ଏହି ସବୁ ଜିନିଷ ହାତରୁ ପଡ଼ିଲେ ହୋଇଥାଏ ଅଶୁଭ : ଜାଣନ୍ତୁ କାହିଁକି

Published By : Prameya-News7 Bureau | December 30, 2018 IST

ଅଧିକାଂଶ ସମୟ ଆମ ହାତରୁ କିଛି ଜିନିଷ ପଡ଼ିଯାଇଥାଏ। କିନ୍ତୁ ଏପରି କେତେକ ଜିନିଷ ରହିଛି ଯାହା ପଡ଼ିବା ଅଶୁଭ ସଙ୍କେତ ବୋଲି ଧରାଯାଇଥାଏ। ବାସ୍ତୁଶାସ୍ତ୍ରରେ କେଉଁ କେଉଁ ଜିନିଷ ତଳେ ପଡ଼ିଲେ ଅଶୁଭ ହୋଇଥାଏ ଏବଂ ଭବିଷ୍ୟତରେ ଆମ ପାଇଁ କଣ ଅସୁବିଧା ଏବଂ ବିପଦ ସୃଷ୍ଟି କରିଥାଏ ଆସନ୍ତୁ ଜାଣିବା

wp:gallery {"ids":[68755]} /wp:gallery

ଶାସ୍ତ୍ର ଅନୁସାରେ ଯେପରି କ୍ଷୀର ଫୁଟିବା ସମୟରେ ଉତୁରି ପଡ଼ିଯିବା ଠିକ୍ ହୋଇନଥାଏ ସେହିପରି ଯଦି ଆମ ହାତରୁ କ୍ଷୀର ପଡ଼ିଯାଏ ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ। ବିଶ୍ବାସ ରହିଛି ଯେ ଯଦି ଆମ ହାତରୁ କ୍ଷୀର ପଡ଼ିଯାଇଥାଏ ତେବେ ଭବିଷ୍ୟତରେ ପରିବାର ସଦସ୍ୟଙ୍କ ମଧ୍ୟରେ ମାନସିକ ଅଶାନ୍ତି ଦେଖାଦେଇଥାଏ । ଏହା ସହିତ ଆର୍ଥିକ ସଙ୍କଟର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଥାଏ।

wp:gallery {"ids":[68756]} /wp:gallery

ସେହିପରି ହାତରୁ ଲୁଣ ପଡ଼ିଗଲେ ମଧ୍ୟ ଆର୍ଥିକ ସଙ୍କଟର ସଙ୍କେତ କୁହାଯାଇଥାଏ। ଯଦି ଆପଣଙ୍କ ହାତରୁ କେବେ ଲୁଣ ପଡ଼ିଯାଏ ତେବେ ଆପଣ ବୁଝିଯିବେ ଯେ ଆପଣଙ୍କୁ ମଧ୍ୟ ନିକଟ ଭବିଷ୍ୟତରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ।

wp:gallery {"ids":[68757]} /wp:gallery

ଗୋଲମରିଚ ହାତରୁ ପଡ଼ିଲେ ମଧ୍ୟ ଏହା ଏକ ଅଶୁଭ ସଙ୍କେତ ବୋଲି ଧରାଯାଇଥାଏ। କୁହାଯାଏ ଯେ ଏହା ହାତରୁ ପଡ଼ିଲେ କାହା ସହ ସମ୍ପର୍କ ଖରାପ ହୋଇଥାଏ କିମ୍ବା ଆପଣ କାହା ସହ ଝଗଡ଼ା କରି ପାରନ୍ତି।

wp:gallery {"ids":[68758]} /wp:gallery

ଏହା ବ୍ୟତୀତ ଯଦି କାହା ହାତରୁ ଅନ୍ନ ଅର୍ଥାତ୍ ଚାଉଳ,ଗହମ ଆଦି ଦାନା ପଡ଼ିଯାଇଥାଏ ତେବେ ଏହାକୁ ମାଆ ଅନ୍ନପୂର୍ଣ୍ଣାଙ୍କ ଅପମାନ ହେବା ବୋଲି କୁହାଯାଇଥାଏ । ଏହା ଦ୍ବାରା ନିକଟ ଭବିଷ୍ୟତରେ ଆର୍ଥିକ ସଙ୍କଟ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.