Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କେବଳ ୫ମିନିଟ୍ ଯାଏଁ ଏହି ସ୍ଥାନକୁ ଚାପି ରଖନ୍ତୁ : କେବେ ହେବ ନାହିଁ ଯନ୍ତ୍ରଣା

25/09/2019 at 7:25 PM

ଆକ୍ୟୁପ୍ରେସର ହେଉଛି ଶରୀରର ବିଭିନ୍ନ ଅଙ୍ଗର କେତେକ ନିର୍ଦ୍ଦିଷ୍ଟ ବିନ୍ଦୁରେ ଚାପ ପ୍ରୟୋଗ କରି ରୋଗ ନିଦାନ କରିବା। ଚିକିତ୍ସାର ଅନ୍ୟାନ୍ୟ ପଦ୍ଧତି ଭଳି ଆକ୍ୟୁପ୍ରେସର ମଧ୍ୟ ଚିକିତ୍ସାର ଏକ ଉନ୍ନତ ଉପାୟ ହୋଇଥାଏ। ଏବେ ଭାରତରେ ମଧ୍ୟ ଏହି ଉପାୟ ଅବଲମ୍ବନ କରାଯାଉଛି। ଆକ୍ୟୁପ୍ରେସରର ‘ଆକ୍ୟୁ’ ଶବ୍ଦ ଚାଇନା ଭାଷାରୁ ଉତ୍ପତ୍ତିଲାଭ କରିଛି ଯାହାର ଅର୍ଥ ହେଉଛି ପଏଣ୍ଟ ବା ବିନ୍ଦୁ। ଯଦି ଶରୀରର କେତେକ ଖାସ୍ ବିନ୍ଦୁରେ ଛୁଞ୍ଚି ଦ୍ବାରା ପଙ୍କଚର କରି ରୋଗର ଚିକିତ୍ସା କରାଯାଏ ତେବେ ଏହାକୁ ଆକ୍ୟୁପଙ୍କଚର କୁହାଯାଇଥାଏ। ଯଦି ଏହି ବିନ୍ଦୁ ଉପରେ ହାତରେ କିମ୍ବା କୌଣସି ଇକ୍ୟୁପମେଣ୍ଟ ସାହାଯ୍ୟରେ ଚାପ ପ୍ରୟୋଗ କରାଯାଏ ତେବେ ଏହାକୁ ଆକ୍ୟୁପ୍ରେସର କୁହାଯାଇଥାଏ।

ଚିକିତ୍ସା ଶାସ୍ତ୍ର ଅନୁସାରେ ମନୁଷ୍ୟ ଶରୀରରେ ଗୋଡ଼ଠୁ ଆରମ୍ଭ କରି ମୁଣ୍ଡ ଯାଏଁ ପରସ୍ପର ସହିତ ଜଡ଼ିତ। ହଜାର ହଜାର ଶିରା,ରକ୍ତ ଧମନୀ,ମାଂସପେଶୀ,ସ୍ନାୟୁ ଏବଂ ହାଡ଼ ସହ ଅନ୍ୟ କେତେକ ଜିନିଷ ଏକାଠି ମିଳିତ ହୋଇ ଏହି ଯନ୍ତ୍ରକୁ ଚଲାଇଥାଏ। ଅର୍ଥାତ୍ କୌଣସି ଏକ ବିନ୍ଦୁ ଉପରେ ଚାପ ପ୍ରୟୋଗ କରିବା ଦ୍ବାରା ଏହା ସହ ଜଡ଼ିତ ପୂରା ଭାଗ ପ୍ରଭାବିତ ହୋଇଥାଏ।

ମନୁଷ୍ୟ ଶରୀର ଏକ ମେସିନ ଭଳି ହୋଇଥାଏ। ଏହା ଏକ ଶକ୍ତ ଭଣ୍ଡାର ହୋଇଥାଏ। ଏହି ଶକ୍ତିକୁ ମନୁଷ୍ୟ ନିଜର କାର୍ଯ୍ୟରେ ପ୍ରତିଦିନ ଉପଯୋଗ କରିଥାଏ। ବାରମ୍ବାର ଉପଯୋଗ କରିବା ଦ୍ବାରା ଶରୀରର ଶକ୍ତି ନଷ୍ଟ ହୋଇଥାଏ ଏବଂ ଶରୀରର ବାହାରକୁ ମଧ୍ୟ ବାହାରିଥାଏ। ଶରୀରର ଯେଉଁ ଶକ୍ତି ବାହାରକୁ ବାହାରିଥାଏ ତାହାକୁ ଲିକ୍ଜ କହନ୍ତି। ଏହି ଲିକ୍ଜ କାରଣରୁ ହିଁ ମନୁଷ୍ୟ ବେଳେବେଳେ  ରୋଗଗ୍ରସ୍ତ ହୋଇଥାଏ ଏବଂ ଧୀରେ ଧୀରେ ବୃଦ୍ଧାବସ୍ଥାକୁ ଅଗ୍ରସର ହୋଇଥାଏ।

ମନୁଷ୍ୟ ଶରୀରରେ ହଜାରରୁ ଦୁଇ ହଜାର ଏପରି ବିନ୍ଦୁ ଚିହ୍ନିତ କରାଯାଇଛି ଯାହାକୁ ଆକ୍ୟୁପଏଣ୍ଟ କୁହାଯାଇଥାଏ। ଯେଉଁ ସ୍ଥାନରେ ଚାପ ପ୍ରୟୋଗ କରିବା ଦ୍ବାରା ଯନ୍ତ୍ରଣା ହେବ ସେହି ସ୍ଥାନରେ ଚାପ ପ୍ରୟୋଗ ଦ୍ବାରା ସମ୍ବନ୍ଧିତ ବିନ୍ଦୁର ରୋଗ ଦୂର ହୋଇଥାଏ। ଏହି କଥା ଖୁବ୍ କମ୍ ଲୋକ ଜାଣିଥିବେ ଯେ ଆମ ଗୋଡ଼ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥାଏ।କେବଳ ଚାଲିବା ପାଇଁ ନୁହେଁ,ଏହା ଶରୀରର ଅନେକ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଅର୍ଥାତ୍ ଆପଣ ନିଜ ଗୋଡ଼ର ଭଲ ଭାବେ ଯତ୍ନ ନେଇ ପିଠି, ଅଣ୍ଟା ଏବଂ ଆଣ୍ଠୁ ଯନ୍ତ୍ରଣାରୁ ଉପଶମ ପାଇ ପାରିବେ।

ଏଥିପାଇଁ ଶରୀରର କେତେକ ବିନ୍ଦୁ ଉପରେ ଚାପ ପ୍ରୟୋଗ କରି ଆପଣ ମାନସିକ ଅବସାଦ ଦୂର କରି ପାରିବେ। କିନ୍ତୁ ଏଥିପାଇଁ କୌଣସି ବିଶେଷଜ୍ଞଙ୍କ ଆବଶ୍ୟକତା ନାହିଁ। ଆମେ ଆପଣଙ୍କୁ ଏପରି ଏକ ସହଜ ଉପାୟ କହିବୁ,ଯାହା ଦ୍ବାରା ଆପଣ ଅତ୍ୟନ୍ତ ସହଜରେ ଗୋଡ଼ର ବ୍ୟାୟାମ କରି ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ।  କିଛି ଲୋକ ଏହି କଥାକୁ ବିଶ୍ବାସ କରୁ ନାହାନ୍ତି।

କିନ୍ତୁ ଏହି ଥେରାପି ପଛରେ ବିଜ୍ଞାନ ରହିଛି। ଶରୀରରେ ଶିରା ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବ ଯାଏଁ ଯୋଡ଼ି ହୋଇଥାଏ। ଏହାଦ୍ବାରା ଭିନ୍ନ ଭିନ୍ନ ଅଙ୍ଗସହ କନେକ୍ସନ ଥାଏ। ଆକ୍ୟୁ ପ୍ରେସରରେ ଏହାର ବ୍ୟବହାର କରି ସ୍ଥାନେ ସ୍ଥାନେ ହେଉଥିବା ଯନ୍ତ୍ରଣାକୁ କମ୍ କରାଯାଇପାରିବ।

   Related Posts