ଯଦି ଆପଣଙ୍କର ଆଧାର କାର୍ଡ ଅଛି ତାହେଲେ ଆପଣ ମଧ୍ୟ ଘରେ ବସି ଜିତିପାରିବେ ୩୦ ହଜାର ଟଙ୍କା

Published By : Prameya-News7 Bureau | June 23, 2019 IST

ନୂଆଦିଲ୍ଲୀ ୨୩/୬ : ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ଅଛି ତାହେଲେ ଆପଣ ସହଜରେ ୩୦ ହଜାର ଟଙ୍କା ଜିତିପାରିବେ । ଆଧାର କାର୍ଡ ଜାରି କରୁଥିବା ସଂସ୍ଥା ୟୁନିକ ଆଇଡେଣ୍ଟିଫିକେସନ ଅଥୋରିଟି ଅଫ ଇଣ୍ଡିଆ ଏକ ପ୍ରତିଯୋଗିତା ଆରମ୍ଭ କରିଛି । ଏହି ପ୍ରତିଯୋଗିତା ଅନୁଯାୟୀ ୪୮ କାଟାଗୋରିରେ ଲୋକଙ୍କୁ ପୁରସ୍କୃତ କରାଯିବ ।

{"id":126266}

ୟୁଆଇଡିଏଆଇ କହିବାନୁଯାୟୀ, ଏଥିପାଇଁ ଲୋକଙ୍କୁ ଆଧାର କାର୍ଡ ସେବା ସହ ଜଡିତ ୧୫ ସେବା ମଧ୍ୟରୁ କୌଣସି ଗୋଟିଏ ବିଷୟରେ ୩୦ ସେକେଣ୍ଡରୁ ୨ ମିନିଟର ଏକ ଭିଡିଓ ପ୍ରସ୍ତୁତ କରିବାକୁ ହେବ । ଏହି ଭିଡିଓ ପ୍ରସ୍ତୁତ କରି ତାକୁ ୟୁଟ୍ୟୁବ, ଗୁଗଲ ଡ୍ରାଇଭ କିମ୍ବା ଅନଲାଇନ ଫାଇଲ ସେୟାରିଂ ସାଇଟରେ ଅପଲୋଡ଼ କରିବାକୁ ହେବ । ଭିଡିଓ ପଠାଇବାର ଶେଷ ତାରିଖ ଜୁଲାଇ ୮ ତାରିଖ । ପ୍ରତିଯୋଗିତା ଜୁନ ୧୮ ତାରିଖରୁ ଆରମ୍ଭ ହୋଇସାରିଛି ।

{"id":126267}

ଇମେଲରେ ନିମ୍ନଲିଖିତ ସାଇଟ ମଧ୍ୟରୁ ଯେକୌଣସି ଗୋଟିଏ ସାଇଟରେ ଅପଲୋଡ଼ କରି ପଠାଇବାକୁ ହେବ >  [email protected] । ଏହାସହ ନିଜର ଆଧାର ନମ୍ବର, ଅଧାରାର କାର୍ଡ ଅନୁସାରେ ନମ୍ବର, ଠିକଣା, ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଖାତା ଆଧାର ସହ ଲିଙ୍କ ଅଛି ନା ନାହିଁ ଲେଖି ପଠାଇବାକୁ ହେବ ।

{"id":126268}

ୟୁଆଇଡିଏଆଇ କହିବାନୁଯାୟୀ, ଭିଡିଓ ଫୁଲ ଏଚଡ଼ି କିମ୍ବା ହାଇ ରିଜୋଲ୍ୟୁସନ ହେବ ଦରକାର । ଯେଉଁ ଭିଡିଓର ରିଜୋଲ୍ୟୁସନ ୧୯୨୦*୧୦୮୦ px ହୋଇଥିବା ତାକୁ ପ୍ରାଥମିକତା ଦିଆଯିବ । ଭିଡିଓ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ କରିପାରିବେ ।

{"id":126269,"width":579,"height":452}

ପ୍ରତିଯୋଗିତାର କୌଣସି ଭିଡିଓର ଲିଙ୍କ ୟୁଆଇଡିଏଆଇ ସୋସିଆଲ ମିଡ଼ିଆ ପେଜରେ ସେୟାର କରିବେ ନାହିଁ । କୌଣସି କପି କରାଯାଇଥିବା ଭିଡିଓ ପଠାଇବେ ନାହିଁ । ଭିଡିଓ ପ୍ରସ୍ତୁତ କଲାବେଳେ ଆଧାର ନମ୍ବର ଏବଂ ଅନ୍ୟାନ୍ୟ ସୂଚନାକୁ ବିଲ୍ର କରିଦେବେ । ଭିଡିଓ କ୍ୱାଲିଟି ସହ ଅଡିଓ କ୍ୱାଲିଟି ମଧ୍ୟ ପରୀକ୍ଷା କରାଯିବ । ବିଜୟୀ ପ୍ରତିଯୋଗୀଙ୍କୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ୟୁଆଇଡିଏଆଇ ଇମେଲ ଜରିଆରେ ସୂଚନା ଦେବା ।

{"id":126270}

ଆସନ୍ତୁ ଜାଣିବା ପୁରସ୍କାର ରାଶି :

ଏହି ସବୁ ଭିଡିଓକୁ ୧୫ଟି ଶ୍ରେଣୀରେ ପଠାଯାଇପାରିବ । ପ୍ରତ୍ୟେକ ଶ୍ରେଣୀର ପ୍ରଥମ ପୁରସ୍କାର ୨୦ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ୧୦ ହଜାର ଟଙ୍କା ଏବଂ ତୃତୀୟ ପୁରସ୍କାର ୫ ହଜାର ଟଙ୍କା । ୩ଟି ଶ୍ରେଣୀକୁ ମିଶାଇ ୩୦ ହଜାର ଟଙ୍କା ପ୍ରଥମ ପୁରସ୍କାର ରାଶି ରଖାଯାଇଛି । ଦ୍ୱିତୀୟ ପୁରସ୍କାର ୨୦ ହଜାର ଟଙ୍କା ଏବଂ ତୃତୀୟ ପୁରସ୍କାର ୧୦ ହଜାର ଟଙ୍କା । ପ୍ରତିଯୋଗୀ ଏକାଧିକ ଭିଡିଓ ପଠାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.