Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

କ୍ରେଡିଟ୍ ଓ ଡେବିଟ୍ କାର୍ଡ ବ୍ୟବହାର କରୁଥିଲେ ଖବର ଆପଣଙ୍କ ଲାଗି ଜରୁରି

7/03/2020 at 5:16 PM

ନୂଆଦିଲ୍ଲୀ ୭।୩: ଯଦି ଆପଣ କ୍ରେଡିଟ୍ ଅଥବା ଡେବିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ଅନ୍ତତଃ ଗୋଟିଏ ଥର ଅନଲାଇନ ହେଉ ଅଥବା କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ କରାଇ ନିଅନ୍ତୁ। ନଚେତ ଆପଣଙ୍କ ଡେବିଟ୍ ବା କ୍ରେଡିଟ୍ କାର୍ଡ ଅଚଳ ହୋଇଯିବ। ଏଥିଲାଗି ଭାରତୀୟ ରିଜର୍ବ ବ୍ୟାଙ୍କ ଗତ ଜାନୁୟାରୀ୧୫ ତାରିଖରେ ନୋଟିଫିକେସନ କରିଛନ୍ତି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଗ୍ରାହକ କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ କରୁନାହାନ୍ତି ତେବେ ତାଙ୍କ ଲାଗି ଏଭଳି କାର୍ଡର କୌଣସି ଅର୍ଥ ନାହିଁ ବୋଲି ବୁଝାଯିବ।

ଜାଣନ୍ତୁ କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ କ’ଣ
ଏହି ଟେକ୍ନୋଲଜି ଯୋଗୁ କାର୍ଡକୁ ଟ୍ରାଞ୍ଜାକ୍ସନ ଲାଗି ସ୍ୱିପ୍‌ କରିବାର ଆବଶ୍ୟକତା ନାହିଁ। ପଏଣ୍ଟ ଅଫ ସେଲ (ପିଓଏସ୍) ମେସିନରେ କାର୍ଡ ଲଗାଇବା ମାତ୍ରେ ପେମେଣ୍ଟ ହୋଇଥାଏ। ଆରବିଆଇଙ୍କ ଗାଇଡ୍ ଲାଇନ ଅନୁସାରେ ଦିନକରେ ୫ ଥର କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ କରାଯାଇପାରେ। ଏଥିରେ ଥରକରେ ୨ହଜାର ଟଙ୍କା ପର୍ଯ୍ୟନ୍ତ ଲେନଦେନ ହୋଇପାରିଥାଏ। ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ ମାଧ୍ୟମରେ ଏହି ଟ୍ରାଞ୍ଜାକ୍ସନ ହୋଇଥାଏ।

ନୋଟ ବନ୍ଦୀ ପରେ ବଢିଛି ଅନଲାଇନ ଟ୍ରାଞ୍ଜାକ୍ସନ
ଦେଶରେ ବ୍ୟାଙ୍କମାନେ ଗ୍ରାହକଙ୍କ ସୁବିଧାଲାଗି ଅନେକ ପୂର୍ବରୁ କ୍ରେଡିଟ୍ ଓ ଡେବିଟ୍ କାର୍ଡର ପ୍ରଚଳନ କରିଥିଲେ। ତେବେ ଭାରତ ସରକାର ନୋଟ ବନ୍ଦୀ ଘୋଷଣା କରିବା ପରେ ଅନଲାଇନ୍ କାରବାରରେ ବୃଦ୍ଧି ହୋଇଛି। ସେହି ଅନୁସାରେ ଏପରି ବ୍ୟବସାୟକୁ ସୁଗମ କରିବା ଲାଗି ନୂଆ ନୂଆ ଟେକ୍ନୋଲଜିର ମଧ୍ୟ ଉପଯୋଗ ହେଉଛି।

   Related Posts