Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନିଲମ୍ବିତ ସାଂସଦ ନିଜ ଆଚରଣ ପାଇଁ କ୍ଷମା ମାଗନ୍ତୁ, ତେବେ ଯାଇ ନିଲମ୍ବନ ପ୍ରତ୍ୟାହାର ଉପରେ ବିଚାର କରାଯିବ

22/09/2020 at 3:55 PM

ନୂଆଦିଲ୍ଲୀ ୨୨।୦୯: କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଙ୍ଗଳବାର କହିଛନ୍ତି ରାଜ୍ୟସଭାର ନିଲମ୍ବିତ ସଦସ୍ୟ ନିଜର ଆଚରଣ ପାଇଁ କ୍ଷମା ମାଗିବା ପରେ ହିଁ ନିଲମ୍ବନ ରଦ୍ଦ କରାଯିବା ଉପରେ ବିଚାର କରାଯିବ। ପ୍ରସାଦଙ୍କ ଏହି ଟିପ୍ପଣୀ ଏମିତି ସମୟରେ ଆସିଛି ଯେତେବେଳେ ରାଜ୍ୟସଭାରେ ମଙ୍ଗଳବାର କଂଗ୍ରେସ ନେତୃତ୍ଵରେ ଅନେକ ବିରୋଧୀ ଦଳ ଆଠ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟସଭାର ଗୃହକାର୍ଯ୍ୟକୁ ବହିଷ୍କାର କରିଛନ୍ତି।

ସଂସଦର ଉଚ୍ଚସଦନରେ ସର୍ବ ପ୍ରଥମେ କଂଗ୍ରେସ ସଦସ୍ୟ ଗୃହକାର୍ଯ୍ୟକୁ ବହିଷ୍କାର କରିଥିଲେ। ଏହା ପରେ ଆପ୍‌, ତୃଣମୂଳ କଂଗ୍ରେସ ଓ ବାମ ଦଳର ସଦସ୍ୟ ମଧ୍ୟ କକ୍ଷତ୍ୟାଗ କରିଥିଲେ। ପରେ ଏନସିପି, ଏସପି ଓ ଆରଜେଡିର ସଦସ୍ୟ ଗୃହରୁ ଚାଲି ଯାଇଥିଲେ। ପ୍ରସାଦ ସଂସଦ ଭବନ ପରିସରରେ ସାମ୍ବାଦିକଙ୍କୁ କହିଛନ୍ତି ଆମେ ଆଶା କରିଥିଲୁ ଯେ କଂଗ୍ରେସ ରାଜ୍ୟସଭାରେ ବିରୋଧୀ ସଦସ୍ୟଙ୍କ ମର୍ଯ୍ୟାଦାହୀନ ଆଚରଣର ବିରୋଧ କରିବ। ହେଲେ ଗୃହରେ ଓଲଟା ଚିତ୍ର ଦେଖିବାକୁ ମିଳିଛି।

ସେ କହିଛନ୍ତି ରାଜ୍ୟସଭାରେ ନିଲମ୍ବିତ ସାଂସଦ ନିଜର ବ୍ୟବହାର ପାଇଁ କ୍ଷମା ମାଗିଲେ ହିଁ ସେମାନଙ୍କର ନିଲମ୍ବନ ପ୍ରତ୍ୟାହାର ଉପରେ ବିଚାର କରାଯିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଏହା କି ପ୍ରକାରର ରାଜନୀତି, ବିଦେଶରୁ ଟ୍ଵିଟ୍‌ ଆସୁଛି ଏବଂ ସାଂସଦ ଏହି ପ୍ରକାରର ବ୍ୟବହାର କରୁଛନ୍ତି।

କୁହାଯାଉଛି ଯେ ଟ୍ଵିଟ୍‌କୁ ନେଇ ପ୍ରସାଦଙ୍କ  ଇସାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂଦର୍ଭରେ ଥିଲା ଯିଏ ନିଜ ମାଆ ତଥା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କ ସହ ବିଦେଶ ଯାଇଛନ୍ତି। ରବିଶଙ୍କର ପ୍ରସାଦ କହିଛନ୍ତି କଂଗ୍ରେସର କୌଣସି ସାଂସଦ ରାଜ୍ୟସଭା ଟେବୁଲ ଉପରେ ଚଢି ନୃତ୍ୟ କରିବା ଏବଂ ଦସ୍ତାବିଜ ଫାଡିବା ଏହା ପୂର୍ବରୁ ଆମେ କେବେ ମଧ୍ୟ ଏମିତି ଦୃଶ୍ୟ ଦେଖିନୁ।

   Related Posts