Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଅନଲାଇନ ଠକେଇ ଯୋଗୁ ଯଦି ଖାତାରୁ କଟିଛି ଟଙ୍କା ଏହି ନମ୍ବରରେ କରନ୍ତୁ କଲ୍, ଫେରିଆସିବ ପଇସା

5/12/2021 at 7:26 PM

ନୂଆଦିଲ୍ଲୀ ୫।୧୨: ଦେଶରେ ଅନଲାଇନ ଠକେଇ ମାମଲା ବଢ଼ିବଢି଼ ଚାଲିଛି। ସାମାନ୍ୟ ଅସାବଧାନତାରୁ ଲୋକେ ଠକଙ୍କ ଶିକାର ହେଉଛନ୍ତି।  ସୁଯୋଗ ପାଇଲେ  ଠକ ଲୋକଙ୍କ ଆକାଉଣ୍ଟ ଝାଡୁ କରିଦେଉଛନ୍ତି। ତେବେ ଏହା ଏବେ ହୁଏତ ଆଉ ସମ୍ଭବ ହୋଇ ନପାରେ। ଯଦି ଏପରି ଠକେଇର ଶିକାର ହୋଇଛନ୍ତି ତୁରନ୍ତ ୧୫୫୨୬୦ରେ କଲ କରନ୍ତୁ। ଆପଣଙ୍କ ଟଙ୍କା ନିଶ୍ଚିତ ଫେରି ଆସିବ। ଏଥିଲାଗି ଟ୍ରାଞ୍ଜାକ୍ସନ ଆଇଡି ଓ ଅନ୍ୟ କିଛି ତଥ୍ୟ ଦାଖଲ କରିବାକୁ ହେବ। ସମୟ ପୂର୍ବରୁ ନମ୍ବରରେ କଲ କରି ପଦକ୍ଷେପ ନେଲେ ଆପଣଙ୍କ ଅର୍ଥ ପୁଣି ଆକାଉଣ୍ଟକୁ ଫେରି ଆସିବ।

ତେବେ ଏହି ନମ୍ବରଟି କେନ୍ଦ୍ର ଗୃହମନ୍ତ୍ରାଳୟଙ୍କର। ପ୍ରାୟ ୫ ମାସ ପୂର୍ବେ ମନ୍ତ୍ରାଳୟ ଲୋକଙ୍କୁ ଏପରି ଠକେଇରୁ ରକ୍ଷା କରିବା ଲାଗି ଜାରି କରିଥିଲେ। ଏହି ନମ୍ବର ଜାରିହେବା ଦିନଠାରୁ ଅନେକ ଲୋକେ ସେମାନଙ୍କ ହୃତ ଅର୍ଥ ଫେରିମଧ୍ୟ ପାଇଲେଣି। ଏହି ନମ୍ବରରେ କଲ କଲେ ଆପଣଙ୍କ ସମ୍ପର୍କ ରାଜ୍ୟ ସାଇବର କ୍ରାଇମ ପୋଲିସ ସହ ସ୍ଥାପିତ ହେବ। ଅଧିକାରୀଙ୍କୁ ନିଜ ସମସ୍ୟା ଜଣାଇ ତାଙ୍କ ପରାମର୍ଶ ଅନୁସାରେ ପଦକ୍ଷେପ ନେଲେ ଆପଣଙ୍କ ପଇସା ଫେରାଇ ଆଣିବାରେ ବିଳମ୍ବ ହେବ ନାହିଁ।

ଏଥିରେ ସାଇବର କ୍ରାଇମ ଅଧିକାରୀ ଆପଣଙ୍କ ନାମ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆପଣଙ୍କ ସେହି ମୋବାଇଲ ନମ୍ବର ଯାହାକୁ ଆପଣ ବ୍ୟାଙ୍କିଙ୍ଗ ନେଣ ଦେଣ ଲାଗି ବ୍ୟବହାର କରନ୍ତି ଆଦି ପଚାରିବେ। ସେହିପରି ଯେଉଁଥିରେ ଆପଣ ଟଙ୍କା ଟ୍ରାନ୍ସଫର କରିଛନ୍ତି ସେହି ଟ୍ରାଞ୍ଜାକ୍ସନ ଆଇଡି ମଧ୍ୟ ଆପଣଙ୍କୁ ଦେବାକୁ ହେବ। ଏହି ସବୁ ସୂଚନା ଦେବାମାତ୍ରେ ଷ୍ଟପପେମେଣ୍ଟ କରାଯାଇ ଆପଣଙ୍କ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଫେରାଇ ଦିଆଯିବ।

ବିଳମ୍ବ ହୋଇଥିଲେ ବି ଆପଣ ଏହି ନମ୍ବରରେ କଲ କରି ନିଜର ସମସ୍ୟା ଜଣାଇପାରିବେ। ଅଧିକାରୀ ଏ ବାବଦେ ଆପଣଙ୍କୁ ଉପଯୁକ୍ତ ପରାମର୍ଶ ମଧ୍ୟ ଦେବେ। ଏଥିରେ ସେ ଆପଣଙ୍କୁ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ଅଭିଯୋଗ କରିବାର ପ୍ରକ୍ରିୟା ବତାଇ ଦେବେ। ସେହି ଅନୁସାରେ ମଧ୍ୟ ଆପଣ ଅଭିଯୋଗ କରିପାରିବେ।

ଏହି ନମ୍ବରରେ ସାଇବର ଠକେଇର ଅଭିଯୋଗ ପ୍ରତିଦିନ ଆସିବାରେ ଲାଗିଛି। ତେବେ ସବୁଠୁ ଆଶ୍ଟର୍ଯ୍ୟର କଥା ହେଉଛି  ଏହି ଜରୁରି ନମ୍ବର ସମ୍ପର୍କରେ ଖୁବ୍ କ୍ୱଚିତ ଲୋକେ ଜାଣନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡରେ ବଢୁଥିବା ସାଇବର ଠକେଇ ମାମଲାରେ ଏହି ନମ୍ବର ଏବେ ଚମତ୍କାର କରିଛି। ତେବେ ଏପରି ଠକେଇ ପ୍ରାୟତଃ ଚାକିରୀ ଅଥବା ୱାର୍କ ଫ୍ରମ ହୋମ କାମ ଅଫରରୁ ହିଁ ଆରମ୍ଭ ହୋଇଥାଏ। ଏଥିଲାଗି ଆପଣ ସତର୍କ ହୋଇଯାଆନ୍ତୁ

   Related Posts