ପିଲାଙ୍କୁ ସ୍କୁଟି ଅଥବା ଗାଡି ଦେଉଥିଲେ ସାବଧାନ, ସାମାନ୍ୟ ଅବହେଳା ହୋଇପାରେ ବିପଦଜନକ

Published By : Prameya-News7 Bureau | December 01, 2019 IST

ନୂଆଦିଲ୍ଲୀ : କେବେ କେବେ ପିଲାଙ୍କ ଜିଦ୍ ଆଗରେ ପିତାମାତାଙ୍କୁ ବିବଶ ହେବାକୁ ପଡେ। ଏଥିଲାଗି ଅଭିଭାବକ ସେମାନଙ୍କ ସବୁ ଇଛା ପୂରଣ କରିବାକୁ ବାଧ୍ୟ ହୋଇଥାନ୍ତି।  ଏଥିରେ ବାପ ମା ସେମାନଙ୍କ ପିଲାଙ୍କ ବୟସ ହୋଇନଥିଲେ ବି ସ୍କୁଟି, ମୋଟରସାଇକେଲ ଆଦି କିଣି ଦେଉଥିବା ଦେଖାଯାଉଛି। ଏଣୁ ଆଜିକାଲି ଘର ଗୋଟାକେ ୨/୩ଟି ଲେଖାଏଁ ଗାଡି ହୋଇଗଲାଣି। ତେବେ ନିକଟରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ଏକ ଘଟଣା ଏ ନେଇ ଅଭିଭାବକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଦେଇଛି।

{"id":192590,"width":579,"height":383,"sizeSlug":"large"}

ସ୍କୁଟରରେ ଯାଉଥିଲେ ୩ ପିଲା
ଘରେ ଗାଡି ଥିବାରୁ ପିଲା ଚଲାଇବାକୁବି ଆଗ୍ରହୀ ହୋଇଥାନ୍ତି । ହେଲେ ଆମେ କେବେ ସେମାନଙ୍କୁ ଏଥିରେ ବାଧା ଦେଇ ନଥାଉ। କାରଣ ଆମ ଭିତରେ ଗାଡି ଚଲେଇ ଶିଖିବ ବୋଲି ଥିବା ଭାବନା ଯୋଗୁ। ଅଭିଭାବକଙ୍କ ଖାସ ଏହି ଭାବନା ଯୋଗୁ ଦିଲ୍ଲୀ ଗେଟ୍ ନିକଟରେ ଘଟିଥିବା ଦୁର୍ଘଟଣା ୩ଟି ଛୋଟଛୋଟ କୋମଳମତି ବାଳକଙ୍କ ମୃତ୍ୟୁ ହୋଇଛି। ଗୋଟିଏ ସ୍କୁଟରରେ ହେଲମେଟ୍ ନ ପିନ୍ଧି ତୀବ୍ର ବେଗରେ ଯାଉଥିବା ୩ ଜଣ ବାଳକ ରାସ୍ତକଡ ଖୁଣ୍ଟରେ ପିଟି ହୋଇ ପ୍ରାଣ ହରାଇଛନ୍ତି।

{"id":192591,"sizeSlug":"large"}

୨୫ଫୁଟ ଦୂରକୁ ଛିଟକି ପଡିଥିଲା ସ୍କୁଟର
ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଘଟଣା ସ୍ଥଳରୁ ହିଁ ଜଣା ପଡିଯାଉଥିଲା। ପିଲାମାନେ ଦ୍ରୁତ ବେଗରେ ଗାଡି ଚଳାଇ ଯାଉଥିବା ବେଳେ ଅସନ୍ତୁଳିତ ହୋଇ ରାସ୍ତାଖଡ ଖମ୍ବରେ ପିଟିହୋଇଯାଥିଲା। ପିଲା ୩ଟି ଖମ୍ବ ନିକଟରେ ପଡି ରାସ୍ତାରେ ଗଡୁଥିବା ବେଳେ ସ୍କୁଟରଟି ପ୍ରାୟ ୨୫ ଫୁଟ ଦୂରକୁ ଛିଟକି ଯାଇଥିଲା।

{"id":192592,"sizeSlug":"large"}

ଜାଣନ୍ତୁ ପୋଲିସ କ’ଣ ଦେଇଛି ସୂଚନା
ପିଲାମାନେ ସ୍କୁଟର ବିନା ହେଲମେଟ୍ ରେ ଚଳାଉଥିଲେ। ଖୁଣ୍ଟ ସହ ଧକ୍କା ଲାଗିବା ଯୋଗୁ ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ନାବାଳକମାନଙ୍କର ସ୍କୁଟର ଚଳାଇବା ବୟସ ହୋଇନଥିଲା। ଏଣୁ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ବି ନଥିଲା ବୋଲି ପୁୋଲିସ ଅଧିକାରୀ କହିଛନ୍ତି।

{"id":192600,"sizeSlug":"large"}

ତେବେ ଏହି ଖବର କେବଳ ସେହି ଅଭିଭାବକଙ୍କ ଲାଗି ଯେଉଁମାନେ ପିଲାଙ୍କ ଜିଦ ଆଗରେ ନଇଁ ଯାଉଛନ୍ତି। ତେବେ ପିଲାମାନଙ୍କୁ ସ୍କୁଟି, ସ୍କୁଟର ବା ସେହିଭଳି ଯାନବାହନ ଦେବା ଆଦୌ ଉଚିତ ନୁହେଁ। ଏହା ସତ୍ତ୍ୱେ ଯେଉଁମାନେ ଦେଉଛନ୍ତି ସେମାନେ କିନ୍ତୁପ୍ରଥମେ ନିଶ୍ଚିତ କରନ୍ତୁ ପିଲା ଗାଡି ଧରିବା ପୂର୍ବରୁ ଯେପରି ହେଲମେଟ୍ ପିନ୍ଧନ୍ତି।  
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.