ବାସ୍ତୁରେ ଏହି ସବୁ ଦୋଷ ଯୋଗୁ ଘରେ ଭୂତପ୍ରେତଙ୍କ ଅନୁଭବ କରନ୍ତି ପରିବାର ଲୋକେ, ଜାଣନ୍ତୁ କରିବେ କ’ଣ

Published By : Prameya-News7 Bureau | July 20, 2019 IST

ଘରେ ଯଦି କୌଣସି ସଦସ୍ୟ ଖାଲି ଆଖିରେ ଭୂତପ୍ରେତଙ୍କୁ ଦେଖୁଥିବା ଦାବି କରୁଛନ୍ତି ଅଥବା କାହା ଦେହରେ ଦେବୀ ଲାଗୁଛନ୍ତି ଜାଣନ୍ତୁ ଆପଣଙ୍କ ଘରେ ରହିଛି ଗୁରୁତର ବାସ୍ତୁ ସମସ୍ୟା। ଏହାର ସମାଧାନ ନ ହେଲେ ଲୋକେ କ୍ରମେ ମାନସିକ ରୋଗରେ ଆକ୍ରାନ୍ତ ହେବା ସହ ପାରିବାରିକ ଅଶାନ୍ତିର କାରଣ ହେବେ। ଯାହାର ଡାକ୍ତର ବୈଦ ବି ଚିକିତ୍ସା କରିବା ଅସମ୍ଭବ। ଏଥିପାଇଁ କାହାରିକୁ ଦୋଷ ଦେବା ଭୁଲ ପ୍ରଥମେ ନିଜ ଘରର ବାସ୍ତୁ ସୁଧାର ପାଇଁ ଉଦ୍ୟମ ଜଣେ ଉତ୍ତମ ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ।

{"id":135773}

ଯଦି ପରିବାରର କୌଣସି ମହିଳା ଘରେ ଭୂତଙ୍କୁ ଖାଲି ଆଖିରେ ଦେଖୁଥିବା ଦାବି କରୁଛନ୍ତି । କୌଣସି ଆତ୍ମା ତାଙ୍କ ଦେହରେ ଲାଗୁଛି ଓ ସେ ଉନ୍ମାଦ ଆଚରଣ କରୁଛନ୍ତି କିମ୍ବା ତେବେ ଜାଣନ୍ତୁ ଆପଣ ରହୁଥିବା ଘରର ନୈଋତ କୌଣରେ ବାସ୍ତୁଦୋଷ ହୋଇଛି। ପ୍ରଭାବିତ ଲୋକଙ୍କ ମନ ଚିକିତ୍ସା କରିବା ସହ ଜଣେ ବାସ୍ତୁବିଦଙ୍କ ଦ୍ୱାରା ଘରର ଦକ୍ଷିଣ-ନୈଋତ କୋଣ ସୁଧାର କରନ୍ତୁ। ଦେଖିବେ ଆଉ ପ୍ରେତାତ୍ମା ଲାଗିବନି କି ଖାଲି ଆଖିରେ କାହାକୁ ଭୂତ ଦେଖାଯିବନି।

{"id":135774,"width":566,"height":459}

ସେହିପରି ଘରର କୌଣସି ପୁଋଷ ଲୋକ ଯଦି ଉନ୍ମାଦ ଆଚରଣ କରୁଛି। ଭୂତପ୍ରେତ ଦେଖୁଛି ପ୍ଗଳ ଭଳି ଆଚରଣ କରୁଛି ତେବେ ଜାଣନ୍ତୁ ଘରର ପଶ୍ଚିମ ନୈଋତ କୋଣରେ ବାସ୍ତୁଦୋଷ ରହିଛି। ଏଣୁ ବାସ୍ତୁସୁଧାର କରିବା ସହ ସମ୍ପୃକ୍ତବ୍ୟକ୍ତିଙ୍କ ମାନସିକ ଚିକିତ୍ସାର ବ୍ୟବସ୍ଥା କରନ୍ତୁ ଦେଖିବେ ବାସ୍ତୁ ସୁଧାର ସହ ଉପୁଜିଥିବା ସମସ୍ୟାର ବି ସମାଧାନ ହୋଇଯିବ। ସେହିପରି ଯଦି ଘରର କୌଣସି ମହିଳା ବା ପୁଋଷ ସଦସ୍ୟ ତାଙ୍କ ଦେହରେ ଦେବୀ ଦେବତାଙ୍କ ପ୍ରଭାବ ଥିବା ଅନୁଭବ କରୁଛନ୍ତି ତେବେ ନୈଋତ କୋଣ ସଂଶୋଧନ ସହ ସମସ୍ୟାର ସମାଧାନ ହୋଇଯିବ।

{"id":135775}

ଘରର ଦକ୍ଷିଣ-ପଶ୍ଟିମ ନୈଋତ କୋଣରେ ମୁଖ୍ୟ ଫାଟକ ହୁଏନି। ସେହିପରି ସମ୍ପୃକ୍ତ କ୍ଷେତ୍ର ଘରର ଅନ୍ୟ କ୍ଷେତ୍ର ଅପେକ୍ଷା ବର୍ଦ୍ଧିତ ହୋଇ ରହିବା କଥା ନୁହେଁ । ଏହି କ୍ଷେତ୍ରଟି ଖାଲୁଆ ହେବା କଥା ନୁହେଁ କି ଘରର ଏହି ଅଞ୍ଚଳରେ ବେସମେଣ୍ଟ, ମାଟି ତଳ ପାଣି ଟାଙ୍କି, କୂଅ ଆଦି ରହିବା କଥା ନୁହେଁ । ସେହିପରି ଏହି ବାଟ ଦେଇ ଘରର ଭଲ ଅଥବା ମନ୍ଦ ପାଣି ବାହାରକୁ ଯିବା କଥା ନୁହେଁ । ଯଦି ଏପରି କିଛି ହେଉଥାଏ ତେବେ ତାର ତୁରନ୍ତ ସମାଧାନ କରନ୍ତୁ। ନଚେତ ଏଭଳି ମାନସିକ ରୋଗ ଦେଖା ଦେବାଟା ନିଶ୍ଚିତ ଯାହାକୁ ଆପଣ କେହି ଗୁଣି ଗାରେଡି କରୁଥିବା ଭାବି ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.