ଆପଣଙ୍କ ମଣିବନ୍ଧରେ ରହିଛି କି ଏପରି ଚିହ୍ନ : ତେବେ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ

Published By : Prameya-News7 Bureau | June 16, 2019 IST

ଶାସ୍ତ୍ର ଅନୁସାରେ ମନୁଷ୍ୟର ହସ୍ତରେଖାରେ ତାଙ୍କର ଭବିଷ୍ୟତ ଲେଖା ହୋଇଥାଏ। ହସ୍ତରେଖାକୁ ଦେଖି ମନୁଷ୍ୟର ବର୍ତ୍ତମାନ ତଥା ଭବିଷ୍ୟତ ସହ ଜଡ଼ିତ ମହତ୍ତ୍ବପୂର୍ଣ୍ଣ କଥା ବିଷୟରେ ଜଣା ପଡ଼ିପାରିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେବଳ ହାତରେ ଦେଖାଯାଇଥିବା ରେଖା ନୁହେଁ,ମସ୍ତକରେ ଦେଖାଯାଇଥବା ରେଖା ଏବଂ ଶରୀରରେ ଦେଖାଯାଉଥିବା କେତେକ ଚିହ୍ନ ମନୁଷ୍ୟର ଜୀବନ ସହ ଜଡ଼ିତ ମହତ୍ତ୍ବପୂର୍ଣ୍ଣ କଥା ବିଷୟରେ କହିଥାଏ।
ବୋଧହୁଏ ଏଥିପାଇଁ ଜ୍ୟୋତିଷ ଆମ ଶରୀରରେ ଦେଖାଯାଉଥିବା ଏହି ଚିହ୍ନଗୁଡ଼ିକୁ ଦେଖି ଆମ ଭୂତ,ଭବିଷ୍ୟତ ଏବଂ ବର୍ତ୍ତମାନ ସହ ଜଡ଼ିତ କଥାଗୁଡ଼ିକ ବିଷୟରେ କହି ଦେଇଥାଆନ୍ତି। ଯାହା ଶୁଣିବା ପରେ ଆମେ ବେଳେବେଳେ ଆଚମ୍ବିତ ହୋଇଯାଇଥାଉ।
ଜ୍ୟୋତିଷଙ୍କ ଏହା ବହୁତ ସହଜ ହୋଇଥାଏ ଯେ ସେମାନେ ଆପଣଙ୍କ ହାତର ରେଖାକୁ ଦେଖି ଆପଣଙ୍କ ଜୀବନର ସନ୍ଦର୍ଭରେ ମହତ୍ତ୍ବପୂର୍ଣ୍ଣ କଥା କହିଥାଆନ୍ତି। ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ହାତ ପାପୁଲିରେ ଥିବା ଏହି ରେଖା ମନୁଷ୍ୟ ଜୀବନ ସହ ଜଡ଼ିତ କେତେକ ରହସ୍ୟ ଖୋଲିଥାଏ। ଏହି ରେଖାକୁ ମଣିବନ୍ଧ ରେଖା କୁହାଯାଇଥାଏ।
ଯଦି ଆପଣ ଧ୍ୟାନ ଦେଇ ଦେଖିବେ ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ମଣିବନ୍ଧରେ କିଛି ରେଖା ଦେଖାଯାଇଥାଏ। ଏହି ମଣିବନ୍ଧ ରେଖା ବ୍ୟକ୍ତିଙ୍କ ବୟସ ବିଷୟରେ କହିଥାଏ। ଯଦି ଆପଣ ଭଲଭାବେ ଏହାକୁ ଦେଖିବେ ତେବେ ଏହାର ସ୍ଥିତି ଭିନ୍ନ ଭିନ୍ନ ଭାବେ ହୋଇଥାଏ। ଏହି ରେଖାଗୁଡ଼ିକର ସଂଖ୍ୟା ଅତି ବେଶୀରେ ୪ଟି ହୋଇଥାଏ ଏବଂ ଅତି କମରେ ଗୋଟିଏ ହୋଇଥାଏ।
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ମଣିବନ୍ଧରେ ଏହି ରେଖାର ସଂଖ୍ୟା ୪ ହୋଇଥାଏ,ଏପରି ବ୍ୟକ୍ତିମାନେ ଶତାୟୁ ହୋଇଥାଆନ୍ତି ଅର୍ଥାତ୍ ଏମାନେ ଦୀର୍ଘଜୀବୀ ହୋଇଥାଆନ୍ତି। ଯେଉଁ ବ୍ୟକ୍ତିଙ୍କ ଏହି ରେଖା ୩ଟି ହୋଇଥାଏ,ଏପରି ବ୍ୟକ୍ତି ୭୦ରୁ ୭୫ବର୍ଷ ବଞ୍ଚିଥାଆନ୍ତି। ଯେଉଁ ବ୍ୟକ୍ତିଙ୍କ ମଣିବନ୍ଧରେ ୨ଟି ରେଖା ରହିଥାଏ,ସେହି ବ୍ୟକ୍ତିମାନେ ପାଖାପାଖି ୫୦ରୁ ୫୫ବର୍ଷ ଯାଏଁ ବଞ୍ଚିଥାଆନ୍ତି। ଯେଉଁ ବ୍ୟକ୍ତିଙ୍କ ହାତରେ ଗୋଟିଏ ରେଖା ରହିଥାଏ,ସେମାନେ ଅଳ୍ପ ବର୍ଷ ବଞ୍ଚିଥାଆନ୍ତି।
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପୁରୁଷଙ୍କ ଡାହାଣ ହାତରେ ଏହି ରେଖାଗୁଡ଼ିକ ଦେଖାଯାଉଥିବାବେଳେ ମହିଳାମାନଙ୍କର ବାମ ହାତରେ ଦେଖାଯାଇଥାଏ। ଏପରି କୁହାଯାଇଥାଏ ଯେ ଯେଉଁ ବ୍ୟକ୍ତିଙ୍କ ହାତରେ ମଣିବନ୍ଧ ରେଖା ପୂରା ସିଧା ହୋଇଥାଏ ଏବଂ ମଝିରେ କେଉଁଠି ଅଙ୍କାବଙ୍କା ହୋଇନଥାଏ ଏପରି ବ୍ୟକ୍ତି ଜୀବନରେ କୈାଣସି ପ୍ରକାର ସମସ୍ୟା ଆସିନଥାଏ। ଯଦି ଏପରି ନହୋଇ କୈାଣସି ବ୍ୟକ୍ତିଙ୍କ ହାତରେ ଅଙ୍କାବଙ୍କା ରେଖା ହୋଇଥାଏ ତେବେ ବ୍ୟକ୍ତିଙ୍କ ଜୀବନ ସଂଘର୍ଷମୟ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.