ଯଦି ଆପଣଙ୍କ ଭବିଷ୍ୟନିଧି ପାଣ୍ଠିରେ ହୋଇଯାଇଛି ୫ଲକ୍ଷରୁ ଅଧିକ ଟଙ୍କା, ସରକାର ଆପଣଙ୍କୁ ଦେବେ ୧.୨୪ କୋଟି ଟଙ୍କା- କେମିତି ଜାଣନ୍ତୁ …
7/12/2018 at 5:35 PM

ନୂଆଦିଲ୍ଲୀ ୭|୧୨: ଯଦି ଆପଣଙ୍କ ଭବିଷ୍ୟନିଧି ପାଣ୍ଠି ବା ପ୍ରଭିଡ଼େଣ୍ଟ ଫଣ୍ଡ୍ ଆକାଉଣ୍ଟ ଅଛି ତାହେଲେ ଏହି ଖବର ନିହାତି ଜାଣି ରଖିବା ଦରକାର । ଏହି ଖବର ଆପଣଙ୍କୁ ଅନେକ କିଛି ସାହାର୍ଯ୍ୟ କରିବ । ଆପଣଙ୍କୁ ଆମେ ଯାହା କହିବାକୁ ଯାଉଛୁ ,ଧ୍ୟାନର ସହ ମନେ ରଖନ୍ତୁ । ଯାହା ଆପଣଙ୍କୁ ଅନେକ ଫାଇଦା ଦେବ ।
ଯଦି ଆପଣଙ୍କ ପାଖରେ ପ୍ରଭିଡ଼େଣ୍ଟ୍ ଫଣ୍ଡ ଅଛି ତାହେଲେ ଖାସ ଏ ଖବର ଆପଣଙ୍କ ପାଇଁ । ଆପଣଙ୍କର ଯଦି ଆକାଉଣ୍ଟ ନାହିଁ ତା ହେଲେ ବି ଜାଣି ରଖନ୍ତୁ , କାହିଁକିନା ଆପଣଙ୍କ ପରିବାରର କାହାର ନା କାହାର ଥାଇପାରେ ଯାହା ଆପଣ ବି ଜଣେଇପାରିବେ ଏହାର ଫାଇଦା ।
ଆପଣଙ୍କର ପ୍ରଭିଡ଼େଣ୍ଟ ଫଣ୍ଡଆକାଉଣ୍ଟ ପୁରୁଣା ତାହେଲେ କିଛି ଟେନସନ ନିଅନ୍ତୁ ନାହିଁ । ଏହା ଆପଣଙ୍କୁ କରିଦେବ ଭାଗ୍ୟଶାଳୀ । କେମିତି ଜାଣନ୍ତୁ …

ଆପଣ ଯେକୌଣସି ସଂସ୍ଥାରେ ଚାକିରି କରିଛନ୍ତି ମାନେ ନିଶ୍ଚୟ ପିଏଫ ଆକାଉଣ୍ଟ ଥାଇପାରେ । ହେଲେ ଜାଣିରଖନ୍ତୁ ଏହି ଆକାଉଣ୍ଟ ଯଦି ଦଶ ବର୍ଷର ପୁରୁଣା ଆକାଉଣ୍ଟ ହୋଇଥିବ ଆଉ ସେଥିରେ ୫ ଲକ୍ଷରୁ ଅଧିକ ଟଙ୍କା ଥିବ, ତା ହେଲେ ସରକାର ଆପଣଙ୍କୁ ୧.୨୪ କୋଟି ଟଂକାର ଫାଇଦା ଦେବେ । କିନ୍ତୁ ମନେରଖିବାକୁ ପଡ଼ିବ ଏହାର ସର୍ତ୍ତାବଳୀ ।
ଆପଣଙ୍କର ଦଶବର୍ଷ ପିଏଫ ଆକାଉଣ୍ଟ ଯଦି ନିୟମିତ ଭାବେ ଡ଼ିପୋଜିଟ ହେଉଥିବ , ତାହେଲେ ସେହି ଆକାଉଣ୍ଟକୁ ଅବହେଳା କରି ବନ୍ଦ କରନ୍ତୁ ନାହିଁ । ଏମିତିକି ସେଥିରୁ ଆବଶ୍ୟକ ନଥାଇ ଟଂକା ବି ଉଠାଣ କରନ୍ତୁ ନାହିଁ । କାହିଁକିନା ଯଦି ଆକାଉଣ୍ଟ ନିୟମିତ ଭାବେ ଚାଲୁଥିବ ତା ହେଲେ ଚକ୍ରବୃଦ୍ଧି ସୁଧରେ ସେ ପଇସା ବଢ଼ିବଢ଼ି ଚାଲିବ । ଯଦି ଆପଣ ମଝିରେ ମଝିରେ ସେ ଆକାଉଣ୍ଟରେ ଟଂକା ଉଠାଣ କରୁଛନ୍ତି ତାହେଲେ ଆପଣଙ୍କୁ ମାତ୍ର ସାଧାରଣ ହିସାବରେ ସୁଧ ମିଳିବ ।
ସବୁଠାରୁ ବେଶୀ ଫାଇଦା ହେବଆପଣଙ୍କ ଅବସର ନେବାବେଳକୁ । ଯାହା ଆପଣଙ୍କ ଚାକିରି ଜୀବନ ଭିତରେ ଜମା ହୋଇଥିବା ଟଂକା ଆଉ କଂପାନୀଡ଼ିପୋଜିଟ କରିଥିବା ଟଂକା ମିସାଇ ପିଏଫ ଆକାଉଣ୍ଟରେ ଯେତେ ଜମା ହେବ ତାହାର ସୁଧ ମିଶି କୋଟିଏରୁ ଅଧିକଟଂକା ଫାଇଦା ମିଳିବ ।

ଆପଣ ଯଦି ଏହି କଥାକୁ ବିଶ୍ଵାସ କରୁନାହାଁନ୍ତି ତାହେଲେ ଆମେ ଆପଣଙ୍କୁ ତାହାର ହିସାବ କେମିତି ଦେଉଛୁ ,ଦେଖନ୍ତୁ । ଆପଣଙ୍କ ବୟସ ଯଦି ୩୫ ବର୍ଷ ଓ ଆପଣଙ୍କର ୧୦ ବର୍ଷର ପିଏଫ ଆକାଉଣ୍ଟ ଅଛି ,ତା ହେଲେ ଆପଣ ଠିକ ସମୟ ଓ ସ୍ଥିତିରେ ଅଛନ୍ତି । ଆପଣ ମୂଳରୁ ମାନିଛନ୍ତି ଆପଣଙ୍କ ଆକାଉଣ୍ଟରେ ୫ ଲକ୍ଷ ଅଛି । ତା ହେଲେ ଆସନ୍ତୁ ହିସାବକୁ ଏଥର ।
ଆପଣଙ୍କର ଯଦି ୨୦,୦୦୦ଦରମା ହୋଇଥାଏ ,ତା ହେଲେ ୧୦ ପ୍ରତିଶତ ଲାଭ ବାର୍ଷିକ ଦରମାରୁ ପାଉଛନ୍ତି । ତା ପରେ ଆପଣ ଯଦି ନିଜ ଦରମାରୁ ୧୨ ପ୍ରତିଶତ ପିଏଫ ଆକାଉଣ୍ଟକୁ ଦେଉଛନ୍ତି ,ତା ହେଲେ କଂପାନୀ ଆଉ ୧୨ପ୍ରତିଶତ ଆପଣଙ୍କ ଆକାଉଣ୍ଟରେ ଜମା କରିବ । ଏହି ସମୁଦାୟ ଟଂକାକୁ ହିସାବ କରି ୮.୫୫ ପ୍ରତିଶତ ହିସାବରେ ସୁଧ ପାଇଲେ ଆପଣ ଅବସର(୫୮ବର୍ଷ )ନେବାବେଳକୁ ତାହା ବଢ଼ିବଢ଼ି ୧.୨୪ କୋଟିରେ ପହଂଚିସାରିଥିବ ।