ଯଦି ଆପଣଙ୍କ ସ୍ବାମୀଙ୍କ ହାତରେ ରହିଛି ଏହି ଚିହ୍ନ ତେବେ ସତର୍କ ହୁଅନ୍ତୁ, ଥାଇପାରେ ପରକୀୟା ସମ୍ପର୍କ

Published By : Prameya-News7 Bureau | April 15, 2019 IST

କୁହାଯାଏ ହାତରେ ରହିଥିବା ଛୋଟ ଚିହ୍ନର ମଧ୍ୟ ଅତ୍ୟନ୍ତ ମହତ୍ତ୍ବ ରହିଥାଏ। ହାତରେ ଥିବା ତାରା କିମ୍ବା ନକ୍ଷତ୍ର ଚିହ୍ନ ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି କହିଥାଏ। ଆଜି ଆମେ ହାତର କେତେକ ଚିହ୍ନ ବିଷୟରେ ଜାଣିବା

୧.କୁହାଯାଏ ତର୍ଜନୀ ଆଙ୍ଗୁଳି ତଳେ ଗୁରୁ ପର୍ବତ ହୋଇଥାଏ ଏବଂ ଯଦି ଗୁରୁ ପର୍ବତରେ ତାରା ଥାଏ ତେବେ ବ୍ୟକ୍ତିଙ୍କୁ ସଫଳତା ମିଳିଥାଏ।

୨.କୁହାଯାଏ ମଧ୍ୟମା ଆଙ୍ଗୁଳି ତଳେ ଶନି ପର୍ବତ ହୋଇଥାଏ ଏବଂ ଯଦି ଶନି ପର୍ବତରେ ତାରା ହୋଇଥାଏ ତେବେ ଏହି ବ୍ୟକ୍ତି କମ ବୟସରେ ଭାଗ୍ୟବାନ ହୋଇଥାଏ।

୩. କୁହାଯାଏ ଅନାମିକା ଆଙ୍ଗୁଳି ତଳେ ଥିବା ସୂର୍ଯ୍ୟ ପର୍ବତରେ ହୋଇଥିବା ତାରା କିମ୍ବା ନକ୍ଷତ୍ର ଚିହ୍ନ ଥିଲେ ବ୍ୟକ୍ତି ଅପାର ଧନ ସମ୍ପତ୍ତିର ମାଲିକ ହୋଇଥାଏ।

୪.କାଣି ଆଙ୍ଗୁଳି ତଳେ ଥିବା ବୁଧ ପର୍ବତରେ ଯଦି ତାରା ହୋଇଥାଏ,ତେବେ ବ୍ୟକ୍ତି ସଫଳ ବ୍ୟବସାୟୀ ହୋଇଥାଏ।

୫.କୁହାଯାଏବୃ ଦ୍ଧାଙ୍ଗୁଳିର ତଳ ଭାଗ ଶୁକ୍ର ପର୍ବତ ହୋଇଥାଏ ଏବଂ ଶୁକ୍ର ପର୍ବତରେ ତାରା ଥିଲେ ଏହା ବ୍ୟକ୍ତିଙ୍କୁ ଭୋଗୀ କରି ଦେଇଥାଏ ଏବଂ ଏପରି ବ୍ୟକ୍ତିଙ୍କୁ ସୁସ୍ଥ ଏବଂ ସୁନ୍ଦରୀ ପତ୍ନୀ ମିଳିଥାଏ ଏବଂ ଏପରି ବ୍ୟକ୍ତିଙ୍କ ଅନେକ ସ୍ତ୍ରୀଙ୍କ ସହ ସମ୍ବନ୍ଧ ରହିଥାଏ।

୬.କୁହାଯାଏ ଯଦି ସ୍ବାସ୍ଥ୍ୟ ରେଖାରେ ତାରା ଚିହ୍ନ ଥାଏ ତେବେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସବୁବେଳେ ଦୁର୍ବଳ ହୋଇଥାଏ ସେ ସବୁବେଳେ ରୋଗଗ୍ରସ୍ତ ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.