ଶେଷ ତାରିଖ ସେପ୍ଟେମ୍ବର ୩୦ : ନଚେତ୍ ଅକାମୀ ହୋଇଯିବ ଆପଣଙ୍କ ପ୍ୟାନ୍ କାର୍ଡ଼

Published By : Prameya-News7 Bureau | September 24, 2019 IST

ନୂଆଦିଲ୍ଲୀ ୨୪/୯: ଯଦି ଆପଣ ଏବେ ଯାଏଁ ନିଜର ପ୍ୟାନ୍ କାର୍ଡ଼ ଏବଂ ଆଧାର କାର୍ଡ଼ ଲିଙ୍କ କରିନାହାନ୍ତି ତେବେ ଶୀଘ୍ର କରନ୍ତୁ। ଯଦି ଆପଣ ସେପ୍ଟେମ୍ବର ୩୦ତାରିଖ ମଧ୍ୟରେ ନିଜ ପ୍ୟାନ୍ କାର୍ଡ଼ ଏବଂ ଆଧାର ଲିଙ୍କ କରାଉ ନାହାନ୍ତି ତେବେ ପ୍ୟାନ୍ କାର୍ଡ଼ ବେକାର ହୋଇଯିବ। ଏହା ଆଉ କାମ କରିବ ନାହିଁ। ଏଥିପାଇଁ ଶୀଘ୍ର ନିଜର ପ୍ୟାନ୍ କାର୍ଡ଼କୁ ନିଜ ଆଧାର ସହ ଲିଙ୍କ କରାଇ ନିଅନ୍ତୁ।

ଆପଣ ସହଜରେ ଘରେ ବସି ଅନଲାଇନ୍ ମଧ୍ୟ ନିଜ ପ୍ୟାନ୍ କାର୍ଡ଼କୁ ଆଧାର ସହ ଲିଙ୍କ କରାଇପାରିବେ। ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଇନକମ୍ ଟ୍ୟାକ୍ସର ଇ-ଫାଇଲିଙ୍ଗ ଓ୍ବେବସାଇଟକୁ ଯିବାକୁ ପଡ଼ିବ। ଏହି ଓ୍ବେବସାଇଟରେ ବାମ ପଟେ ପ୍ୟାନ୍ କାର୍ଡ଼କୁ ଆଧାର କାର୍ଡ଼ ସହ ଲିଙ୍କ  କରିବାର ଅପସନ ଦିଆଯାଇଛି।

ଏଥିରେ କ୍ଲିକ୍ କଲେ ଏକ ନୂଆ ପେଜ ଖୋଲିବ। ଏହି ପେଜ ଖୋଲିବା ପରେ ଆପଣ ନିଜର ଆଧାର ଏବଂ ପ୍ୟାନ ନମ୍ବର ଦେଇ ପାରିବେ। ଏହା ପରେ ଆପଣଙ୍କୁ କ୍ୟାପଚା କୋଡ ଦେବାକୁ ପଡ଼ିବ। ତା’ପରେ ଲିଙ୍କ ଆଧାରର ବିକଳ୍ପରେ କ୍ଲିକ୍ କଲେ ଏକ ନୂଆ ପେଜ ଖୋଲିବ। ଏହି ପେଜରେ ଆପଣଙ୍କୁ ସୂଚନା ଦିଆଯିବ ଯେ ଆପଣଙ୍କୁ ପ୍ୟାନ୍ ଏବଂ ଆଧାରକୁ ଲିଙ୍କ କରିବା ପାଇଁ ୟୁଆଇଡିଏଆଇକୁ ଆପ୍ଲିକେସନ ପଠାଯାଇସାରିଛି।

ଆପଣଙ୍କୁ ଲିଙ୍କ ସମୟରେ ଏକଥା ଧ୍ୟାନ ଦେବାକୁ ପଡ଼ିବ ଯେ ଆଧାର ଏବଂ ପ୍ୟାନ୍ କାର୍ଡ଼ରେ ଆପଣଙ୍କ ବିଷୟରେ ଦିଆଯାଇଥିବା ସମସ୍ତ ସୂଚନା ସମାନ ରହିବ। ଖାସ୍ କରି ଯଦି ଜନ୍ମ ତାରିଖରେ ଅନ୍ତର ଥିବ ତେବେ ଆପଣଙ୍କୁ ଲିଙ୍କ କରିବାରେ ଅସୁବିଧା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.