Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ବାକି ପଡିଛି ବିଦ୍ୟୁତ ବିଲ୍, ବକେୟା ପୈଠ ନକଲେ କଟାହେବ ବିଦ୍ୟୁତ ସଂଯୋଗ

9/03/2021 at 3:40 PM

ଭଦ୍ରକ ୯।୩: ବିଦ୍ୟୁତ ବିଲ୍ ପୈଠ ନକଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବ । ଏନେଇ ନେସ୍କୋ ଡିଭିଜନ ର  ବିଭାଗୀୟ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ,  ଭଦ୍ରକ ନେସ୍କୋ ଡିଭିଜନରେ  ଉପଭୋକ୍ତାଙ୍କ ଉପରେ ବାକି ପଡ଼ିଛି  ୩୪୦ କୋଟିରୁ ଅଧିକ ଟଙ୍କା । କମ୍ପାନୀ ଏହାଦ୍ବାରା ବ୍ୟାପକ କ୍ଷତି ସହୁଛି । ତେଣୁ ତୁରନ୍ତ ଉପଭୋକ୍ତାମାନେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇଁ ସେମାନଙ୍କ ବକେୟା ଦେୟ ଦେବାକୁ ଅନୁରୋଧ କରିଛନ୍ତି ବିଭାଗୀୟ ମୁଖ୍ୟ ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ରାଜୀବ କୁମାର ନାୟକ । ୧୦ହଜାରରୁ ଅଧିକ ଟଙ୍କା ବାକିଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ନେସ୍କୋ କର୍ତ୍ତୃପକ୍ଷ ବାଧ୍ୟ ହେବେ ବୋଲି ଯନ୍ତ୍ରୀ ଚେତାବନୀ ଦେଇଛନ୍ତି ।

ଯନ୍ତ୍ରୀ କହିଛନ୍ତି ଯେ, ଏବେ ଭଦ୍ରକ ନେସ୍କୋ ଡିଭିଜନ ଅଧିନରେ ୨ ଲକ୍ଷ ୮୦ ହଜାର ଉପଭୋକ୍ତା ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ ପ୍ରତିଶତ ବ୍ୟବସାୟିକ ଓ ଅବଶିଷ୍ଟ ୯୫ ପ୍ରତିଶତ ଘରୋଇ ଉପଭୋକ୍ତା । ନେସ୍କୋ କର୍ତ୍ତୃପକ୍ଷ ପ୍ରତ୍ୟେକ ମାସ ୪୨୦ ଲକ୍ଷ ୟୁନିଟ୍ ବିଦ୍ୟୁତ କିଣୁଛନ୍ତି । କିନ୍ତୁ ବୈଷୟିକ ତ୍ରୁଟି ଓ ବିଦ୍ୟୁତ ଚୋରି ପାଇଁ କିଣାଯାଉଥିବା ୟୁନିଟର ୩୦ ପ୍ରତିଶତ ବିଲ୍ ହୋଇ ପାରୁନାହିଁ । ଯେଉଁ ୭୦ ପ୍ରତିଶତ ବିଲ୍ ହେଉଛି, ତାହାର ପରିମାଣ ମାସିକ ୧୩ କୋଟି ଟଙ୍କା । କିନ୍ତୁ ଆଦାୟ ହେଉଛି ୯ କୋଟି ଟଙ୍କା । ବିଶେଷ କରି ଗ୍ରାମାଞ୍ଚଳମାନଙ୍କରେ ବିଦ୍ୟୁତ ବିଲ୍ ଆଦାୟ ନୈରାଶ୍ୟଜନକ । ଏହି ବକେୟା ବିଲ୍ ର ପରିମାଣ ବୃଦ୍ଧି ପାଇ ଏବେ ଏହା ୩୪୦ କୋଟି ଟଙ୍କାରେ ପହଞ୍ଚି ସାରିଛି । ଏବେ ୨୫ଟି ସ୍କ୍ବାଡ୍ ବିଲ୍ ଆଦାୟରେ ନିୟୋଜିତ ଅଛନ୍ତି ।

   Related Posts