ପରିବାର ସଦସ୍ୟଙ୍କ ଫଟୋ ଏପରି ରହିଲେ ଘରର ବାସ୍ତୁ ହୋଇଥାଏ ଠିକ୍ : ଜାଣନ୍ତୁ କ’ଣ ?

Published By : Prameya-News7 Bureau | July 14, 2019 IST

ଆଜିର ସମୟରେ ବାସ୍ତୁର ଚଳଣି ଖୁବ୍ ବଢ଼ିଯାଇଛି । ଲୋକେ ଘର କିଣିବା ସମୟରେ ବାସ୍ତୁକୁ ଧ୍ୟାନରେ ରଖିଥାଆନ୍ତି ,ଏହା ସହିତ ନିଜ ଘରର ଇଣ୍ଟେରିୟର ମଧ୍ୟ ବାସ୍ତୁ ହିସାବରେ କରିଥାଆନ୍ତି। ଯଦି ଘରର ବାସ୍ତୁ ଠିକ୍ ନାହିଁ ଏବଂ ଆପଣଙ୍କ ପାଖରେ ସେତିକି ଟଙ୍କା ନାହିଁ ତେବେ ଆପଣ ନିଜ ଘରକୁ ପୂରାପୂରି ବଦଳିପାରିବେ । ଆପଣ ବାସ୍ତୁର କିଛି ଟିପ୍ସ ଅବଲମ୍ବନ କରି ନିଜ ଘରର ଦୋଷକୁ ଦୂର କରି ପାରିବେ। ଏଥିପାଇଁ ଆପଣଙ୍କୁ ବାସ୍ତୁ ସହ ଜଡ଼ିକ କିଛି କଥା ପ୍ରତି ଖାସ୍ ଧ୍ୟାନ ରଖିବାକୁ ପଡ଼ିବ। ଆସନ୍ତୁ ଜାଣିବା

{"id":133583}

ଘରର ବାସ୍ତୁକୁ ଠିକ୍ ରଖିବାର ସବୁଠୁ ଉତ୍ତମ ଉପାୟ ହେଉଛି ଘରେ ତୁଳସୀ ଗଛ ରହିବା। ଯେଉଁ ଘରେ ତୁଳସୀ ଗଛ ରହିଥାଏ ଏବଂ ପ୍ରତିଦିନ ସକାଳେ ସନ୍ଧ୍ୟାରେ ପୂଜା ହୋଇଥାଏ ସେହି ଘରେ ବାସ୍ତୁ ସବୁବେଳେ ଠିକ୍ ରହିଥାଏ।

{"id":133584}

ଘରେ ଏକ ଏପରି ଫଟୋ ରହିବା ଉଚିତ୍ ଯେଉଁଥିରେ ପରିବାରର ସମସ୍ତ ସଦସ୍ୟଙ୍କ ଫଟୋ ରହୁ ଏବଂ ସମସ୍ତେ ସେଥିରେ ହସୁଥାନ୍ତୁ। ପରିବାରରେ ଏହିପରି ଫଟୋ ଲଗାଇବା ଦ୍ବାରା ଘରର ବାସ୍ତୁ ଠିକ୍ ରହିଥାଏ ଏବଂ ସକରାତ୍ମକତା ବଜାୟ ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.