Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଯଦି ଆପଣ ଖାଉଛନ୍ତି ଏହି ଖାଦ୍ୟ ତେବେ ଆପଣଙ୍କୁ ହେବନାହିଁ କ୍ୟାନସର : କ’ଣ ଜାଣନ୍ତୁ

31/12/2018 at 6:28 PM

ଆଧୁନିକ ସମାଜରେ ଆମ ଜୀବନଶୈଳୀ ଦିନକୁ ଦିନ ପରିବର୍ତ୍ତନ ହେଉଅଛି। ଦିନେ ସମୟ ଥିଲା ଆମେ ସବୁ ଦେଶୀ ପନିପରିବା,ଫଳମୂଳ ଖାଇବାକୁ ପସନ୍ଦ କରୁଥିଲୁ କିନ୍ତୁ ଆଜିର ଦୃତ ଜୀବନଶୈଳୀରେ ପ୍ୟାକେଜ ଫୁଡ ଏବଂ ଫାଷ୍ଟ ଫୁଡ ଆମ ନିତିଦିନିଆ ଖାଦ୍ୟରେ ପରିଣତ ହୋଇଗଲାଣି।

ଚାଷଜମିରେ ଆଧୁନିକ ପଦ୍ଧତିର ପ୍ରୟୋଗ ହେବା ଦ୍ବାରା ପେଷ୍ଟିସାଇଡର ପ୍ରୟୋଗ ମଧ୍ୟ ଅଧିକ ହେଉଛି ଯାହା ଦ୍ବାରା ଆମ ଶରୀରରେ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ୟୁରିଆ ପ୍ରବେଶ କରୁଛି। ଏହା ସହିତ ଗରମ ଖାଦ୍ୟ ପ୍ଲାଷ୍ଟିକ୍ ପାତ୍ରରେ ଖାଇବା ଦ୍ବାରା ଆମ ଶରୀରରେ ପ୍ଲାଷ୍ଟିକର ମାତ୍ରା ମଧ୍ୟ ଅଧିକ ହେଉଛି ଯାହା ଦ୍ବାରା କ୍ୟାନସରର ହେବାର ଆଶଙ୍କା ସୃଷ୍ଟି ହେଉଛି।

ଗବେଷଣାରୁ ଜଣା ପଡ଼ିଛି ଯେ ଭବିଷ୍ୟତରେ ଅଧିକାଂଶ ଲୋକ କ୍ୟାନସରରେ ପୀଡ଼ିତ ହୋଇପାରନ୍ତି। ଏଥିପାଇଁ ଆମକୁ ଏବେଠାରୁ କ୍ୟାନସରରୁ ବର୍ତ୍ତିବାର ଉପାୟ ଖୋଜିବାକୁ ପଡ଼ିବ। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଏହି ୫ଟି ଜିନିଷରେ କ୍ୟାନସର ରୋକିବାର କ୍ଷମତା ରହିଛି ଏବଂ ଏଗୁଡ଼ିକ ନିୟମିତ ସେବନ କରିବା ଦ୍ବାରା କ୍ୟାନସର ହେବାର ଆଶଙ୍କା କମ୍ ହେବ। ଆସନ୍ତୁ ଜାଣିବା ଏହି ୫ଟି ଜିନିଷଗୁଡ଼ିକ ବିଷୟରେ

୧.ହଳଦୀ: ଆର୍ୟୁବେଦରେ ହଳଦୀର ଔଷଧୀୟ ଗୁଣ ଗୁଡ଼ିକ ବିଷୟରେ ଲେଖାଯାଇଛି। ହଳଦୀ କ୍ୟାନସର କୋଷଗୁଡ଼ିକ ବଢ଼ିବାରୁ ରୋକିଥାଏ ଏବଂ ଏଗୁଡ଼ିକୁ ନଷ୍ଟ କରିଥାଏ। ହଳଦୀ ବ୍ରେଷ୍ଟ କ୍ୟାନସର,କୋଲୋନ୍ କ୍ୟାନସର, ଷ୍ଟୋମାକ୍ କ୍ୟାନସର ଏବଂ ସ୍କିନ୍ କ୍ୟାନସର୍ ନିମନ୍ତେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ରାତିରେ ଗୋଟିଏ ଗିଲାସରେ ଅଧ ଚାମଚ ହଳଦୀ ଖାଇଲେ ବିଭିନ୍ନ ପ୍ରକାର ରୋଗରୁ ଉପଶମ ମିଳିଥାଏ।

୨.ବ୍ଲୁ ବେରୀ ଏବଂ ରାସବେରୀ:  ବ୍ଲୁ ବେରୀ ଏବଂ ରାସବେରୀରେ ଫାଇଟୋକେମିକାଲ୍ ନାମକ ଏକ ତତ୍ତ୍ବ ରହିଥାଏ ଯାହା କ୍ୟାନସର କୋଷକୁ ନଷ୍ଟ କରିବାକୁ ସକ୍ଷମ ହୋଇଥାଏ। ଏହି କେମିକାଲ ଓଭାରିଆନ୍ କ୍ୟାନସରକୁ ବଢ଼ିବାରୁ ରୋକିଥାଏ।

୩.ଗ୍ରୀନ ଟି: ଗ୍ରୀନ ଟିରେ କେଟେଚୀନ୍ ନାମକ କେମିକାଲ୍ ରହିଥାଏ ଯାହା କ୍ୟାନସରର ଗ୍ରୋଥକୁ କମ୍ କରିଥାଏ ଏବଂ କେତେକାଂଶରେ ଏହାକୁ ନଷ୍ଟ କରି ଦେଇଥାଏ। ଗ୍ରୀନ୍ ଟି ବ୍ରେଷ୍ଟ କ୍ୟାନସର,ଲିଭର କ୍ୟାନସର,କୋଲୋନ୍ କ୍ୟାନସର୍ ଏବଂ ପ୍ରୋଷ୍ଟେଟ୍ କ୍ୟାନସର ନିମନ୍ତେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

୪.ଟମାଟୋ: ଟମାଟୋ କ୍ୟାନସର କୋଷକୁ ନଷ୍ଟ କରିବାକୁ ସକ୍ଷମ ହୋଇଥାଏ।

୫.ଡାର୍କ ଚକୋଲେଟ: ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଡାର୍କ ଚକୋଲେଟ୍ ଖାଇବା ଦ୍ବାରା ହୃଦୟ ସୁସ୍ଥ ରହିବ ଏବଂ ଏହା କ୍ୟାନସରକୁ ରୋକିବାରେ ସହାୟକ ହେବ।

   Related Posts