Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମାନସିକ ରୋଗ ଶିକାର ହୋଇ ପାରନ୍ତି ଟିମ୍ ଇଣ୍ଡିଆର ଖେଳାଳି, ବିସିସିଆଇକୁ ମିଳିଲା ଚେତାବନୀ !

29/01/2021 at 11:00 PM

ନୂଆଦିଲ୍ଲୀ ୨୯।୦୧: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ମାନସିକ ବିଭାଗର ମେଣ୍ଟର ପ୍ୟାଡି ଅପଟନ ବିସ୍ତୃତ ଅଧ୍ୟୟନ କରି କହିଛନ୍ତି ଦୀର୍ଘ ଦିନ ପର୍ଯ୍ୟନ୍ତ ଜୈବ ନିରାପତ୍ତା ବଳୟରେ ରହିବା କାରଣରୁ ଖେଳାଳି ମାନସିକ ରୋଗର ଶିକାର  ହୋଇ ପାରନ୍ତି। ତେଣୁ ଖେଳାଳିଙ୍କୁ ଏମିତି ସ୍ଥିତିରୁ ବଞ୍ଚାଇବା ପାଇଁ ସେ ବିସିସିଆଇ ସହିତ ବିଶ୍ଵର କ୍ରିକେଟ୍ ସଂଘଗୁଡିକୁ  ଅପିଲ୍ କରିଛନ୍ତି। କୋଭିଡ୍-୧୯ ମହାମାରୀ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହେବା ପରଠୁ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ଜୈବ ନିରାପତ୍ତା ବଳୟରେ ରହିବାକୁ ପଡୁଛି। ଏହା କ୍ରିକେଟ୍‌ ଖେଳାଳି, ଫୁଟବଲ୍ ଏବଂ ଟେନିସ ଖେଳାଳିଙ୍କ ମାନସିକ ସ୍ଵାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡୁଛି। ଅପଟନ କହିଛନ୍ତି, ବୃହତ କ୍ରୀଡା ସଂଗଠନ ଏହି ସମସ୍ୟାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପ୍ରୟାସ କରୁ ନାହାନ୍ତି।

ମାନସିକ ବିଭାଗର ମେଣ୍ଟର ପ୍ୟାଡି ଅପଟନ କହିଛନ୍ତି, ସମସ୍ତ ଖେଳାଳିଙ୍କ ପାଇଁ ଏହା ସମସ୍ୟା ଚ୍ୟାଲେଞ୍ଜ। କାରଣ ଆମେ ଅଲଗା ଅଲଗା ଖେଳାଳିଙ୍କ ଫିଡବ୍ୟାକ୍ ନେବା ପାଇଁ ପର୍ଯ୍ୟାପ୍ତ ଗବେଷଣା କରାଯାଇ ନାହିଁ। ଏଥିପାଇଁ ଚିକିତ୍ସା କ୍ଷେତ୍ର ସହ ଜଡିତ ବିଶେଷଜ୍ଞ କହିଛନ୍ତି, ଯେ ପର୍ଯ୍ୟନ୍ତ ଆମେ ପରୀକ୍ଷଣ କରି ନାହାନ୍ତି ସେ ପର୍ଯ୍ୟନ୍ତ କୌଣସି ଔଷଧକୁ ମଞ୍ଜୁରୀ ଦିଆଯାଇ ପାରିବ ନାହିଁ।

ଅପଟନ କହିଛନ୍ତି, ବିଶ୍ଵରେ ଅନେକ ଜୈବ ନିରାପତ୍ତା ବଳୟ ତିଆରି ହୋଇ ସାରିଛି। ହେଲେ ଏହି ପ୍ରସଙ୍ଗରେ ଆଇସିସି, ବ୍ୟାଡମିଣ୍ଟନ ଓ ଫୁଟବଲ୍‌ର ସଂଘର ପଦାଧିକାରୀ ଖେଳାଳିଙ୍କ ଉପରେ ଏହାର ପଡିବାକୁ ଥିବା ପ୍ରଭାବ ବିଷୟରେ ଖେଳାଳିଙ୍କ ପ୍ରତିକ୍ରିୟା ପାଇଁ ବ୍ୟାପକ ବ୍ୟବସ୍ଥା କି ଅଧ୍ୟୟନ କରାଯାଇ ନାହିଁ। ଆମେ ଏ ପର୍ଯ୍ୟନ୍ତ ଏହାର କୁପ୍ରଭାବ ଦେଖି ନାହୁଁ ହେଲେ ଏହାର ସମ୍ଭାବନା ଅଧିକ ରହିଛି ଯେ ଖେଳାଳି ମାନସିକ ରୋଗର ସାମ୍ନା କରି ପାରନ୍ତି।

   Related Posts