Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଯଦି ବିମାନରେ ଯାତ୍ରା କରୁଛନ୍ତି ତେବେ ଜାଣନ୍ତୁ ଏହି ସବୁ ଗୁରୁତ୍ବପୂର୍ଣ୍ଣ କଥା : ନଚେତ୍ ପଡ଼ିବେ ଅସୁବିଧାରେ

27/08/2019 at 12:50 PM

ପ୍ରତ୍ୟେକ ମନୁଷ୍ୟକୁ ବୁଲିବାକୁ ଭଲ ଲାଗିଥାଏ। ଯଦି ଆପଣ କେଉଁଠାକୁ ବିମାନରେ ଯାଉଛନ୍ତି ତେବେ ଆପଣଙ୍କୁ ଅନେକ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ବିମାନରେ ଯାତ୍ରା କରିବା ଏକ ଅତ୍ୟନ୍ତ ସୁଖଦାୟକ ଅନୁଭବ ସହ ମଜାଦାୟକ ରହିଥାଏ। କାରଣ ବିମାନରେ ଆପଣଙ୍କୁ ଅନେକ ସୁବିଧା ଦିଆଯାଇଥାଏ ଏବଂ ଆପଣଙ୍କ ସେବା ପାଇଁ ବିମାନରେ ପରିଚାରକ ରହିଥାଆନ୍ତି। କିନ୍ତୁ ଏପରି କେତେକ ଜିନିଷ ରହିଛି ଯାହା ଆପଣ ଜାଣିନଥିବେ। ଆସନ୍ତୁ ଜାଣିବା ଏହା ବିଷୟରେ

୧.ମୃତ୍ୟୁ ହେଲେ ଦିଆଯାଇନଥାଏ ସୂଚନା : ବିମାନରେ ଯାତ୍ରା କରୁଥିବାବେଳେ ଯଦି କୌଣସି ଯାତ୍ରୀଙ୍କର ଦେହ ଖରାପ ହୋଇଥାଏ ତେବେ ବିମାନ ପରିଚାରକ ଏହାର ପ୍ରାଥମିକ ଉପଚାର କରିଥାଆନ୍ତି। ଆବଶ୍ୟକ ପଡ଼ିଲେ ସ୍ପେଶାଲିଷ୍ଟଙ୍କ ସହ ସମ୍ପର୍କ କରାଯାଇଥାଏ ଏବଂ ସେମାନେ କହିଥିବା ଔଷଧ ଦିଆଯାଇଥାଏ। ଯଦି କୌଣସି କାରଣବଶତଃ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥାଏ ତେବେ ଅନ୍ୟ ଯାତ୍ରୀଙ୍କୁ ଏହାର ସୂଚନା ଦିଆଯାଇନଥାଏ। ମୃତଦେହ ଯେଉଁଠି ରହିଥାଏ ଏହାକୁ ଏକ ଚାଦରରେ ଘୋଡ଼ାଇ ଦିଆଯାଇଥାଏ।

 ୨. ଜିନିଷ ସହିତ ଆସିଥାଏ ମୃତଦେହ : ବିମାନରେ ଯାତ୍ରା କରୁଥିବାବେଳେ ଆପଣଙ୍କ ଜିନିଷ ଆପଣଙ୍କ ପାଖରେ ରହିନଥାଏ ବରଂ ଏହାକୁ କାର୍ଗୋରେ ରଖାଯାଇଥାଏ। କାର୍ଗୋରେ ଆହୁରି ଅନେକ ଜିନିଷ ମଧ୍ୟ ପଠାଯାଇଥାଏ। ମୃତଦେହକୁ ସବୁବେଳେ ଏଚ୍ ଆରରେ ଅଙ୍କିତ କରାଯାଇଥାଏ ଯାହାର ଅର୍ଥ ହେଉଛି ହ୍ୟୁମାନ ରିମେନ୍ସ।

୩.ଅସ୍ବଚ୍ଛତା ପ୍ରତି ଧ୍ୟାନ : ଗୋଟିଏ ବିମାନ ଦିନ ଭିତରେ ଅନେକ ସ୍ଥାନ ଉଡ଼ିଥାଏ। ଯେତେବେଳେ ଗୋଟିଏ ଯାତ୍ରା ସରିଥାଏ ସେତେବେଳେ ବିମାନକୁ ସଫା କରାଯାଇଥାଏ କିନ୍ତୁ ବିମାନ ସହ ସମସ୍ତ ଟେବୁଲକୁ ସଫା କରାଯାଇନଥାଏ। ଏଠାରେ ସଫା କରିବା ଅର୍ଥ ସଂକ୍ରମଣମୁକ୍ତ କରିବା। ଅନେକ ଥର ଗୋଟିଏ କନାରେ ଟେବୁଲକୁ ସଫା କରାଯାଇଥାଏ। ଯାହା ଦ୍ବାରା ଗୋଟିଏ ଟେବୁଲର ମଇଳା ଅନ୍ୟ ଟେବୁଲକୁ ଆସିଯାଇଥାଏ।

୪. ଚାଦର ଏବଂ ଟ୍ରେ ଫ୍ରେଶ୍ ହୋଇନଥାଏ : ବିମାନରେ ସଫା ଚାଦର ଏବଂ ଟ୍ରେ ବ୍ୟବହୃତ ହୋଇନଥାଏ। ଗୋଟିଏ ଯାତ୍ରା ସରିବା ମାତ୍ରେ ଅନ୍ୟ ଏକ ଯାତ୍ରା ପାଇଁ ବିମାନକୁ ପ୍ରସ୍ତୁତ କରାଯାଇଥାଏ। ଏହି କାରଣରୁ ବ୍ୟବହୃତ ହୋଇଥିବା ଚାଦରକୁ ଗୁଡ଼ାଇ ରଖାଯାଇଥାଏ। ଠିକ୍ ଏପରି ଅବସ୍ଥା ଟ୍ରେର ହୋଇଥାଏ। ଏଥିପାଇଁ ଆପଣ ନିଜର ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଆବଶ୍ୟକ।

   Related Posts