ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚରେ ବର୍ଷା ହେଲେ କ’ଣ ହେବ ଜାଣନ୍ତୁ

Published By : Prameya-News7 Bureau | July 06, 2019 IST

ଲଣ୍ଡନ ୬/୭: ଆଜି ଯଦି ବର୍ଷା କାରଣରୁ ମ୍ୟାଚ୍ ରଦ୍ଦ ହୁଏ ତେବେ ଏହି ଟିମ୍ ବିଶ୍ବକପରୁ ବାଦ୍ ପଡ଼ିବ। ବିଶ୍ବ କପରେ ଏବେ ଯାଏଁ ଅଷ୍ଟ୍ରେଲିଆ ଟିମ୍ ଏବଂ ଭାରତୀୟ ଟିମ୍ ସେମିଫାଇନାଲର ଟିକେଟ ପକ୍କା କରିସାରିଛି। ୨୦୧୯ବିଶ୍ବ କପରେ ଏବେ ଯାଏଁ ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରି ଆସିଛି। ଏବେ ଯାଏଁ ୮ଟି ମୁକାବିଲାରେ ୬ଟି ଜିତିବା ସହ ୧୩ଅଙ୍କ ସହ ସେମିଫାଇନାଲରେ ପହଞ୍ଚିସାରିଛି। ଏବେ ଭାରତୀୟ ଟିମର ଆଗାମୀ ମୁକାବିଲା ଶ୍ରୀଲଙ୍କା ସହ ଆଜି ହେବ। ଏହି ମୁକାବିଲା ଶ୍ରୀଲଙ୍କା ଟିମ୍ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିବ।

{"id":130975}

ଯଦି ଆଜି ଭାରତ ଏବଂ ଶ୍ରୀଲଙ୍କା ମ୍ୟାଚ ବେଳେ ବର୍ଷା ହୁଏ ତେବେ ଭାରତ ଏବଂ ଶ୍ରୀଲଙ୍କା ଟିମକୁ ଗୋଟିଏ ଗୋଟିଏ ଅଙ୍କ ଦିଆଯିବ। ଏହା ପରେ ଭାରତୀୟ ଟିମ୍ ୯ଟି ମୁକାବିଲାରେ ୬ଟି ବିଜୟ ଏବଂ ୨ରନ୍ ସହ ୧୪ଅଙ୍କ ସହ ଦ୍ବିତୀୟ ସ୍ଥାନରେ ରହିବ।

{"id":130976,"width":573,"height":323}

କିନ୍ତୁ ଶ୍ରୀଲଙ୍କା ଟିମ୍ ୮ଟି ମ୍ୟାଚରେ ୩ଟି ବିଜୟ ସହ ମାତ୍ର ୮ଅଙ୍କ ସହ ୨୦୧୯ବିଶ୍ବ କପର ସେମିଫାଇନାଲ ଟିମରୁ ବାହାରି ଯିବ। କାରଣ ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି ସୃଷ୍ଟି କରିପାରେ। ଯଦି ଏହି ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହୋଇଯାଏ ତେବେ ଶ୍ରୀଲଙ୍କା ଟିମକୁ ୨୦୧୯ବିଶ୍ବ କପରୁ ବାଦ୍ ଦିଆଯିବ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.