Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଟ୍ରାଫିକ ନିୟମ ଉଲଂଘନ କଲେ ଏଣିକି ଟ୍ରାଫିକ ପୋଲିସ ସହ କରିବାକୁ ହେବ ୨ ଘଣ୍ଟା ଡ୍ୟୁଟି

1/02/2019 at 12:13 PM

ରାଞ୍ଚି ୧/୨ : ଟ୍ରାଫିକ ନିୟମ ଉଲଂଘନ କଲେ ଏଥର କେବଳ ଜୋରିମାନା ଦେଇ ବଞ୍ଚି ପାରିବେ ନାହିଁ | ନିୟମ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ଏବେ କ୍ଲାସ ଦିଆଯିବ | କେବଳ ସେତିକି ନୁହେଁ ଏହାସହ ଚାରିଛକରେ ୨ ଘଣ୍ଟାର ଡ୍ୟୁଟି ମଧ୍ୟ କରିବାକୁ ପଡିବ | ଟ୍ରାଫିକ ପୋଲିସ ସହ ମିଶି ଟ୍ରାଫିକ ପୋଲିସଙ୍କୁ ସହଯୋଗ କରିବାକୁ ପଡିବ | ୨ ଘଣ୍ଟା ଡ୍ୟୁଟି ପୂର୍ବରୁ ଗୋଟିଏ ଘଣ୍ଟା ପାଇଁ କ୍ଲାସ ମଧ୍ୟ କରାଯିବ | ଏହି କ୍ଲାସରେ ଟ୍ରାଫିକ ନିୟମ ଶିକ୍ଷା ଦିଆଯିବ | ଗୁରୁବାର ସନ୍ଧ୍ୟାରେ ଏହି ସୂଚନା ଜାରି କରାଯାଇଛି |


ପରିବହନ କମିସନର ଫୈଜ ଅହମଦ ମୁମତାଜ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଦୁର୍ଘଟଣା ଦିନକୁ ଦିନ ବଢି ଚାଲିଛି | ତଥାପି ଲୋକେ ଟ୍ରାଫିକ ନିୟମ ଉଲଂଘନ କରୁଛନ୍ତି | ସେଥିପାଇଁ ଟ୍ରାଫିକ ଦୁର୍ଘଟଣାକୁ ରୋକିବା ପାଇଁ ପରିବହନ ବିଭାଗ ଲୋକଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛି | ସାଧାରଣତଃ ଯେଉଁମାନେ ନିୟମ ଉଲଂଘନ କରୁଛନ୍ତି, ସେହିମାନଙ୍କ ପାଇଁ ଦୁର୍ଘଟଣା ଅଧିକ ହେଉଛି | ରିପୋର୍ଟ ଅନୁସାରେ, ରାଜ୍ୟରେ ପ୍ରତିଦିନ ୮ରୁ ୯ଜଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି | ଯେଉଁଥିପାଇଁ ଲୋକଙ୍କୁ ଟ୍ରାଫିକ ନିୟମ ସହ ଅବଗତ କରାଇବା ମହତ୍ଵପୁର୍ଣ ବୋଲି କହିଛନ୍ତି ଫୈଜ ମହମ୍ମଦ ମୁମତାଜ |


ଏକ ଘଣ୍ଟାରେ କ୍ଲାସରେ ଲୋକଙ୍କୁ ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରକାଶ ସୂଚନା ଦିଆଯିବ ଏବଂ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଯିବ | ଛୋଟ ଛୋଟ ଫିଲ୍ମ ମାଧ୍ୟମରେ ଲୋକଙ୍କୁ ନିୟମ ଉଲଂଘନର ପାର୍ଶ୍ୱ ପ୍ରତିକ୍ରିୟା ସମ୍ବନ୍ଧରେ ସୂଚନା ଦିଆଯିବ | ସମସ୍ତ ସୂଚନା ଦିଆଯିବ ପରେ ଲୋକଙ୍କୁ ଚାରିଛକରେ ଛିଡା କରାଇ ୨ ଘଣ୍ଟାର ଡ୍ୟୁଟି ଦିଆଯିବ | ଟ୍ରାଫିକ ପୋଲିସଙ୍କ ନେତୃତ୍ୱରେ ଏହି ଲୋକ ମାନଙ୍କୁ ଭିଡ଼ ଥିବା ଚାରିଛକଗୁଡିକରେ ଟ୍ରାଫିକ ପୋଲିସଙ୍କ ସହାୟତା କରିବା ପାଇଁ ଡ୍ୟୁଟି ଦିଆଯିବ |

ନିୟମ ଉଲଂଘନ କରୁଥିବା ବ୍ୟକ୍ତି, ପାର୍କିଙ୍ଗ ନିୟମ ଉଲଂଘନ କରୁଥିବା ଏବଂ ଦ୍ରୁତ ଗତିରେ ଗାଡି ଚଳାଉଥିବା ଲୋକଙ୍କ ଉପରେ ନଜର ରଖିବାକୁ ପଡିବ | ଏହି ବ୍ୟବସ୍ଥା ପୁରା ରାଜ୍ୟକୁ ପ୍ରଭାବିତ କରିବା ବୋଲି କହିଛନ୍ତି ପରିବହନ ଆୟୋଗ |

   Related Posts