Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଟିକା ନାହିଁ ତ ଦରମା ନାହିଁ ! କରୋନା ଭ୍ୟାକସିନ୍‌ ନେବାକୁ ଚାହୁଁନଥିବା କର୍ମଚାରୀ ହୋଇଯାଆନ୍ତୁ ସାବଧାନ

3/07/2021 at 5:54 PM

ନୂଆଦିଲ୍ଲୀ ୩/୦୭: ଧାଡ଼ିରେ ଛିଡ଼ା ହୋଇ ଲୋକେ କରୋନା ଟିକା ନେଉଛନ୍ତି। ଦେଶରେ ଟିକାକରଣ ଜୋରଦାର ଚାଲିଥିବା ବେଳେ ଲୋକଙ୍କ ମନରେ ଆଗ୍ରହ ମଧ୍ୟ ପ୍ରକାଶ ପାଉଛି। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଟିକା ନେବାକୁ ବିଲକୁଲ୍‌ ଇଚ୍ଛା କରୁନାହାନ୍ତି। ଟିକା ନନେଲେ ଏବେ ଏହାର ପରିଣାମ ଭୋଗିବାକୁ ପଡ଼ିବ। ବିଶେଷ କରି ବେସରକାରୀ କମ୍ପାନୀରେ ଚାକିରୀ କରୁଥିବା କର୍ମଚାରୀ ଅସୁବିଧାରେ ପଡ଼ିବାକୁ ଯାଉଛନ୍ତି।

କୋଟି କୋଟି ଲୋକଙ୍କୁ ଟିକା ଲାଗିଥିବା ବେଳେ କିଛି କମ୍ପାନୀ ଟିକା ନେଇଥିବା ନିଜର କର୍ମଚାରୀଙ୍କୁ ଅଫିସ୍‌ ଡାକୁଛି। ଏହାକୁ ନଜରରେ ରଖି କିଛି କର୍ମଚାରୀ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସେପଟେ ଆଗାମୀ ୪ ମାସ ମଧ୍ୟରେ କମ୍ପାନୀଗୁଡ଼ିକ ନିଜର କର୍ମଚାରୀଙ୍କୁ ଅଫିସ୍‌କୁ ଡାକିବାକୁ ଯୋଜନା କରୁଥିବା କୁହାଯାଉଛି। ଏମିତି ହେଲେ ଟିକା ନେଇନଥିବା କର୍ମଚାରୀଙ୍କ ଦରମା ଉପରେ ପ୍ରଭାବ ପଡ଼ିପାରେ।

କାରଣ କମ୍ପାନୀଗୁଡ଼ିକ କର୍ମଚାରୀଙ୍କ ଦରମା ସହ ଭ୍ୟାକସିନ୍‌କୁ କନେକ୍ଟ କରିଛନ୍ତି। କେବଳ ଦରମା କଟିବ ତାହା ନୁହେଁ ପଦୋନ୍ନତି ମଧ୍ୟ ମିଳିନପାରେ। ଏବେ ସୁଦ୍ଧା ଦେଶରେ ୪.୨ କୋଟି ଲୋକ କରୋନା ଟିକାର ଦୁଇ ଡୋଜ୍‌ ନେଇଥିବା ବେଳେ ୩୨.୭ କୋଟି ଲୋକ ପ୍ରଥମ ଡୋଜ୍‌ ନେଇସାରିଛନ୍ତି। ଆଗାମୀ ୪ ମାସ ମଧ୍ୟମରେ କମ୍ପାନୀଗୁଡ଼ିକ ଖୋଲିବାକୁ ଥିବା ବେଳେ ଟିକାକରଣ ସହ ନିଜ କର୍ମଚାରୀଙ୍କ ଦରମା, ଇନସେଣ୍ଟିଭ୍‌, ଇନକ୍ରିମେଣ୍ଟ, କମିଶନ ଆଦି ସଂଯୋଗ କରିଛନ୍ତି ।

ଏହାର ଅର୍ଥ ଟିକା ନେଇନଥିବା କର୍ମଚାରୀ ଅସୁବିଧାରେ ସମ୍ମୁଖୀନ ହେବା ସୁନିଶ୍ଚିତ। ମିଳିଥିବା ସୂଚନା ଅନୁସାରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କ ଦରମାର ୫ ପ୍ରତିଶତ ଟଙ୍କା ଉପରେ ରୋକ ଲଗାଇଦେଇଛନ୍ତି। ଟିକା ନେବା ପରେ କର୍ମଚାରୀଙ୍କୁ ଏହି ଦରମା ଫେରସ୍ତ ମିଳିବ ବୋଲି କମ୍ପାନୀ ପକ୍ଷରୁ ସଫା ସଫା ଶୁଣାଇ ଦିଆଯାଇଛି।   

   Related Posts