ଆମେରିକା - ଇରାନ ଯୁଦ୍ଧ ହେଲେ ଲକ୍ଷ ଲକ୍ଷ ଭାରତୀୟଙ୍କୁ କରାଯିବ ଏୟାର ଲିଫ୍ଟ

Published By : Prameya-News7 Bureau | January 06, 2020 IST

ନୂଆଦିଲ୍ଲୀ ୦୬।୦୧ - ମଧ୍ୟ ପ୍ରାଚ୍ୟର ଯୁଦ୍ଧ ହେଲେ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ବିପଦ । ଇରାକ୍‌ ଓ ଆମେରିକା ଯୁଦ୍ଧ ସମସୟରେ ମଧ୍ୟ ପ୍ରାଚ୍ୟ ଦେଶ ସାଉଦିଆରବ, ଓମାନ, ଇରାକ, କୁଏତ୍‌,ୟୁଏଇରେ କାମ କରୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଏୟାର ଲିଫ୍ଟ କରାଯାଇଥିଲା ।

{"id":207567,"sizeSlug":"large"}
pic courtesy -Hindustantimes

ଏବେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଆମେରିକାର ଇରାନର କମାଣ୍ଡର କାସିମ ସୁଲେମାନୀଙ୍କୁ ହତ୍ୟା କରିବା ପରେ ଏବେ ଉତ୍ତେଜନା ଚରମ ସୀମାରେ । ଇରାନ ମଧ୍ୟ ଇରାକରେ ଥିବା ଆମେରିକା ଦୂତାବାସର ଉପରେ ବାରମ୍ବାର ରକେଟ୍‌ ମାଡ କରୁଛି । ଏବେ ଦୁଇ ଦେଶ ମଧ୍ୟରେ କଡା ବୟାନ ବାଜି ଚାଲିଛି। ଇରାକ୍‌ ସସଂଦ ଦେଶରୁ ଆମେରିକା ସେନାକୁ ବିତାଡିତ କରିବା ପାଇଁ ନିଷ୍ପତ୍ତି ନେଇଛି ।

{"id":207568,"sizeSlug":"large"}

୧୯୯୦ ମସିହାରେ ଇରାକ୍‌ ଓ ଆମେରିକା ଯୁଦ୍ଧ ସମୟରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଏୟାରଲିଫ୍ଟ କରାଯାଇଥିଲା । କୌଣସି ବିପଦ ସମୟରେ ବିମାନ ଯୋଗେ ସାଧାରଣ ଲୋକଙ୍କୁ ରକ୍ଷା କରିବାକୁ ଏୟାରଲିଫ୍ଟ କୁହାଯାଇଥାଏ। ୧୯୯୦ରେ କୁଏତରୁ ଲକ୍ଷ ଲକ୍ଷ ଲୋକଙ୍କୁ ଏୟାରଲିଫ୍ଟ କରାଯାଇଥିଲା ।

୧୩ ଅଗଷ୍ଟ ୧୯୯୦ ମସିହାରେ ପ୍ରା ୧.୭୫ ଭାରତୀୟଙ୍କୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏୟାରଲିଫ୍ଟ କରାଯାଇଥିଲା ।
ଏବେ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଲକ୍ଷ ଲକ୍ଷ ଭାରତୀୟ କାର୍ଯ୍ୟ କରୁଛନ୍ତି । ଯୁଦ୍ଧ ହେଲେ ଏମାନଙ୍କୁ ନିଶ୍ଚୟ ଏୟାର ଲିଫ୍ଟ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.