ବିବାହ କିମ୍ବା ଚାକି୍ରି କୌଣସି ଏଜେନ୍ସି ମାଧ୍ୟମରେ କରୁଛନ୍ତି କି , ତା ହେଲେ ଜାଣି ରଖନ୍ତୁ କିଛି କଥା... ନ ହେଲେ ଆପଣ ବି ପଡ଼ିପାରନ୍ତି ଠକାମୀରେ

Published By : Prameya-News7 Bureau | January 12, 2019 IST

ବିବାହ କିମ୍ବା ଚାକିରି କୌଣସି ଏଜେନ୍ସି ମାଧ୍ୟମରେ କରୁଥିଲେ , ଜାଣିରଖନ୍ତୁ କିଛି ଗୁରୁତ୍ଵପୂର୍ଣ୍ଣ କଥା । ଆପଣ ବି ପଡ଼ିପାରନ୍ତି ଅସୁବିଧାରେ ।

{"id":73291}

ଆଜିକାଲି ଅନେକ ସଂସ୍ଥା ଚାକିରି ଦେବା କିମ୍ବା ବିବାହ ପ୍ରସ୍ତାବ ସ୍ଥିର କରିବାକୁ ଅଫିସ ଖୋଲି ବସିଛନ୍ତି । ଲୋକମାନେ ଭରସା ବିଶ୍ଵାସ କରି ସେମାନଙ୍କ ପାଖକୁ ମଧ୍ୟ ଯାଉଛନ୍ତି । ହେଲେ ଅନେକଜାଗାରେ ଠକାମୀରେ ଶିକାର ହେବାକୁ ପଡ଼ୁଛି ।

{"id":73292}

ଜାଣିରଖନ୍ତୁ ବିବାହ କରିବାକୁ କିମ୍ବା ଚାକିରି କରିବାକୁ ଏବାବଦରେ କାହାକୁ ଟଂକା ନେଣଦେଣରେ ସାମିଲ କରନ୍ତୁ ନାହିଁ । କେହିକେହି ସରକାରୀ ଚାକିରି କରିଦେବାକୁ କହି ଲକ୍ଷ ଲକ୍ଷ ଟଂକା ମଧ୍ୟ ଶୋଷଣ କରିଥାନ୍ତି ।

ଚାକିରି ଦେଉଥିବା ଏଜେନ୍ସିମାନେ ଆପଣଙ୍କ ଠାରୁ ଭଲଯାଗାରେ ଚାକିରି କରେଇଦେବାକୁ କହି  ଅଧିକ ଟଂକା ଆଦାୟ କରିଥାନ୍ତି ।  ଆଉ କୌଣସି ଏଜେନ୍ସି ମଧ୍ୟ ମାସେ କିମ୍ବା ଦୁଇ ମାସର ଦରମା ନେଇଥାନ୍ତି । ଆଉ କେହିକେହି ଚାକିରୀ ବାବଦରେ ସୂଚନା ଦେବାକୁ ଅର୍ଥ ଦାବି କରିଥାନ୍ତି । ଏହି ଜାଗାରେ ସତର୍କ ରହିବା ଦରକାର, କାରଣ ଚାକିରୀ କରିବାକୁ ଆପଣଙ୍କ ଯୋଗ୍ୟତା ନାହିଁ ମାନେ କେହି ବି ପଇସା ନେଇ କରେଇପାରିବା ନାହିଁ । କିମ୍ବା ଯୋଗ୍ୟତା ଅଛିମାନେ କେହି ବି ଆପଣଙ୍କୁ ଅଟକେଇପାରିବେ ନାହିଁ । ଏଜେନ୍ସି ମାଧ୍ୟମ ବୋଲି ବୁଝିବାକୁ ପଡ଼ିବ, ଚାକିରୀ ବିକ୍ରି କରୁଥିବା ସଂସ୍ଥା ନୁହେଁ । ତେଣୁ ଆପଣ ଏହି ମାୟାରେ ପଡ଼ନ୍ତୁ ନାହିଁ । ଯଦି ଲୋଭରେ ଏସବୁ କାମ କରୁଛନ୍ତି, କାଳେ ଚାକିରି ମିଳିଯିବ ବୋଲି ଭାବି...ତା ହେଲେ ନିଶ୍ଚୟ ଭୁଲ କରୁଛନ୍ତି ।

{"id":73293}

ସରକାରୀ ଚାକିରି ପାଇଁ ବିଭିନ୍ନ ସଂସ୍ଥା ପଇସା ଆଦାୟ କରିବାର ନଜର ଅଛି । କିନ୍ତୁ ଜାଣିରଖନ୍ତୁ ସରକାରୀ ଚାକିରୀ ପାଇଁ କାହାକୁ ଯଦି ଆମେ ପଇସା କାରବାର କରୁଛେ, ଆମଠାରୁ କେହି ଅଜ୍ଞାନୀ ନାହିଁ ବୋଲି ବୁଝିବାକୁ ପଡ଼ିବ । କାରଣ ସରକାରି ଚାକିରି କୌଣସି ଏଜେନ୍ସି ଦେବାର ସକ୍ଷମ ନୁହେଁ । ହଁ , ଏଇଆ ହୋଇପାରେ ସରକାରୀ କାମଗୁଡ଼ିକୁ କରିବା ପାଇଁ କୌଣସି ଏଜେନ୍ସି ଠିକା ନେଇଥାଏ, ଓ ସେହିକାମ ଗୁଡ଼ିକୁ ସେହି ସରକାରୀ ଅଫିସରେ କରୁଥାଏ । ସେହିସ୍ଥାନରେ ଆପଣଙ୍କୁ ଠିକା ନେଇଥିବା ସଂସ୍ଥା ମିଛ କହି ବି ଅନେକ ପଇସା ଠକି ନେଇପାରେ । ସେ ସବୁ ପ୍ରତି ସାବଧାନ ରହିବା ଜରୁରୀ  ।

{"id":73294}

ବିବାହ କ୍ଷେତ୍ରରେ ମଧ୍ୟ ଠିକ ସେଇଆ । ବିବାହ କରିବାକୁ କୌଣସି ସଂସ୍ଥାକୁ ବିଶ୍ଵାସ କରୁଛନ୍ତି ତ ? ତା ହେଲେ ଦେଖିଚାହିଁ କରନ୍ତୁ ।

କିଛି ସଂସ୍ଥା ଠିକଠାକ୍ କାମରୁଥିବା ବେଳେ, ଆଉ କେତେକ ସଂସ୍ଥା ମିଛରେ ଖାଲି ଠକୁଥାନ୍ତି । ସେମାନେ ଦେଇଥିବା ଝିଅ କିମ୍ବା ପୁଅଙ୍କର ମେଚ୍ ଫ୍ରୋଫାଇଲକୁ ମିଛ ଆଧାରରେ ଦେଇଥାନ୍ତି । ସେହି ନାଁରେ କିମ୍ବା ସେହି ଠିକଣାରେ କୌଣସି ପୁଅ-ଝିଅ ନ ଥାନ୍ତି । ରେଜିଷ୍ଟ୍ରେସନ ଚାର୍ଜ ନେବା ପରେ ଏଭଳି କାଣ୍ଡ କରନ୍ତି ବୋଲି କେତେକ ଅଭିଯୋଗ ଆଣିଛନ୍ତି ।

ଏପରିକି ନିଜ ଅଫିସରେ ଥିବା କିଛି ଝିଅ- କିମ୍ବା ପୁଅଙ୍କୁ କଷ୍ଟମର କେୟାର ପରି କାମରେ ଲଗାଯାଇଥାଏ । ସେମାନେ ମିଛ ଝିଅ କିମ୍ବା ପୁଅ ପ୍ରାର୍ଥୀ ହୋଇ କଥା ହୋଇଥାନ୍ତି । ଏପରିକି ପ୍ରେମ ଜାଲରେ ଫସାଇ ପଇସା ବି ଡ଼ିମାଣ୍ଡ କରିଥାନ୍ତି ।

ଆପଣ ବି ଏହିସବୁ କଥା ପ୍ରତି ଜଗିରଖି ଚଳନ୍ତୁ, ନ ହେଲେ ଆପଣ ବି ଠକାମୀର ଶିକାର ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.