Lockdown ସମୟ ଯଦି ପର୍ଣ୍ଣ ଦେଖାରେ କଟାଉଛନ୍ତି ହୋଇଯାଆନ୍ତୁ ସାବଧାନ, ଆସିପାରେ ଠକଙ୍କ ମେଲ୍

Published By : Prameya-News7 Bureau | April 18, 2020 IST

ମହାରାଷ୍ଟ୍ର : ଗତ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶ କରୋନା ଲକଡାଉନରେ। ଲୋକେ ଘରେ ରହି ସମୟ କଟାଉଥିବା ବେଳେ ବିଭିନ୍ନ ପର୍ଣ୍ଣ ସାଇଟ୍‌ରେ ଭିଡ ଜମାଉଛନ୍ତି। ଏକ ପ୍ରମୁଖ ପର୍ଣ୍ଣସାଇଟ୍ ଏ ନେଇ ପ୍ରଥମେ ସୂଚିତ କରିଥିବା ବେଳେ ଏବେ ଅନେକ ଲୋକ ସାଇବର ଅପରାଧୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବାର ଅଭିଯୋଗ ପୋଲିସକୁ ମିଳିବାରେ ଲାଗିଲାଣି।  ଲୋକଙ୍କୁ ପର୍ଣ୍ଣ ଭିଡିଓ ଦେଖୁଥିବାର ଛବି ଭାଇରାଲ କରିଦେବାର ଧମକ୍‌ ଦେଇ ଅପରାଧୀମାନେ ବିଟ୍‌ କଏନ ଦାବି କରୁଥିବା ମହାରାଷ୍ଟ୍ର ପୋଲିସ ନିକଟରେ ଅଭିଯୋଗ ବଢିବାରେ ଲାଗିଛି। 

{"id":256116,"sizeSlug":"large"}

ଏକ ପ୍ରମୁଖ ପର୍ଣ୍ଣ ସାଇଟ୍ ପ୍ରଥମ ଲକଡାଉନ ଅବଧିର ୩ ସପ୍ତାହ ରିପୋର୍ଟ ଗଣମାଧ୍ୟମରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ଏଥିରେ  ଜାରି ତଥ୍ୟ ଅନୁସାରେ ୩ ସପ୍ତାହର ଲକଡାଉନ୍‌ରେ ଭାରତରେ ପର୍ଣ୍ଣ ୱେବ୍‌ସାଇଟ୍‌ରେ ସବୁଠୁ ଅଧିକ ଟ୍ରାଫିକ ଥିଲା। ଏହି ସାଇଟ୍‌ମାନଙ୍କରେ  ପ୍ରାୟ ୯୫ ପ୍ରତିଶତରୁ ବି ଅଧିକ ଲୋକେ ରହିଥିବାର ଦେଖାଯାଇଥିଲା। ଏହି ସମୟରେ ଏଭଳି କଣ୍ଟେଣ୍ଟ ଦେଖୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶ ବୃଦ୍ଧି ହୋଇଥିଲା। 

{"id":256118,"sizeSlug":"large"}

ମହାରାଷ୍ଟ୍ର ପୋଲିସ ସାଇବର ଅପରାଧ ଶାଖା ମୁଖ୍ୟ ବାଲସିଂ ରାଜପୁତଙ୍କ ଅନୁସାରେ କିଛି ସାଇବର ଠକ ଏବେ ମଉକାର ବେଶ୍ ସୁଯୋଗ ଉଠାଉଛନ୍ତି। ସେମାନେ ଏଭଳି ୱେବସାଇଟ୍‌ରେ ମାଲୱେର ପକାଇ ଲୋକଙ୍କୁ ବ୍ଲାକ୍‌ମେଲିଂ କରୁଛନ୍ତି। କେହି ଯଦି ଭୁଲବସତଃ ଏପରି ସାଇଟ୍‌କୁ ଚାଲିଯାଉଛନ୍ତି ସେମାନେ ସର୍ଫିଙ୍ଗ କରୁଥିବା ବ୍ୟକ୍ତିର ସୂଚନା ଜୁଟାଇ ସାଙ୍ଗସାଥୀ ବନ୍ଧୁବାନ୍ଧବଙ୍କୁ ଜଣାଇଦେବେ କହି ବିଟ୍‌ କଏନ ଦାବି କରୁଛନ୍ତି।

{"id":256119,"width":577,"height":323,"sizeSlug":"large"}

ଏବେ ହେଉଥିବା ଏପରି ଅଭିଯୋଗ ମଧ୍ୟରେ ଅନେକଙ୍କୁ ଇ-ମେଲ ଯୋଗେ ଧମକ ମିଳିଥିବାର ଜଣାପଡିଛି। ନିକଟରେ ଜନୈକ ବ୍ୟକ୍ତିଙ୍କ ନିକଟକୁ ଏପରି ଏକ ମେଲ ଆସିବା ପରେ ସେ ପୋଲିସରେ ଅଭିଯୋଗ କରିଛନ୍ତି। ଯେଉଁଥିରେ ସାଇବର ଠକ ୨୯ ହଜାର ଡଲାର ନଦେଲେ ସମ୍ପର୍କିୟଙ୍କ ମଧ୍ୟରେ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.