ଚେକ୍ ରେ ନେଣଦେଣ କରୁଥିଲେ ଏବେଠାରୁ ହୋଇ ଯାଆନ୍ତୁ ସତର୍କ, ଖାଲି ହୋଇଯାଇପାରେ ଖାତା

Published By : Prameya-News7 Bureau | July 31, 2019 IST

କ୍ଲୋନ ଚେକ୍ ଠକ ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛନ୍ତି। ଏଣୁ ଚେକ୍ ରେ ନେଣ ଦେଣ କରୁଥିବା ବ୍ୟାଙ୍କ ଗ୍ରାହକମାନେ ଏବେଠାରୁ ସତର୍କ ହୋଇ ଯାଆନ୍ତୁ। ନିକଟରେ ଉତ୍ତର-ପୂର୍ବ ରେଳବାଇରେ କାର୍ଯ୍ୟରତ ଜନୈକ ରେଳ କର୍ମଚାରୀଙ୍କ ଖାତାରୁ ୧୧.୯୦ ଲକ୍ଷ ଟଙ୍କା କାଟିବା ଲାଗି ଚେକ୍ ଜମା ହୋଇଥିବା ନେଇ ବ୍ୟାଙ୍କରୁ ମୋବାଇଲ ମ୍ୟାସେଜ୍ ଆସିଥିଲା। ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ଏଥିରେ ପରାମର୍ଶ ଦିଆଯାଇଥିଲା। ଏଥିରେ କର୍ମଚାରୀ ଜଣକ ହଡବଡେଇ ଯାଇ ବ୍ୟାଙ୍କ ସହ ଯୋଗାଯୋଗ କରିବା ବେଳେ ତାହା ବୈଷୟିକ ତ୍ରୁଟି ଯୋଗୁ ହୋଇଥିବା ବ୍ୟାଙ୍କ ମ୍ୟାନେଜର ସଫେଇ ଦେଇଥିଲେ।

{"id":139477,"width":575,"height":431}

ତେବେ ହୁଏତ ଏହି ଘଟଣାଟି ବୈଷୟିକ ତ୍ରୁଟି ଯୋଗୁ ହୋଇଥାଇପାରେ ହେଲେ ସିଦ୍ଧି ବିନାୟକ ମନ୍ଦିର ଟ୍ରଷ୍ଟପ ୫.୫୩ ଲକ୍ଷ ଟଙ୍କା ଚୁନ ଲଗେଇବାକୁ ଠକଙ୍କ ଉଦ୍ୟମକୁ ଅଣଦେଖା କରାଯାଇ ନପାରେ। ବ୍ୟାଙ୍କ ଅଧିକାରୀମାନଙ୍କ ସତର୍କତା ଯୋଗୁ ଶେଷ ପର୍ଯ୍ୟାୟରେ ଚେକର ପୈଠକୁ ରୋକି ଦିଆଯାଇ ପାରିଥିଲା। ମାମଲାର ତଦନ୍ତ ପରେ ପୋଲିସ ଏଭଳି କ୍ଲୋନ ଚେକ୍ ଜରିଆରେ ଠକେଇ ଅଭିଯୋଗରେ ପଞ୍ଜାବରୁ ଠକଙ୍କୁ ଗିରଫ କରିଛନ୍ତି। ଏଭଳି ଠକେଇ କରୁଥିବା ଠକମାନେ କଲ ସେଣ୍ଟରରୁ ଆକାଉଣ୍ଟର ସୂଚନା ସଂଗ୍ରହ କରି କ୍ଲୋନ ଚେକ୍ ତିଆରି ଦେଉଥିବା ଜଣାପଡିଛି।

{"id":139478}

ଏଣୁ ଗ୍ରାହକ ନିଜ ବ୍ୟାଙ୍କର ମ୍ୟେସେଜ ବ୍ୟବସ୍ଥାକୁ ଆକ୍ଟିଭ ରଖିବା ସହ ଚେକ୍ ରେ ଦେଉଥିବା ଅର୍ଥର ହିସାବ ରଖନ୍ତୁ। କେବଳ ଏତିକି ସତର୍କତା ଯଥେଷ୍ଟ ନୁହେଁ ଖାଲି ଚେକ୍ ବୁକ୍ କୁ ଏଣେତେଣ ଅଯତ୍ନ ଭାବେ ଛାଡି ଯାଆନ୍ତୁନି। ଘରେ ଓ ଅଫିସରେ ଚେକ୍ ବୁକ୍ କୁ  ସୁରକ୍ଷିତ ରଖନ୍ତୁ। ଯଦି କାହାକୁ ଚେକ୍ ଦେବାଟା ଠିକ୍ ଭାବୁ ନାହାନ୍ତି ତେବେ ତାଙ୍କୁ ନଗଦ ପୈଠ କରନ୍ତୁ ସନ୍ଦିଗ୍ଧ ଲୋକଙ୍କୁ ଅଥବା ଜାଣି ନଥିବା ଲୋକଙ୍କୁ ଆଦୌ ଚେକ୍ ଜରିଆରେ ପୈଠ କରନ୍ତୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.