ହ୍ୟାଣ୍ଡସମ୍ ଦେଖାଯିବାକୁ ଚାହୁଁଛନ୍ତି କି : ତେବେ ସକାଳେ ଉଠି କରନ୍ତୁ ଏହି ସହଜ କାମ

Published By : Prameya-News7 Bureau | May 10, 2019 IST

ଆଜିକାଲି ସମସ୍ତେ ହ୍ୟାଣ୍ଡସମ୍ ଦେଖାଯିବାକୁ ଚାହୁଁଛନ୍ତି। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ଉପାୟ କରିବା ପରେ ମଧ୍ୟ କୈାଣସି ସୁଫଳ ପାଇନଥାଏ। ଅଧିକାଂଶ ଲୋକ ତ୍ବଚାର ଚମକ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର କେମିକାଲଯୁକ୍ତ ଉତ୍ପାଦ ବ୍ୟବହାର କରିଥାଆନ୍ତି କିନ୍ତୁ ଏହା ଦ୍ବାରା ମଧ୍ୟ କୈାଣସି ଫରକ ପଡ଼ିନଥାଏ। ବଜାରରେ ମିଳୁଥିବା ଏହି ଉତ୍ପାଦ ବ୍ୟବହାର କରିବା ଫଳରେ ତ୍ବଚାରେ ବିଭିନ୍ନ ପ୍ରକାର ପାଶ୍ବ ପ୍ରତିକ୍ରିୟା ହୋଇଥାଏ ଯାହା ଦ୍ବାରା ତ୍ବଚା ନଷ୍ଟ ହୋଇଯାଇଥାଏ। ଏଥିପାଇଁ ବହୁତ ଭାବିଚିନ୍ତି ଏଗୁଡ଼ିକ ବ୍ୟବହାର କରିବା ଉଚିତ୍। କିନ୍ତୁ ଯଦି ଆପଣ ପ୍ରାକୃତିକ ଉପାୟରେ ହ୍ୟାଣ୍ଡସମ୍ ଦେଖାଯିବାକୁ ଚାହୁଁଥାଆନ୍ତି ତେବେ ଏହି ସହଜ ଉପାୟ କରିବା ଦ୍ବାରା ଆପଣ ସୁଫଳ ପାଇ ପାରିବେ।

{"id":110611,"width":596,"height":397}

ସକାଳେ ଶୀଘ୍ର ଉଠିବାର ଅଭ୍ୟାସ କରନ୍ତୁ। ଆଜିକାଲି ପ୍ରାୟ ଲୋକ ବିଳମ୍ବରେ ଶୋଇବାର ଅଭ୍ୟାସ କରୁଛନ୍ତି ଯାହା ଫଳରେ ସକାଳେ ମଧ୍ୟ ବିଳମ୍ବରେ ଉଠୁଛନ୍ତି। ସକାଳେ ବିଳମ୍ବରେ ଉଠିବା ଆପଣଙ୍କ ଶରୀର ପକ୍ଷେ ହାନିକାରକ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ତ୍ବଚା ଉପରେ କୁପ୍ରଭାବ ପଡ଼ିଥାଏ।

{"id":110612,"width":595,"height":298}

ଅତି କମରେ ଅଧ ଘଣ୍ଟା ବ୍ୟାୟାମ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ତ୍ବଚାରେ ଥିବା ବିଷାକ୍ତ ପଦାର୍ଥ ଝାଳ ଆକାରରେ ବାହାରି ଆସିଥାଏ।

{"id":110613,"width":595,"height":396}

ବହୁତ କମ୍ ଲୋକ ଜାଣିଛନ୍ତି ଯେ ତ୍ବଚାରେ ଚମକ ଆଣିବା ପାଇଁ ତ୍ବଚାକୁ ହାଇଡ୍ରେଟେଡ ରଖିବା ନିହାତି ଜରୁରୀ। ଏଥିପାଇଁ ସକାଳେ ଉଠି ତିନି ଗ୍ଲାସ୍ ପାଣି ପିଇବା ନିତାନ୍ତ ଆବଶ୍ୟକ। ପାଣି ପିଇବା ଦ୍ବାରା ଆପଣଙ୍କ ପାଚନ ତନ୍ତ୍ରରେ ସକରାତ୍ମକପ ପ୍ରଭାବ ପଡ଼ିଥାଏ। ଯେପରିକି ଆପଣ ଜାଣିଥିବେ ଯେ ଅଧିକାଂଶ ତ୍ବଚା ସମ୍ବନ୍ଧିତ ରୋଗପେଟରୁ ଆରମ୍ଭ ହୋଇଥାଏ। ଏହା ବ୍ୟତୀତ ଦିନସାରା ଅତି କମରେ ୮ରୁ ୯ଗ୍ଲାସ୍ ପାଣି ପିଇବା ଅତ୍ୟନ୍ତ ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.