Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଆପଣଙ୍କ ପେଟରେ ଗ୍ୟାସ୍ ବା ଏସିଡ଼ିଟି ସମାସ୍ୟା ଅଛି କି ? ଏହି ଉପାୟ ଅବଲମ୍ବନ କରନ୍ତୁ.. ହୋଇଯିବ ସମାଧାନ

9/01/2019 at 7:44 PM

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଖାଇବା-ପିଇବା-ଶୋଇବାର ଅବହେଳା ଯୋଗୁଁ ପେଟରେ ଗ୍ୟାସ ସମାସ୍ୟା ଦେଖାଯାଇଥାଏ । ଗ୍ୟାସ ସମାସ୍ୟା ପାଇଁ ବିଭିନ୍ନ ରୋଗ ଆମ ଶରୀରକୁ ଆକ୍ରମଣ କରିଥାଏ ।  ପେଟରୁ ଗ୍ୟାସ ସମାସ୍ୟା ଦୂରେଇପାରିଲେ,  ଅନ୍ୟ କୌଣସି ରୋଗ ସହଜରେ ଆକ୍ରମଣ କରିପାରିବ ନାହିଁ ।

ଆପଣ ବି ଆରମ୍ଭ କରିଦିଅନ୍ତୁ ଏହିସବୁ ଯୋଗାସନର ପ୍ରକ୍ରିୟା ଯାହା ଆପଣଙ୍କୁ ଆଣିଦେବ ଅନେକ ଲାଭ ।

କପାଳଭାତି ପ୍ରାଣାୟାମ –

ପ୍ରଥମେ ମେରୁଦଣ୍ଡ ସିଧାକରି ପଦ୍ମାସନରେ ବସନ୍ତୁ । ଆଖି ବନ୍ଦରଖି ଶାନ୍ତ ଭାବରେ କିଛି ସମୟ ସ୍ଥିର ଅବସ୍ଥାକୁ ଆସନ୍ତୁ ।

ନିଃଶ୍ଵାସ ନାକବାଟେ ସାମର୍ଥ୍ୟ ଅନୁସାରେ ନିଅନ୍ତୁ, ଯେମିତି ପେଟଭର୍ତ୍ତି ହେବାପରି ଲାଗିବ । ଏହି ନିଃଶ୍ଵାସକୁ କିଛି ସମୟ ରଖି ସ୍ଥିର ରୁହନ୍ତୁ । ତା ପରେ ନିଃଶ୍ଵାସକୁ ଆସ୍ତେଆସ୍ତେ କରି ପେଟଖାଲି ହେବାଯାଏ  ଛାଡ଼ନ୍ତୁ ।

ଯୋଗଶାସ୍ତ୍ରରେ ନିଃଶ୍ଵାସ ନେବାକୁ ପୂରକ, ଛାଡ଼ିବାକୁ ରେଚକ କୁହାଯାଉଥିବାବେଳେ ଆତ୍ମସ୍ଥ ଭାବରେ ରଖିବାକୁ କୁମ୍ଭକ ବୋଲି କୁହାଯାଏ ।

ଏହି ପୂରକ-ରେଚକ-କୁମ୍ଭକ ପ୍ରକ୍ରିୟା ପ୍ରତ୍ୟେକଦିନ ୫ ମିନିଟରୁ ୧୫ ମିନିଟ ଯାଏ କରିବାର ଅଭ୍ୟାସ କରନ୍ତୁ ।

ଏହି ପ୍ରାଣାୟମରେ ନିଶ୍ଵାସ ନେବା, ସ୍ଥିରହୋଇ କିଛି ସମୟ ରଖିବା ଓ ଛାଡ଼ିବାର ପ୍ରକ୍ରିୟା ଚାଲୁରଖିବା ମୁଖ୍ୟକାମ ।

ଏହି ଆସନ କେବଳ ଏସିଡ଼ିଟି କିମ୍ବା ଗ୍ୟାସପାଇଁ ଉପକାର ଦେଖାଇ ନଥାଏ । ଆହୁରି ମଧ୍ୟ ଅନେକ ରୋଗରୁ ମୁକ୍ତି ଦେଇଥାଏ ।  ଏହା ଦେହଭିତରେ ଥିବା ଟକ୍ସିନକୁ ନିର୍ଗତ କରିବାର ସାହାର୍ଯ୍ୟ କରିଥାଏ । ମୁଖମଣ୍ଡଳର ଉଜ୍ଜ୍ଵଳତା ମଧ୍ୟ ବଢ଼ାଇଥାଏ । ଏହ କେବଳ ଗ୍ୟାସ ନୁହେଁ ପେଟ ସଂବନ୍ଧୀୟ ଅନ୍ୟାନ ରୋଗ ମଧ୍ୟ ଦୂରେଇଥାଏ । ଏହା ଆଖିତଳ କଳାଦାଗ ଦୂରେଇବା ସହ ରକ୍ତ ସଂଚାଳନ ଠିକଭାଵେ କରିଥାଏ ।

   Related Posts