ଧାରା ୩୭୦ ଆମ ପାଖରେ ଥିଲେ, ଜାମ୍ମୁ-କାଶ୍ମୀରରେ କୃଷି ଆଇନ୍ କେବେ ଲାଗୁ ହେବାକୁ ଦେଇନଥାନ୍ତୁ: ମେହବୁବା ମୁଫତି

Published By : Prameya-News7 Bureau | January 31, 2021 IST

ଶ୍ରୀନଗର ୩୧।୦୧: ପିଡିପି ସଭାପତି ମେହବୁବା ମୁଫତି କୃଷି ଆଇନ୍‌କୁ ନେଇ ପୁଣି ଥରେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ସେ ଧାରା ୩୭୦କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦି କହିଛନ୍ତି, ଯଦି ତାଙ୍କ ପାଖରେ ଧାରା ୩୭୦ ଅଧିକାର ଥାଆନ୍ତା ତେବେ ସେ ଜାମ୍ମୁ-କାଶ୍ମୀରରେ ନୂତନ କୃଷି ଆଇନ୍‌କୁ କେବେ ବି ଲାଗୁ ହେବାକୁ ଦେଇନଥାନ୍ତେ। ସେ କହିଛନ୍ତି, ଜାମ୍ମୁ-କାଶ୍ମୀରରେ ସେହି ଆଇନ ଲାଗୁ ହୋଇ ଥାଆନ୍ତା ଯାହା ସେ ଚାହୁଁଛନ୍ତି। ମେହବୁବା ଆକ୍ଷେପ କରି କହିଛନ୍ତି, ଯେଉଁ ଆଇନ୍‌କୁ ଦିଲ୍ଲୀ ଚାହେଁ ତାକୁ ଜାମ୍ମୁ-କାଶ୍ମୀରରେ କେବେ ବି ଲାଗୁ କରାଯାଏ ନାହିଁ।

wp:html /wp:html

ମେହବୁବା ମୁଫତି ପଡୋଶୀ ଦେଶ ସହ ସଂପର୍କକୁ ନେଇ କେନ୍ଦ୍ର ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି। ସେ କହିଛନ୍ତି, ପାକ୍ ଓ ଚୀନ ବ୍ୟତୀତନେପାଳ, ବାଂଲାଦେଶ ଓ ଶ୍ରୀଲଙ୍କା ସହିତ ମଧ୍ୟ ଆମର ସମ୍ବନ୍ଧ ସେତେଟା ମଧୁର ନୁହେଁ। ପାକିସ୍ତାନ ସହ ସଂପର୍କ ଖରାପ କାରଣରୁ ଏହାର ପରିଣାମ ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଭୋଗିବାକୁ ପଡୁଛି। ଚୀନ ସହିତ ସଂପର୍କ ବିଗିଡିବା କାରଣରୁ ଆମର ୨୨ ଯବାନଙ୍କୁ ନିଜର ପ୍ରାଣ ହରାଇବାକୁ ପଡିଥିଲା। ସରକାର କେବଳ ନିର୍ବାଚନ ମେସିନ ପାଲଟିଛନ୍ତି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.