଆସିଥାଏ। ବିଶ୍ବାସ ଅନୁସାରେ ଯେଉଁମାନେ ନିଜ ଘରେ ମନି ପ୍ଲାଣ୍ଟ ଲଗାଇଥାଆନ୍ତି ତାଙ୍କ ଘରେ ଅର୍ଥ ସମ୍ବନ୍ଧୀୟ କୈାଣସି ଅସୁବିଧା ଦେଖାଯାଇନଥାଏ। କିନ୍ତୁ ବେଳେବେଳେ ଏହାର ବିପରୀତ ଘଟିଥାଏ। କିନ୍ତୁ କେବେକେବେ ଦେଖାଯାଇଥାଏ ଯେଉଁମାନଙ୍କ ଘରେ ଏହି ଗଛ ଥାଏ ସେମାନଙ୍କ ଘରେ ମଧ୍ୟ ଆର୍ଥିକ ସଙ୍କଟ ଦେଖାଯାଇଥାଏ। ଅର୍ଥାତ୍ ଘରେ ଲାଗିଥିବା ମନି ପ୍ଲାଣ୍ଟ୍ ଗଛ କୈାଣସି ଲାଭ ଦେଇନଥାଏ।

କୁହାଯାଇଥାଏ ଯେ ଯେଉଁମାନଙ୍କ ଘରେ ମନି ପ୍ଲାଣ୍ଟ ଯେତେ ବଢ଼ିଥାଏ ତାଙ୍କ ଘରେ ସେତିକି ଧନର ଆଗମନ ହୋଇଥାଏ। କିନ୍ତୁ ମନି ପ୍ଲାଣ୍ଟ୍ ଗଛ ଲଗାଇବା ପୂର୍ବରୁ ଆମକୁ କେତେକ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହାକୁ ଠିକ୍ ସ୍ଥାନରେ ରଖିବା ଉଚିତ୍। ଏହାକୁ ଘରର ପରିଷ୍କାର ଏବଂ ଜୀବାଣୁମୁକ୍ତ ସ୍ଥାନରେ ରଖିବା ଉଚିତ୍। ଏପରି କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ଆସିଥାଏ। ବିଶ୍ବାସ ଅନୁସାରେ ଶୁକ୍ରବାର ଦିନ ମନି ପ୍ଲାଣ୍ଟ ଗଛରେ ଲାଲ ରଙ୍ଗର ସୂତା କିମ୍ବା ଲାଲ ରିବନ ବାନ୍ଧିଲେ ଶୁଭ ହୋଇଥାଏ। ପ୍ରକୃତରେ ଲାଲ ରଙ୍ଗକୁ ସ୍ନେହ,ପ୍ରେମ,ଉନ୍ନତି ଏବଂ ଯଶର ପ୍ରତୀକ ଭାବେ ଗଣାଯାଇଥାଏ। ଏଥିପାଇଁ କୁହାଯାଇଥାଏ ଯେ ଲାଲ ରଙ୍ଗର ରିବନ୍ କିମ୍ବା ସୂତାକୁ ଗଛରେ ବାନ୍ଧିବା ଦ୍ବାରା ଘରେ ସକରାତ୍ମକତା ଆସିଥାଏ। ଏହି ସକରାତ୍ମକତା କାରଣରୁ ଘରେ ମାଆ ଲକ୍ଷ୍ମୀ ପ୍ରବେଶ କରିଥାଆନ୍ତି।

ଏହିପରି ଭାବେ ଲାଲ ସୂତା ବାନ୍ଧିବେ:

-ଶୁକ୍ରବାର ଦିନ ସକାଳେ ଶୀଘ୍ର ଉଠି ସ୍ନାନ ପରେ ମାଆ ଲକ୍ଷ୍ମୀଙ୍କ ପୂଜା କରନ୍ତୁ।

-ମାଆ ଲକ୍ଷ୍ମୀଙ୍କ ସମ୍ମୁଖରେ ଦୀପ ଜଳାନ୍ତୁ।

-ଲାଲ ରଙ୍ଗର ସୂତା କିମ୍ବା ରିବନକୁ ମାଆ ଲକ୍ଷ୍ମୀଙ୍କ ପାଦରେ ରଖନ୍ତୁ।

-ଏହାପରେ ମାଆ ଲକ୍ଷ୍ମୀଙ୍କ ଆଳତୀ କରି ଏହି ଲାଲ ସୂତା କିମ୍ବା ରିବନରେ କୁମକୁମ ଲଗାନ୍ତୁ।

-ମାଆ ଲକ୍ଷ୍ମୀଙ୍କ ଆରାଧନା କରି ମନି ପ୍ଲାଣ୍ଟ ଗଛ ମୂଳର ଚାରିପଟେ ଏହି ରିବନକୁ ବାନ୍ଧି ଦିଅନ୍ତୁ।

-ଯଦି ବୋତଲରେ ମନି ପ୍ଲାଣ୍ଟ ଗଛ ଲଗାଇଛନ୍ତି ତେବେ ବୋତଲ ତଳ ଭାଗରେ ଏହି ରିବନ ବାନ୍ଧନ୍ତୁ।

ଏହାକୁ ବାନ୍ଧିବାର କିଛି ଦିନ ପରେ ଆପଣ ଫରକ ଅନୁଭବ କରି ପାରିବେ। ଘରେ ମାଆ ଲକ୍ଷ୍ମୀ ପ୍ରବେଶ କରିବେ,ଧନ ବର୍ଷା ହେବ।

   Related Posts