ଏଟିଏମରୁ ୫ ହଜାରରୁ ଅଧିକ ଟଙ୍କା ଉଠାଇଲେ ଦେବାକୁ ପଡ଼ିପାରେ ଅତିରିକ୍ତ ଟଙ୍କା, ୮ ବର୍ଷ ପରେ ବଦଳିବାକୁ ଯାଉଛି ନିୟମ

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮/୧୦: ଆଗାମୀ ଦିନରେ ଏଟିଏମରୁ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇଲେ ଆପଣଙ୍କୁ ଦେବାକୁ ପଡ଼ିପାରେ ଅତିରିକ୍ତ ଟଙ୍କା। ଏହା ମାଗଣା ଟ୍ରାନଜାକସନରେ ସାମିଲ ହେବ ନାହିଁ। କାରଣ ଏ ପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିବ। ତେବେ ଏଟିଏମରୁ ପାଞ୍ଚ ହଜାରୁ ଅଧିକ ଟଙ୍କା ଉଠାଇବା ଉପରେ ହିଁ ଏହି ନିୟମ ଲାଗୁ ହେବ।

ଥରକରେ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇଲେ ଗ୍ରାହକଙ୍କୁ ୨୪ ଟଙ୍କା ଅଧିକ ଦେବାକୁ ପଡ଼ିପାରେ। ବର୍ତମାନ ସମୟରେ ଏଟିଏମରୁ ପାଞ୍ଚଥର ମାଗଣା ଟ୍ରାନଜାକସନ କରାଯାଉଛି। ଯଦି ଏହା ପରେ ସେହି ସମାନ ମାସରେ ଆଉ ଟ୍ରାନଜାକସନ କରାଯାଏ ତେବେ ଷଷ୍ଠ ଟ୍ରାନଜାକସନରେ ୨୦ ଟଙ୍କା ଲାଗୁ ହେଉଛି।

ଭାରତୀୟ ରିଜର୍ଭ ବ୍ୟାଙ୍କର ଏଟିଏମ ଶୁକ୍ଳ ସମୀକ୍ଷା ପାଇଁ ଗଠିତ ହୋଇଥିବା ସମିତି ନିଜ ସୁପାରିଶ ପ୍ରଦାନ କରିଛି। ଏହାରି ଆଧାରରେ ବ୍ୟାଙ୍କ ଆଠ ବର୍ଷ ପରେ ଏଟିଏମ ଶୁକ୍ଲରେ ପରିବର୍ତନ ଆଣିପାରନ୍ତି। ମଧ୍ୟପ୍ରଦେଶର ଏସଏଲବିସି ସଂଯୋଜକ ଏସଡି ମାହୁରକରଙ୍କ ଅନୁସାରେ ସମିତି ଦଶ ଲକ୍ଷରୁ କମ ଜନସଂଖ୍ୟା ସହରରେ ଏଟିଏମ ନେଣଦେଶ ବୃଦ୍ଧି ଉପରେ ଜୋର ଦେଇଛି। ସେଠାରେ ଅଧିକାଂଶ ଲୋକ ଅଳ୍ପ ଟଙ୍କା ଉଠାନ୍ତି। ସେଥିପାଇଁ ସମିତି ଅଳ୍ପ ଟ୍ରାନଜାକସନକୁ ମାଗଣା ଟ୍ରାନଜାକସନ ବର୍ଗରେ ରଖିଛି। ଛୋଟ ସହରରେ ଗ୍ରାହକଙ୍କୁ ଅନ୍ୟ ବ୍ୟାଙ୍କ ଏଟିଏମରେ ପ୍ରତି ମାସରେ ଛଅ ଥର ଟଙ୍କା ଉଠାଇବାର ସୁବିଧା ରହିଛି। ଏବେ ଛୋଟ ସହରରେ କେବଳ ପାଞ୍ଚ ଥର ଟଙ୍କା ଉଠାଯାଉଛି।

ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି ମହାନଗରରେ ଗ୍ରାହକଙ୍କୁ ଗୋଟିଏ ମାସରେ ଏଟିଏମରୁ ତିନି ଥର ଟଙ୍କା ଉଠାଇବାର ସୁବିଧା ରହିଛି। ଏହା ପରେ ଚତୁର୍ଥ ଥର ଟଙ୍କା ଉଠାଇଲେ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.