ବୁଲିବାକୁ ଥାଇଲାଣ୍ଡ ବାହାରିଛନ୍ତି କି ? ପାଖରେ ରଖନ୍ତୁ ଏହି ଜିନିଷ ନହେଲେ ବ୍ୟାଙ୍କକ୍ ବିମାନବନ୍ଦରରୁ ଖାଇବେ ତଡ଼ା

Published By : Prameya-News7 Bureau | August 14, 2019 IST

ରାଉରକେଲା ୧୪/୮: ଥାଇଲାଣ୍ଡ ବୁଲିବାକୁ ଯାଇଥିବା ୪ଜଣ ବ୍ୟବସାୟୀଙ୍କୁ ଥାଇ ପୋଲିସ୍ ବ୍ୟାଙ୍କକ୍ ବିମାନବନ୍ଦରରୁ ଫେରାଇ ଦେଇଛି। ରାଉରକେଲା ଏବଂ ଆଖପାଖ ଅଞ୍ଚଳର ୪ଜଣ ବ୍ୟବସାୟୀ ପ୍ରଶାନ୍ତ ପଣ୍ଡା,ନରେଶ ମଙ୍ଗଳା,ସଞ୍ଜୟ ଲୋହାନି ଏବଂ ପ୍ରିୟରଞ୍ଜନ ଜୋଶୀ ଏକ ବିଜନେସ୍ ଟ୍ରିପରେ ଗତ ରବିବାର ଦିନ ଥାଇଲାଣ୍ଡର ବ୍ୟାଙ୍କକ୍ ବିମାନବନ୍ଦରରେ ପହଞ୍ଚିଥିଲେ। ୧୧ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡରେ ରହି ବୁଲିବା ପାଇଁ ସେମାନଙ୍କ ପାଖରେ ସମସ୍ତ ବୈଧ କାଗଜପତ୍ର ମଧ୍ୟ ଥିଲା।

{"id":144185}

ତଥାପି ଥାଇ ପୋଲିସ୍ ସେମାନଙ୍କୁ ବ୍ୟାଙ୍କକ୍ ଏୟାରପୋର୍ଟ ବାହାରକୁ ଯିବାକୁ ଦେଇନଥିଲା। ବରଂ ଭାରତ ଫେରିଯିବା ଲାଗି ବାଧ୍ୟ କରିଥିଲା। ଫଳରେ ୪ଜଣ ବ୍ୟବସାୟୀ ୨୬ଘଣ୍ଟା ବ୍ୟାଙ୍କ୍ ବିମାନବନ୍ଦରରେ ରହିବା ପରେ ଭାରତ ଆସୁଥିବା ଏକ ବିମାନରେ ଭାରତ ଫେରିଥିଲେ। ଥାଇ ସୁରକ୍ଷାକର୍ମୀ କାହିଁକି ଏମାନଙ୍କୁ ଭାରତ ଫେରାଇଦେଇଥିଲା ସେ ସମ୍ପର୍କରେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ସୂଚନା ଯୋଗ୍ୟ ଯେ ବ୍ୟାଙ୍କକ୍ ଏୟାରପୋର୍ଟରେ ସୁରକ୍ଷାକର୍ମୀମାନେ ବାହାରୁ ଆସୁଥିବା ଯାତ୍ରୀଙ୍କୁ ଅତର୍କିତ ଯାଞ୍ଚ କରିଥାଆନ୍ତି। ଯାଞ୍ଚବେଳେ ସେମାନେ ଦେଖିଥାଆନ୍ତି ଯେ ବାହାରୁ ଥାଇଲାଣ୍ଡ ଆସୁଥିବା ପର୍ଯ୍ୟଟକଙ୍କ ପାଖରେ ଆବଶ୍ୟକୀୟ କାଗଜ ପତ୍ର ସାଙ୍ଗକୁ ନିର୍ଦ୍ଦିଷ୍ଟ ପରିମାଣର ଥାଇ ମୁଦ୍ରା (ଭାଟ୍) ରହିଥିବା ଆବଶ୍ୟକ।

{"id":144186}

 ଏହି ୪ଜଣ ବ୍ୟବସାୟୀଙ୍କୁ ସୁରକ୍ଷାକର୍ମୀ ଯାଞ୍ଚ କଲାବେଳେ ଏମାନଙ୍କ ପାଖରେ ଯଥେଷ୍ଟ ପରିମାଣର ଭାରତୀୟ ମୁଦ୍ରା ଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ଥାଇ ମୁଦ୍ରା ନଥିଲା। ସୂଚନାଯୋଗ୍ୟ ଯେ ଥାଇଲାଣ୍ଡ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଖରେ ଅନ୍ୟୁନ ୧୦,୦୦୦ ଥାଇ ମୁଦ୍ରା ବା ଭାଟ୍ ରହିବା ଆବଶ୍ୟକ। ଏହି ବ୍ୟବସାୟୀମାନେ ସେମାନଙ୍କ ପାଖରେ ଥିବା ଭାରତୀୟ ମୁଦ୍ରାକୁ ଥାଇ ମୁଦ୍ରାରେ ପରିଣତ କରିପାରିବେ ବୋଲି ସୁରକ୍ଷାକର୍ମୀଙ୍କୁ ଯେତେ ବୁଝାଇଥିଲେ ମଧ୍ୟ ସୁରକ୍ଷାକର୍ମୀ କିଛି ବୁଝିନଥିଲେ।

{"id":144187}

ତେଣୁ ଆପଣ ଯଦି ଥାଇଲାଣ୍ଡ ବା ଅନ୍ୟ କୌଣସି ବିଦେଶୀ ରାଷ୍ଟ୍ରକୁ ବୁଲିବା ପାଇଁ ଯାଉଥାଆନ୍ତି ତାହେଲେ ସେଠାର ନିୟମ କାନୁନ ଠିକଭାବେ ଜାଣିବା ପରେ ଯାଇ ଯାତ୍ରା ଆରମ୍ଭ କରନ୍ତୁ। ଅନ୍ୟଥା ଅଯଥା ଖର୍ଚ୍ଚାନ୍ତ ହେବା ସହ ଅସୁବିଧାରେ ପଡ଼ିପାରନ୍ତି।

{"id":144188}





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.