ନଭେମ୍ବର ୧ ତାରିଖରୁ ଦେଶରେ ବଦଳିଯିବ ଏହି ନିୟମ, ଯଦି ବ୍ୟବସାୟୀ ତେବେ ନିଶ୍ଚିତ ଧ୍ୟାନ ଦିଅନ୍ତୁ

Published By : Prameya-News7 Bureau | October 19, 2019 IST

ନୂଆଦିଲ୍ଲୀ : ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କ ଲାଗି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନଭେମ୍ବର ୧ ତାରିଖରୁ ସରକାର ବ୍ୟବସାୟୀଙ୍କ ନିମନ୍ତେ ଡିଜିଟାଲ ପେମେଣ୍ଟ ଜରୁରି କରିଛନ୍ତି। ଫଳରେ କୌଣସି ବ୍ୟବସାୟୀ ଏବେ ଗ୍ରାହକଙ୍କ ଠାରୁ ଆଉ ନଗଦ ଟଙ୍କା ଗ୍ରହଣ କରିପାରିବେ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏଥିଲାଗି ଗ୍ରାହକ ଅଥବା ବ୍ୟବସାୟୀଙ୍କ ଠାରୁ ମର୍ଚାଣ୍ଟ ଡିସ୍କାଉଣ୍ଟ (ଏମଡିଆର) ଆଦାୟ ହେବନି ବୋଲି କହିଛନ୍ତି ମନ୍ତ୍ରାଳୟ।

{"id":171957}

ଦେଶରେ ଡିଜିଟାଲ ଇକୋନମି ଅଭିବୃଦ୍ଧି ସାଙ୍ଗକୁ କଳାଧନ ଉପରେ ଅଙ୍କୁଶ କଷିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ୟବସ୍ଥା ପ୍ରଚଳନ ଲାଗି ସିବିଡିଟି ବ୍ୟାଙ୍କ ତଥା ପେମେଣ୍ଟ ସିଷ୍ଟମ ପ୍ରୋଭାଇଡରଙ୍କଠାରୁ ଆବେଦନ ମଧ୍ୟ ଆହ୍ୱାନ କରିଛନ୍ତି। ନିୟମ ଅନୁସାରେ ଯେଉଁ ବ୍ୟବସାୟୀମାନେ ବାର୍ଷିକ ୫୦ କୋଟିରୁ ଅଧିକ ଟଙ୍କାର କାରବାର କରୁଛନ୍ତି ସେମାନଙ୍କ ଲାଗି ଏଭଳି ନେଣଦେଣ ଏବେ ଜରୁରି । ଇଲେକ୍ଟ୍ରୋନିକ ମୋଡରେ ପେମେଣ୍ଟ ନେବା ଲାଗି ବ୍ୟବସାୟୀଙ୍କୁ କୌଣସି ଶୁଳ୍କ ମଧ୍ୟ ଲାଗୁ ହେବ ନାହିଁ।

{"id":171958}

ତେବେ ଇଲେକ୍ଟ୍ରୋନିକ ପେମେଣ୍ଟ ସିଷ୍ଟମ ଘୋଷଣା ଲାଗି ଆବେଦନ କରିବାକୁ ହେବ। ବ୍ୟାଙ୍କର ନାମ, ସମ୍ପୂର୍ଣ୍ଣ ଠିକଣା, ପାନ, ପଞ୍ଜିକରଣ ବିବରଣୀ ଆଦି ଇ-ମେଲ କରିବାକୁ ପଡିବ। ଏଥିଲାଗି ଅକ୍ଟୋବର ୨୮ ତାରିଖ ଆବେଦନର ଶେଷ ତାରିଖ। ସରକାରଙ୍କ ଏହି ଘୋଷଣା ସହ ଆୟକର ଅଧିନିୟମ ସମେତ ପେମେଣ୍ଟ ଏଣ୍ଡ ସେଟେଲମେଣ୍ଟ ସିଷ୍ଟମ ଆକ୍ଟ ୨୦୦୭ରେ ମଧ୍ୟ ସଂଶୋଧନ କରାଯାଇଛି। ସିବିଡିଟି ଏ ନେଇ ସର୍କୁଲାର ଜାରି କରିଥିବା ବେଳେ ନଭେମ୍ବର ୧ ତାରିଖରୁ ବ୍ୟବସ୍ଥା ଲାଗୁ ସମ୍ପର୍କରେ ସୂଚିତ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.