Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଧିକ ଚିକେନ ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ,ଔଷଧ ବି କାମ କରିବନି ଆଉ

ଅଧିକ ଚିକେନ ଖାଉଛନ୍ତି ଯଦି ତାହେଲେ ସାବଧାନ ହୋଇଯାଆନ୍ତୁ। ପାଟିକୁ ସୁଆଦିଆ ଲାଗୁଥିବା ଚିକେନ୍ ଶରୀରକୁ ବହୁତ କ୍ଷତି ପହଞ୍ଚାଇଥାଏ। ବାସ୍ତବରେ କୁକୁଡ଼ା ଫାର୍ମ ମାଲିକ କୁକୁଡ଼ା ଛୁଆଙ୍କୁ ଶୀଘ୍ର ବଡ଼ କରିବା ପାଇଁ ଆଣ୍ଟିବାୟୋଟିକ୍ ଡୋଜ ଦେଉଛନ୍ତି। ଏହା ଦ୍ବାରା ମାସେ ମଧ୍ୟରେ କୁକୁଡ଼ା ଗୁଡ଼ିକ ବିକ୍ରିଯୋଗ୍ୟ ହୋଇଯାଆନ୍ତି। କିନ୍ତୁ ଚିକେନ ଖାଉଥିବା ଲୋକଙ୍କ ଉପରେ ଏହା କୁପ୍ରଭାବ ପକାଇଥାଏ। ଆଣ୍ଟିବାୟୋଟିକ୍ ଡୋଜ ଦ୍ବାରା ତାଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆର ପ୍ରତିରୋଧକ ଶକ୍ତି ବଢ଼ିଯାଉଛି ଯାହା ଫଳରେ ରୋଗ ହେବାରୁ ଔଷଧ ଖାଇଲେ ଏହା ଉପରେ କୌଣସି ପ୍ରଭାବ ପଡ଼ୁନାହିଁ। ସହରରେ ପ୍ରତିଦିନ ପାଖାପାଖି ୧ଲକ୍ଷ କିଲୋ ମାଂସ ବ୍ୟବହାର ହେଉଛି।

କୁକୁଡ଼ା ଛୁଆଙ୍କୁ ପିଇବା ପାଣିରେ ଆଣ୍ଟିବାୟାଟିକ୍ ମିଶାଇ ପିଇବାକୁ ଦିଆଯାଇଥାଏ। ଫଳରେ ୨୪ରୁ ୨୭ଦିନ ମଧ୍ୟରେ କୁକୁଡ଼ା ଛୁଆଙ୍କ ଓଜନ ୧୫୦୦ରୁ ୧୭୫୦ଗ୍ରାମ୍ ହୋଇଯାଇଥାଏ। ଔଷଧର ପାଶ୍ବପ୍ରତିକ୍ରିୟା କାରଣରୁ ୧୦ହଜାର ମଧ୍ୟରୁ ୪୫୦ କୁକୁଡ଼ା ଛୁଆ ମରି ଯାଇଥାଆନ୍ତି।

2049 Views

   ସମ୍ବନ୍ଧିତ ଖବର