ଭଲ ଜୀବନ ସାଥୀଟିଏ ଚାହୁଁଥିଲେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

Published By : Prameya-News7 Bureau | December 14, 2018 IST

ଯଦି ପ୍ରସ୍ତାବିତ ବିବାହରେ ନିଜ ମନ ପସନ୍ଦର ପୁଅ କିମ୍ବା ଝିଅଟିଏ ମିଳିଯାଏ ତେବେ ବୈବାହିକ ଜୀବନ ହସଖୁସିରେ ଅତିବାହିତ ହୋଇଥାଏ । ମାତ୍ର ଏଭଳି କେତେକ କାରଣ ଥାଏ ଯେତେବେଳେ ଆପଣଙ୍କ ପସନ୍ଦ ଠିକ୍ ହୋଇନଥାଏ । ଏହାର ଏକ କାରଣ ବାସ୍ତୁ ଦୋଷ ।ଯଦି ଏହି ବାସ୍ତୁ ଦୋଷର ସମାଧାନ କରାଯାଏ ତେବେ ସବୁକିଛି ଠିକ୍ ଠାକ୍ ଚାଲିଥାଏ । ଏଭଳି କେତେକ ଜିନିଷ ଅଛି ଯାହା ବାସ୍ତୁ ଦୋଷ କରାଇଥାଏ ।

wp:list
  • ଯଦି କୌଣସି ରାସ୍ତା ଆପଣଙ୍କ ଘର ସମ୍ମୁଖରେ ସିଧା ଯାଇଥାଏ ଅଥବା ଘର ପାଖରେ ଆସି ରହିଥାଏ ତେବେ ତାହାକୁ ଅଶୁଭ ଧରାଯାଇଥାଏ । ଏଭଳି ସ୍ଥିତି ଅଶୁଭ ବୋଲି ଧରାଯାଇଥାଏ ।
/wp:list wp:list
  • ଯଦି କେହି ବିବାହ ପାଇଁ ଦେଖିବାକୁ ଆସିଥାନ୍ତି ତେବେ ଏପରି ବସନ୍ତୁ ଯେପରି ଆପଣଙ୍କ ମୁହଁ ଉତ୍ତର ଦିଗକୁ ରହୁଥିବ ।
/wp:list wp:list
  • ବିବାହ ଯୋଗ୍ୟ ଯୁବକ ଯୁବତୀଙ୍କ ରୁମ୍ ର କାନ୍ଥରେ ସୁନ୍ଦର ଚିତ୍ର ଲଗାନ୍ତୁ । ଏହା ଧ୍ୟାନ ରଖନ୍ତୁ ଯେ କାନ୍ଦୁଥିବା ଶିଶୁ ଏବଂ ଅସ୍ତ ହେଉଥିବା ସୂର୍ଯ୍ୟର ଚିତ୍ର କେବେହେଲେ ବି ଲଗାନ୍ତୁନାହିଁ ।
/wp:list wp:list
  • ଯଦି ପ୍ରେମ ବିବାହ ହେଉଥାଏ ଆଉ ଖରାପ ସ୍ବପ୍ନ ଏବଂ ବିଚାର ଆସୁଥାଏ ତେବେ ଶୋଇବାବେଳେ ତକିଆ ତଳେ ଛୁରୀ ଅଥବା କଇଁଚି ରଖନ୍ତୁ ।
/wp:list wp:list
  • ଘରର ମୁଖ୍ୟ ଦ୍ବାରରେ ଦର୍ପଣ ଲଗାନ୍ତୁନାହିଁ । ଏହାଦ୍ବାରା ବୈବାହିକ ଜୀବନରେ ଭଲ ଜୀବନ ସାଥୀଟିଏ ମିଳିବା ପୂର୍ବରୁ ହିଁ ଫେରିଯାଇଥାନ୍ତି ।
/wp:list wp:list
  • ବିବାହ ସମୟରେ ଅତିଥିମାନଙ୍କର ରହିବା ସ୍ଥାନ ସବୁବେଳେ ପଶ୍ଚିମ ଦିଗରେ ହେବା ଉଚିତ୍ ।
/wp:list wp:list
  • ଯଦି ଘରର ମୁଖ୍ୟ ଦ୍ବାର ସମ୍ମୁଖରେ କିଛି ଖୁଣ୍ଟ, ବୃକ୍ଷ, ଖୋଲାଯାଇଥିବା ନାଳ ରହିଥାଏ ତେବେ ଏହା ଆପଣଙ୍କ କାର୍ଯ୍ୟରେ ବାଧା ଉପୁଜାଇପାରେ । କାରଣ ଏ ସବୁ ନକାରାତ୍ମକ ଧରାଯାଇଥାଏ । ଏଥିପାଇଁ ଏମିତି ସ୍ଥାନରୁ ଦୂରେଇ ରୁହନ୍ତୁ ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.