Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଫୋନ ଗପିବେ, ମଦ ପିଇବେ ,ଶାରୀରିକ ସଂପର୍କ ରଖିବେ…ତା ପରେ ଆଉ କଣ କଣ କରିବେ ସେହି ସେହିଝିଅମାନେ ଜାଣନ୍ତୁ …

30/12/2018 at 8:42 PM

ନୋଏଡ଼ା ୩୦/୧୨-କିଏ ନ ଚାହେଁ ଜଣେ ସୁନ୍ଦରୀ ଝିଅ ସହ କଥା ହେବା, ଚାଟିଂ କରିବା, କି ବିଭିନ୍ନ ଜାଗାବୁଲି ମସ୍ତିକରିବା । ହେଲେ ଚାହିଁବାକୁ ମିଳିଲେ ତ ? ସେଥିପାଇଁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ଆପଣ ବି ଚାହିଁଲେ ନେପାରିବେ ଏହାର ଫାଇଦା । କେମିତି ନେବେ ଫାଇଦା ଓ ଏହି ଫାଇଦା ବଦଳରେ ଆପଣଙ୍କୁ କଣ ଦେବାକୁ ପଡ଼ିବ ଆସନ୍ତୁ ଜାଣିବା । କିନ୍ତୁ ପ୍ରଥମରୁ କହିରଖୁଛୁ ଏହିଭଳି ଅଭ୍ୟାସ ଜମା ଭଲ ନୁହଁ ।

ଦିଲ୍ଲୀର ନୋଏଡ଼ାରେ ଚାଲିଛି ଏହିପରି କାରବାର । ଆପଣଙ୍କ ମୋବାଇଲକୁ ଆସିବ ଫୋନ । କେହି ଜଣେ ଝିଅ ଆପଣକୁ ଫୋନକରି ବନ୍ଧୁତା କରିବା କଥା କହିବ । ଯଦି ଆପଣ ସେହି ଝିଅଙ୍କର ବନ୍ଧୁ ପାଲଟିଗଲେ, ତାହେଲେ ଆଉ କିଛି ଅସୁବିଧା ହେବାର ନାହିଁ । ତା ପରେ ଗୋଟିଏ ପରେ ଗୋଟିଏ ମିଳିଯିବ ସବୁ ସୁବିଧା । ସାଙ୍ଗହୋଇ ଡ଼୍ରିଙ୍କସ କରିବା, ସେକ୍ସ କରିବା ଠାରୁ ଆହୁରି ଅନେକ ।

ହେଲେ ଏହି ଘଟଣା ପଛରେ ଅଛି ବିପଦ, ଥାଆନ୍ତୁ ସତର୍କ ।

ସେମିତି ଜଣେ ଠିକାଦାରଙ୍କ ପାଖକୁ ଡ଼ିସେମ୍ବର ୨୭ତାରିଖରେ ଆସିଥିଲା ଫୋନ ।, ଡ଼ିସେମ୍ବର ୨୭ ତାରିଖରେ ଦେଖାକରିବାକୁ ଫୋନକରି ଯୁବତୀ ଜଣକ କହିଥିଲା । ଠିକାଦାରଙ୍କୁ ମଧ୍ୟ ଫୋନରେ ମାମୁରାସ୍ଥିତ ବାର୍ ରେ ଦେଖାହେବାକଥା ଯୁବତୀ କହିଥିଲେ ।

ଠିକାଦାର ଓ ଦୁଇଜଣ ଯୁବତୀ ସେହିବାର ପାଖରେ ଦେଖାସାକ୍ଷାତ ହୋଇଥିଲେ । ତା ପରେ ସେମାନେ ପ୍ରଚୁର ମଦ ପିଇଥିଲେ। ଯୁବତୀ ଦୁଇଜଣ ଠିକାଦାରଙ୍କୁ ଶାରିରୀକ ସମ୍ପର୍କ ପାଇଁ ବାଧ୍ୟ କରିଥିଲେ । ଠିକାଦାର ମନାକରିବାରୁ ସେମାନଙ୍କୁ ଭୟ ଦେଖାଇଥିଲେ । ପୋଲିସ ଡ଼ାକି ନିର୍ଯ୍ୟାତନା ଦେଉଥିବା କଥା ମିଛରେ କହି ଫସାଇଦେବେ । ଏହି ଧମକଶୁଣି ଠିକାଦାର ରାଜି ହୋଇଯାଇଥିଲା । ତା ପରେ ସେମାନେ ଠିକାଦାରଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଏହି ସମୟରେ ଯୁବତୀ ତା ରାକେଟରେ ଥିବା ସାଥୀମାନଙ୍କୁ ଗୋପନରେ ଡ଼ାକିଦେଇଥିଲା । ସେମାନେ କ୍ରାଇମବ୍ରାଂଚର ଅଧିକାରୀ କହି ସେମାନଙ୍କର ଭିଡ଼ିଓ ସୁଟିଂ କରିଥିଲେ ।

ତା ପରେ ସେହି ଭିଡ଼ିଓକୁ ଦେଖାଇ ଆରମ୍ଭ କରିଦେଇଥିଲେ ବ୍ଲାକମେଲିଂ । ତାଙ୍କୁ ୨୦ ହଜାର ଟଂକା ମାଗିଥିଲେ । ଯୁବକ ମନାକରିବାରୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଦେବା କଥା କହିଥିଲେ । ଯୁବକ ବାଧ୍ୟ ହୋଇ ନିଜ ପାଖରେଥିବା ୧୪ ହଜାର ଟଂକା ଦେଇଥିଲେ । କିନ୍ତୁ ସେହି ଝିଅମାନେ ଛାଡ଼ି ନ ଥିଲେ ।

ଏହି ସମୟରେ ଅଚାନକ ପୋଲିସ ଆସିଯାଇଥିଲା । ଯୁବକ ଜଣକ ପୋଲିସକୁ ସବୁକଥା କହିବା ପରେ ୩ଜଣ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ସେହି ରାକେଟର ଅନ୍ୟମାନଙ୍କୁ ପୋଲିସ ଖୋଜୁଛି ।

   Related Posts