Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ଜାନୁୟାରୀ ମାସରେ ଜନ୍ମ ହୋଇଛନ୍ତି କି : ତେବେ ଏହି ରତ୍ନ ନିଶ୍ଚୟ ପିନ୍ଧନ୍ତୁ

10/01/2019 at 5:36 PM

ଜୟପୁର ୧୦/୧: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମ କୁଣ୍ଡଳୀର ରାଶିକୁ ଆଧାର କରି ଯେକୈାଣସି ବ୍ୟକ୍ତି ରତ୍ନ ଧାରଣ କରିବା ଉଚିତ୍। ଇଂରେଜୀ ତାରିଖ ଅନୁସାରେ ଜନ୍ମ ମାସକୁ ଆଧାର କରି ଯେକୈାଣସି ବ୍ୟକ୍ତିଙ୍କ ରାଶି ନକ୍ଷତ୍ର ନିର୍ଦ୍ଧାରଣ କରାଯାଇପାରିବ ଏବଂ ସେ କେଉଁ ରତ୍ନ ଧାରଣ କରିବେ ସେ ସମ୍ପର୍କରେ ପରାମର୍ଶ ଦିଆଯାଇପାରିବ ।

ପାଶ୍ଚାତ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ମାସ ପାଇଁ ଭିନ୍ନ ଭିନ୍ନ ରତ୍ନ ରହିଛି। ଆଜି ଆମେ ଜାନୁୟାରୀ ମାସର ରତ୍ନ ବିଷୟରେ ଜାଣିବା। ଯେଉଁ ବ୍ୟକ୍ତିଙ୍କ ଜନ୍ମ ଜାନୁୟାରୀ ମାସରେ ହୋଇଛି ସେହି ବ୍ୟକ୍ତିଙ୍କ  ରତ୍ନ ହେଉଛି ଗାରନେଟ୍। ଗାରନେଟ ରତ୍ନର ସମ୍ପର୍କ ସୂର୍ଯ୍ୟଙ୍କ ସହ ରହିଛି ବୋଲି କୁହାଯାଏ।

ଯେଉଁ ବ୍ୟକ୍ତିମାନେ ଜାନୁୟାରୀ ମାସରେ ଜନ୍ମ ହୋଇଛନ୍ତି ସେମାନଙ୍କୁ ଗାରନେଟ ରତ୍ନ ଧାରଣ କରିବା ଉଚିତ୍। ଗାରନେଟର ଚାନ୍ଦି ମୁଦି ମଧ୍ୟମା ଆଙ୍ଗୁଠିରେ ଧାରଣ କରିବା ଉଚିତ୍। ଯଦି ମୁଦି ପିନ୍ଧିବାକୁ ଚାହୁଁନାହାନ୍ତି ତେବେ ପେଣ୍ଡେଣ୍ଟ୍ କରି ଚାନ୍ଦିର ଚେନ୍ ଗଳାରେ ପିନ୍ଧି ପାରିବେ। ଗାରନେଟ୍ ବିଭିନ୍ନ ପ୍ରକାର ରଙ୍ଗର ହୋଇଥାଏ। କିନ୍ତୁ ଗାରନେଟର ମୁଖ୍ୟ ହେଉଛି ଡାଳିମ୍ବ ଦାନା ପରି ଦେଖାଯାଉଥିବା ଲାଲ ରଙ୍ଗର ଗାରନେଟ୍।

ଗାରନେଟ୍ ଧାରଣ କରିବା ଦ୍ବାରା ଶରୀରରେ ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଏହା ସହିତ ମାନସିକ ଅବସାଦ ଦୂର ହୋଇଥାଏ।

ଗାରନେଟ୍ ଧାରଣ କରିବା ଦ୍ବାରା ରକ୍ତ ଶୁଦ୍ଧ ହୋଇଥାଏ। ଯାହାଦ୍ବାରା ତ୍ବଚାରେ ଚମକ ଆସିଥାଏ।

ଗାରନେଟ୍ ଧାରଣ କରିବା ଦ୍ବାରା ବ୍ୟକ୍ତିର ଆକର୍ଷଣ ଶକ୍ତି ବଢ଼ିଥାଏ।

ଗାରନେଟ୍ ଧାରଣ କରିବା ଦ୍ବାରା ଭାଗ୍ୟ ସବୁବେଳେ ସହାୟକ ହୋଇଥାଏ। କୈାଣସି କାମରେ ବାଧା ପହଞ୍ଚିନଥାଏ।

ଗାରନେଟ୍ ଧାରଣ କରିବା ଦ୍ବାରା ବ୍ୟବସାୟ,ବାଣିଜ୍ୟରେ କୈାଣସି କ୍ଷତି ହୋଇନଥାଏ।

   Related Posts